ଲଗାତର ୭ ଘଣ୍ଟା ଜେରା ପରେ ଗିରଫ ହେଲେ ହେମନ୍ତ ସୋରେନ୍
ରାଞ୍ଚତ୍,୩୧ା୧:ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ଜମି ଦୁର୍ନୀତି ମାମଲାରେ ବୁଧବାର ୭ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଜେରା ପରେ ଗିରଫ କରିଛି। ହେମନ୍ତ ରାତିରେ ରାଜଭବନ ଯାଇ ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ୍ଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ପରିବହନ ମନ୍ତ୍ରୀ ଚମ୍ପାଇ ସୋରେନ୍ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍)ର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜମି ଡିଲ୍ ଦୁର୍ନୀତି ସମ୍ପର୍କିତ ମନି ଲଣ୍ଡରିଂ ମାମଲାରେ ଇଡି ପକ୍ଷରୁ ୪୮ […] The post ଲଗାତର ୭ ଘଣ୍ଟା ଜେରା ପରେ ଗିରଫ ହେଲେ ହେମନ୍ତ ସୋରେନ୍ appeared first on Dharitri Odia News.
ରାଞ୍ଚତ୍,୩୧ା୧:ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ଜମି ଦୁର୍ନୀତି ମାମଲାରେ ବୁଧବାର ୭ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଜେରା ପରେ ଗିରଫ କରିଛି। ହେମନ୍ତ ରାତିରେ ରାଜଭବନ ଯାଇ ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ୍ଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ପରିବହନ ମନ୍ତ୍ରୀ ଚମ୍ପାଇ ସୋରେନ୍ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍)ର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି।
ଜମି ଡିଲ୍ ଦୁର୍ନୀତି ସମ୍ପର୍କିତ ମନି ଲଣ୍ଡରିଂ ମାମଲାରେ ଇଡି ପକ୍ଷରୁ ୪୮ ବର୍ଷୀୟ ହେମନ୍ତ ସୋରେନ୍ଙ୍କୁ ଜାନୁଆରୀ ୨୦ରେ ଜେରା କରାଯାଇଥିଲା। ଏହା ପରେ ହେମନ୍ତଙ୍କ ବୟାନ ରେକର୍ଡ ପାଇଁ ଇଡି ତାଙ୍କୁ ଦଶମ ଥର ଲାଗି ସମନ କରିଥିଲା। କିନ୍ତୁ ହେମନ୍ତଙ୍କ ପତ୍ତା ନ ମିଳିବାରୁ ସୋମବାର ନୂଆଦିଲ୍ଲୀସ୍ଥିତ ତାଙ୍କ ୫/୧ ଶାନ୍ତି ନିକେତନ ବାସଭବନରେ ଇଡି ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ସେମାନେ ୩୬ ଲକ୍ଷ ଟଙ୍କା ଏବଂ ଏକ ବିଏମ୍ଡବ୍ଲ୍ୟୁ ଏସ୍ୟୁଭି ସମେତ କେତେକ ଆପତ୍ତିଜନକ ଦସ୍ତାବିଜ ଜବତ କରିଥିଲେ। ସେଠାରେ ପ୍ରାୟ ୧୩ ଘଣ୍ଟା ଧରି ଅପେକ୍ଷା କରିବା ଜେଏମ୍ଏମ୍ କାର୍ଯ୍ୟକାରୀ ସଭାପତିଙ୍କୁ ଠାବ କରାଯାଇ ପାରୁନାହିଁ ବୋଲି ମଙ୍ଗଳବାର ଇଡି ଅଧିକାରୀମାନେ କହିବାବେଳକୁ ସୋରେନ୍ ରାଞ୍ଚତ୍ସ୍ଥିତ ନିଜ ସରକାରୀ ବାସଭବନରେ ପହଞ୍ଚତ୍ଥିଲେ। ଇତିମଧ୍ୟରେ ସୋରେନ୍ ଇଡି ନିକଟକୁ ଏକ ଇ-ମେଲ୍ ପଠାଇ ରାଞ୍ଚତ୍ସ୍ଥିତ ସରକାରୀ ବାସଭବନରେ ବୁଧବାର ତାଙ୍କ ବୟାନ ରେକର୍ଡ କରାଇବା ପାଇଁ ଉଲ୍ଲେଖ କରିଥିଲେ। ସୋରେନ୍ ଚଢ଼ାଉ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀମାନଙ୍କ ବିରୋଧରେ ଏଫ୍ଆଇଆର୍ ଦେଇଥିଲେ।
The post ଲଗାତର ୭ ଘଣ୍ଟା ଜେରା ପରେ ଗିରଫ ହେଲେ ହେମନ୍ତ ସୋରେନ୍ appeared first on Dharitri Odia News.