ଲଗାଣ ବର୍ଷା ଯୋଗୁ ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର ଛୁଟି ଘୋଷଣା କଲେ ଜିଲାପାଳ

ଛତ୍ରପୁର, ୯/୯(ସନ୍ତୋଷ ପାଢ଼ୀ ): ଲଗାଣ ବର୍ଷା ଯୋଗୁ ମଙ୍ଗଳବାର ଗଞ୍ଜାମ ଜିଲାର ସମସ୍ତ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ରହିବ। ଏନେଇ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିର୍ଦ୍ଦେଶନାମା ଜାରି କରି ଏହି ସୂଚନା ଦେଇଛନ୍ତି। ସେହିପରି ଆସନ୍ତାକାଲି ମାଲକାନଗିରିରେ ମଧ୍ୟ ସ୍କୁଲ ଏବଂ ଅଙ୍କନଓ୍ବାଡି କେନ୍ଦ୍ର ଛୁଟି ଘୋଷଣା। ପ୍ରବଳ ବର୍ଷା ଯୋଗୁ ଜିଲାପାଳ ସୋମବାର ଛୁଟି ଘୋଷଣା କରିଛନ୍ତି। ମାଲକାନଗିରିର ବହୁସ୍ଥାନରେ ବର୍ଷାଜଳ ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ଏବଂ ସ୍ଥାନୀୟ ଜନସାଧାରଣ […] The post ଲଗାଣ ବର୍ଷା ଯୋଗୁ ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର ଛୁଟି ଘୋଷଣା କଲେ ଜିଲାପାଳ appeared first on Dharitri Odia News.

ଲଗାଣ ବର୍ଷା ଯୋଗୁ ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର ଛୁଟି ଘୋଷଣା କଲେ ଜିଲାପାଳ

ଛତ୍ରପୁର, ୯/୯(ସନ୍ତୋଷ ପାଢ଼ୀ ): ଲଗାଣ ବର୍ଷା ଯୋଗୁ ମଙ୍ଗଳବାର ଗଞ୍ଜାମ ଜିଲାର ସମସ୍ତ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ରହିବ। ଏନେଇ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିର୍ଦ୍ଦେଶନାମା ଜାରି କରି ଏହି ସୂଚନା ଦେଇଛନ୍ତି।

ସେହିପରି ଆସନ୍ତାକାଲି ମାଲକାନଗିରିରେ ମଧ୍ୟ ସ୍କୁଲ ଏବଂ ଅଙ୍କନଓ୍ବାଡି କେନ୍ଦ୍ର ଛୁଟି ଘୋଷଣା। ପ୍ରବଳ ବର୍ଷା ଯୋଗୁ ଜିଲାପାଳ ସୋମବାର ଛୁଟି ଘୋଷଣା କରିଛନ୍ତି। ମାଲକାନଗିରିର ବହୁସ୍ଥାନରେ ବର୍ଷାଜଳ ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ଏବଂ ସ୍ଥାନୀୟ ଜନସାଧାରଣ ମଧ୍ୟ ପ୍ରଭାବିତ ହୋଇଛନ୍ତି।

କୋରାପୁଟ ଓ ମାଲକାନଗିରିର ବହୁସ୍ଥାନରେ ବର୍ଷାଜଳ ଯୋଗୁ ଲୋକେ ପାଣି ଘେରରେ ଅଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଏସଆରସିଙ୍କ ସମେତ ଦୁଇ ଜିଲାର ଜିଲାପାଳଙ୍କୁ ତୁରନ୍ତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେବା ପାଇଁ ରାଜସ୍ବ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ।

ବର୍ଷାଜନିତ ସମସ୍ୟା ପାଇଁ ଏନଡିଆରଏଫ ଟିମ ୪ ଜିଲା ଗସ୍ତ କରିଛନ୍ତି। ସେହି ଜିଲାଗୁଡିକ ହେଉଛି ଗଞ୍ଜାମ, ପୁରୀ, କଟକ, ନୟାଗଡ଼। ଏହି ଚାରି ଜିଲାକୁ ଗୋଟିଏ ଲେଖାଏ ଏନଡିଆରଏଫ ଟିମ ଯାଇଛନ୍ତି। ପୂର୍ବରୁ ବନ୍ୟା ପ୍ରଭାବିତ ମାଲକାନଗିରି ଯାଇଥିଲେ ଏନଡିଆରଏଫ ଟିମ ।

The post ଲଗାଣ ବର୍ଷା ଯୋଗୁ ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର ଛୁଟି ଘୋଷଣା କଲେ ଜିଲାପାଳ appeared first on Dharitri Odia News.