ଲଘୁଚାପ ବର୍ଷା ଉଜାଡ଼ିଦେଲା ବର୍ଷକର ଆହାର

ମହାକାଳପଡ଼ା,୨୨ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପଜନିତ ବର୍ଷା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଞ୍ଚଳରେ ପାଚିଲା ଧାନ ଫସଲ ଉଜାଡ଼ି ଦେଇଛି। ଏଥିଯୋଗୁ ଉନ୍ନତ କିସମ ଧାନ ବେରଙ୍ଗର ହେବାର ଆଶଙ୍କା ରହିଛି। ଏଥିପାଇଁ ଧାନ ବିକ୍ରି ବେଳେ ନାନା ସମସ୍ୟା ସୃଷ୍ଟି ହେବ ବୋଲି ଚାଷୀମାନଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ସୂଚନା ଅନୁଯାୟୀ, ମହାକାଳପଡ଼ା ବ୍ଲକର ଉପକୂଳ ଅଞ୍ଚଳରେ ମୋଟ ୨୮ ହଜାରରୁ ଊର୍ଦ୍ଧ୍ୱ ହେକ୍ଚର ଚାଷ ଜମି ରହିଛି। ସେଥିରୁ ୭ ହଜାର ହେ୍ଯଯର ଜଳସେଚିତ […] The post ଲଘୁଚାପ ବର୍ଷା ଉଜାଡ଼ିଦେଲା ବର୍ଷକର ଆହାର appeared first on Dharitri Odia News.

ଲଘୁଚାପ ବର୍ଷା ଉଜାଡ଼ିଦେଲା ବର୍ଷକର ଆହାର

ମହାକାଳପଡ଼ା,୨୨ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପଜନିତ ବର୍ଷା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଞ୍ଚଳରେ ପାଚିଲା ଧାନ ଫସଲ ଉଜାଡ଼ି ଦେଇଛି। ଏଥିଯୋଗୁ ଉନ୍ନତ କିସମ ଧାନ ବେରଙ୍ଗର ହେବାର ଆଶଙ୍କା ରହିଛି। ଏଥିପାଇଁ ଧାନ ବିକ୍ରି ବେଳେ ନାନା ସମସ୍ୟା ସୃଷ୍ଟି ହେବ ବୋଲି ଚାଷୀମାନଙ୍କ ମଧ୍ୟରେ ଭାଳେଣି ପଡ଼ିଛି।
ସୂଚନା ଅନୁଯାୟୀ, ମହାକାଳପଡ଼ା ବ୍ଲକର ଉପକୂଳ ଅଞ୍ଚଳରେ ମୋଟ ୨୮ ହଜାରରୁ ଊର୍ଦ୍ଧ୍ୱ ହେକ୍ଚର ଚାଷ ଜମି ରହିଛି। ସେଥିରୁ ୭ ହଜାର ହେ୍ଯଯର ଜଳସେଚିତ ଜମିରେ କେନାଲ ଜଳସେଚନ ଓ ଉଠା ଜଳସେଚନ ମାଧ୍ୟମରେ ବିଭିନ୍ନ ଫସଲ ଅମଳ ହେଉଛି। ସେହିପରି ଆଳୁ, ଚିନାବାଦାମ, ଲଙ୍କା, ପନିପରିବା, ଝୋଟ, ମୁଗ, ବିର, କୋଳଥ, ଚଣା, ସୂର୍ଯ୍ୟମୁଖୀ ସମେତ ମହାନଦୀ, ଲୁଣା, ପାଇକା ନଦୀ ପଠାରେ ବିଭିନ୍ନ ଫସଲ ଉତ୍ପାଦନ ହେଉଛି। ହେଲେ ଏହି ବର୍ଷାରେ ଧାନ ଫସଲ ସମେତ ଅନ୍ୟାନ୍ୟ ଫସଲ ନଷ୍ଟ ଆଶଙ୍କା ରହିଛି ବୋଲି ଚାଷୀ ହରି ଗୋଚ୍ଛାୟତ, ଶିଶିର ସ୍ବାଇଁ, ବାବାଜୀ ସ୍ବାଇଁ ପ୍ରମୁଖ କହିଛନ୍ତି। ବିଶେଷ କରି ବ୍ଲକର ତିଖିରି , ଅମେଇପାଳ , ଖୁରୁସିଆ, ପାଟୁଳି ପଙ୍କ, ତେରଗାଁ, ଯଦୁପୁର, ବଡ଼କୂଳ, କରଞ୍ଜ, ମହାକାଳପଡା, ଦେଉଳ ପଡ଼ା, ବିଜୟନଗର, ପେଟଛେଲା, ବଉଳ କଣି, ରାମନଗର, ଗଡ଼ରୋମିତ, ମଙ୍ଗଳପୁର, ବରକନ୍ଧା, ବତୀଘର, ଖରୀନାସି, ଜମ୍ବୁ, ସୁନିତି, ନାଞ୍ଜୁରା ଗୋଗୁଆ ଆଦି ୩୧ ପଞ୍ଚାୟତରେ ପାଚିଲା ଧାନ ଫସଲ ନଷ୍ଟ ଯୋଗୁ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ଖାଲ ପାଟ ଜମିରେ ପାଚିଲା ଧାନ ଭାସୁଛି। ସରକାର ଏହାର ତଦନ୍ତ କରି ଚାଷୀଙ୍କ ଫସଲର କ୍ଷତି ଭରଣା କରିବାକୁ ବୁଦ୍ଧିଜିବୀ ବିରଞ୍ଚି ନାରାୟଣ ଦାସ ଦାବି କରିଛନ୍ତି।

The post ଲଘୁଚାପ ବର୍ଷା ଉଜାଡ଼ିଦେଲା ବର୍ଷକର ଆହାର appeared first on Dharitri Odia News.