ଲଗାଣ ବର୍ଷା ଯୋଗୁଁ ଗୋପାଳପୁର ରେ ତଳିଆ ଅଞ୍ଚଳରେ ପାଣି ।ଗଛ ଉପୁଡି ରାସ୍ତା ଅବରୋଧ।

ଗୋପାଳପୁର,୦୯/୦୯ ଗତ ଦୁଇଦିନ ଲଘୁଚାପ ପ୍ରଭାବରେ ଉପକୂଳ ଓଡିଶା ରେ ବିକ୍ଷିପ୍ତ ବର୍ଷା ହୋଇଥିବା ବେଳେ ଗୋପାଳପୁର ସମେତ ରଙ୍ଗେଇଲୁଣ୍ଡା ବ୍ଲକ ରେ ମଧ୍ୟ ପ୍ରବଳ ବର୍ଷା ହୋଇଥିବା ପରିଲିକ୍ଷିତ ହୋଇଥିଲା। ଗୋପାଳପୁର ରେ ବିକ୍ଷିପ୍ତ ବର୍ଷା ଯୋଗୁଁ ଓ୍ବାର୍ଡ ନଂ ୧ ଓ ୨ ର ତଳିଆ ଅଞ୍ଚଳର ମେଫେୟାର ରୋଡ କଡ଼ ସାହି ଓ ସତ୍ୟ ସାହି ବାବା ସାହିରେ ବର୍ଷା ଜଳ ଜମିବା ସହ ଘର ମଧ୍ୟରେ ପସି ଯାଇଥିଲା।ଏହା ନେଇ ସାହି […] The post ଲଗାଣ ବର୍ଷା ଯୋଗୁଁ ଗୋପାଳପୁର ରେ ତଳିଆ ଅଞ୍ଚଳରେ ପାଣି ।ଗଛ ଉପୁଡି ରାସ୍ତା ଅବରୋଧ। appeared first on Odisha.News.

ଲଗାଣ ବର୍ଷା ଯୋଗୁଁ ଗୋପାଳପୁର ରେ ତଳିଆ ଅଞ୍ଚଳରେ ପାଣି ।ଗଛ ଉପୁଡି ରାସ୍ତା ଅବରୋଧ।

ଗୋପାଳପୁର,୦୯/୦୯
ଗତ ଦୁଇଦିନ ଲଘୁଚାପ ପ୍ରଭାବରେ ଉପକୂଳ ଓଡିଶା ରେ ବିକ୍ଷିପ୍ତ ବର୍ଷା ହୋଇଥିବା ବେଳେ ଗୋପାଳପୁର ସମେତ ରଙ୍ଗେଇଲୁଣ୍ଡା ବ୍ଲକ ରେ ମଧ୍ୟ ପ୍ରବଳ ବର୍ଷା ହୋଇଥିବା ପରିଲିକ୍ଷିତ ହୋଇଥିଲା। ଗୋପାଳପୁର ରେ ବିକ୍ଷିପ୍ତ ବର୍ଷା ଯୋଗୁଁ ଓ୍ବାର୍ଡ ନଂ ୧ ଓ ୨ ର ତଳିଆ ଅଞ୍ଚଳର ମେଫେୟାର ରୋଡ କଡ଼ ସାହି ଓ ସତ୍ୟ ସାହି ବାବା ସାହିରେ ବର୍ଷା ଜଳ ଜମିବା ସହ ଘର ମଧ୍ୟରେ ପସି ଯାଇଥିଲା।ଏହା ନେଇ ସାହି ବାସିନ୍ଦା ଙ୍କ ପକ୍ଷରୁ ଏନ ଏ ସି କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା।ଏନ୍ ଏ ସି ପକ୍ଷରୁ ଉଭୟ ସ୍ଥାନ ରେ ତୁରନ୍ତ କର୍ମଚାରୀ ମାନେ ପମ୍ପ ନେଇ ଉଭୟ ସ୍ଥାନରେ ପହଞ୍ଚି ଜମି ରହିଥିବା ବର୍ଷା ଜଳକୁ ନିଷ୍କାସନ କରିଥିଲେ। ସେହିପରି ଆଜି ସକାଳ ୯ ଟା ବେଳେ ବସଷ୍ଟାଣ୍ଡ ରାସ୍ତା ରେ ଥିବା ଏକ ବିରାଟ ଗଛ ହଠାତ ଉପୁଡ଼ି ପଡି ରାସ୍ତା ଅବରୋଧ କରିଥିଲା।ଖବର ପାଇ ଘଟଣା ସ୍ଥଳରେ ଏନ ଏ ସି ଅଧ୍ୟକ୍ଷ ଏ ଜାନକୀ ରାମ ପହଞ୍ଚି ଅଗ୍ନିଶମ ବିଭାଗ କୁ ଅବଗତ କରାଇବା ସହ ଏନ ଏ ସି କର୍ମଚାରୀ ଓ ଅଗ୍ନିଶମ ବାହିନୀର କର୍ମଚାରୀ ମାନଙ୍କର ସହାୟତା ରେ ଉପୁଡ଼ି ପଡ଼ିଥିବା ଗଛ କୁ ତୁରନ୍ତ ରାସ୍ତା ଉପରୁ ଉଠାଇ ଯାତାୟାତ ସ୍ବାଭାବିକ କରିଥିଲେ।ଏହା ସହ ଏନ ଏ ସି ପକ୍ଷରୁ ଜରୁରୀ କାଳିନ ପରିସ୍ଥିତି ସମୟରେ ସହାୟତା ପାଇଁ ଏକ ହେଲ୍ପ ଲାଇନ ନମ୍ବର ମଧ୍ୟ ଜାରି କରାଯାଇଥିଲା। ସୂଚନା ଯୋଗ୍ୟ ଯେ ଶନିବାର, ରବିବାର ଓ ଆଜି ସୋମବାର ଛୁଟି ଦିବସ ସ୍ବତ୍ତେ ସମସ୍ତ କର୍ମଚାରୀ ଓ ନିଜେ ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ଉପସ୍ଥିତ ରହି କାମ ଗୁଡ଼ିକୁ ସୂଚାରୁ ରୁପେ ସମ୍ପାଦାନ କରିଥିବାରୁ ଅଞ୍ଚଳବାସୀ ଙ୍କ ପକ୍ଷରୁ ସମସ୍ତଙ୍କୁ ସାଧୁବାଦ ଜଣା ଯାଇଛି। ଅନ୍ୟପଟେ ଗୋପାଳପୁର ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାଇ ଗତ ୮ ତାରିଖରେ ଗୋପାଳପୁର ରେ ୬ ତିମି ବର୍ଷା ରେକର୍ଡ଼ ହୋଇଥିବା ବେଳେ ୯ ତାରିଖରେ ଏହା ୯୬ ମିମି ରେକର୍ଡ କରାଯାଇଛି। ସେହିପରି ଏହି ଦୁଇ ଦିନରେ ରଙ୍ଗେଇଲୁଣ୍ଡା ବ୍ଲକ ଅଞ୍ଚଳରେ ୧୭ ତିମି ଓ ୭୨ ମିସ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

The post ଲଗାଣ ବର୍ଷା ଯୋଗୁଁ ଗୋପାଳପୁର ରେ ତଳିଆ ଅଞ୍ଚଳରେ ପାଣି ।ଗଛ ଉପୁଡି ରାସ୍ତା ଅବରୋଧ। appeared first on Odisha.News.