ଲଞ୍ଚ ହେଲା DigiYatra Appର ନୂଆ ଭର୍ସନ, ଜାଣନ୍ତୁ କେମିତି କରିବେ ବ୍ୟବହାର

ଯଦି ଆପଣ ବିମାନରେ ଯାତ୍ରା କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ଖୁସି ଖବର । DigiYatra Appର ନୂଆ ଭର୍ସନ ଆସିଛି । ଗୁଗଲ୍ ପ୍ଲେ ଷ୍ଟୋର ଏବଂ ଆପଲ୍ ଆପ୍ ଷ୍ଟୋରରୁ ଆପଣ ଏହି ନୂଆ ଭର୍ସନ ଡାଉନଲୋଡ୍ କରିପାରିବେ । ତେବେ DigiYatra ହେଉଛି ଏପରି ଏକ ଆପ୍‌ ଯାହା ଆପଣଙ୍କୁ ବିମାନ ଯାତ୍ରାରେ ବହୁତ ସାହାଯ୍ୟ କରେ । DigiYatra ଫାଉଣ୍ଡେସନ୍ ଲୋକମାନଙ୍କୁ ପୁରୁଣା ଆପ୍ ଡିଲିଟ୍‌ କରି ନୂଆ […] The post ଲଞ୍ଚ ହେଲା DigiYatra Appର ନୂଆ ଭର୍ସନ, ଜାଣନ୍ତୁ କେମିତି କରିବେ ବ୍ୟବହାର appeared first on KNews Odisha.

ଲଞ୍ଚ ହେଲା DigiYatra Appର ନୂଆ ଭର୍ସନ, ଜାଣନ୍ତୁ କେମିତି କରିବେ ବ୍ୟବହାର

ଯଦି ଆପଣ ବିମାନରେ ଯାତ୍ରା କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ଖୁସି ଖବର । DigiYatra Appର ନୂଆ ଭର୍ସନ ଆସିଛି । ଗୁଗଲ୍ ପ୍ଲେ ଷ୍ଟୋର ଏବଂ ଆପଲ୍ ଆପ୍ ଷ୍ଟୋରରୁ ଆପଣ ଏହି ନୂଆ ଭର୍ସନ ଡାଉନଲୋଡ୍ କରିପାରିବେ । ତେବେ DigiYatra ହେଉଛି ଏପରି ଏକ ଆପ୍‌ ଯାହା ଆପଣଙ୍କୁ ବିମାନ ଯାତ୍ରାରେ ବହୁତ ସାହାଯ୍ୟ କରେ । DigiYatra ଫାଉଣ୍ଡେସନ୍ ଲୋକମାନଙ୍କୁ ପୁରୁଣା ଆପ୍ ଡିଲିଟ୍‌ କରି ନୂଆ ଆପ୍ ଡାଉନଲୋଡ୍ କରିବାକୁ ପରାମର୍ଶ ଦେଇଛି । ନୂଆ ଆପ୍ ବିମାନ ଯାତ୍ରୀମାନଙ୍କ ପାଇଁ ଅନେକ ନୂଆ ଫିଚର୍ସ ଆଣିଥାଏ । ତେବେ ଆସନ୍ତୁ ଏହି ଆପ୍‌ ବିଷୟରେ ଡିଟେଲ୍ସରେ ଜାଣିବା ।

ପୁରୁଣା DigiYatra ଆପରେ କିଛି ସମସ୍ୟା ଥିଲା, ତେଣୁ ଲୋକମାନେ ପୁରୁଣା ଆପକୁ ସଠିକ୍ ଭାବରେ ବ୍ୟବହାର କରିପାରୁ ନଥିଲେ । ଏହି ସମସ୍ୟାକୁ ଦୂର କରିବା ପାଇଁ ଏକ ନୂଆ ଆପ୍ ଲଞ୍ଚ କରାଯାଇଛି । DigiYatra ଫାଉଣ୍ଡେସନ୍ ପୁରୁଣାରୁ ନୂଆ ଆପ୍ କୁ ସହଜରେ ସ୍ୱିଚ୍‌ କରିବାରେ ସାହାଯ୍ୟ କରୁଛି । DigiYatra ଆପର ନୂଆ ଭର୍ସନ ବ୍ୟବହାର କରିବା ପାଇଁ ଆପଣ କଣ କରିବେ ଆସନ୍ତୁ ଜାଣିବା ।

୧. ସର୍ବପ୍ରଥମେ ଆପଣଙ୍କର ସ୍ମାର୍ଟଫୋନରୁ ପୁରୁଣା DigiYatra ଆପକୁ ଅନଇନଷ୍ଟଲ୍‌ କରନ୍ତୁ ।
୨. ପରେ ଗୁଗଲ୍ ପ୍ଲେ ଷ୍ଟୋର କିମ୍ବା ଆପଲ୍ ଆପ୍ ଷ୍ଟୋରରୁ ନୂଆ DigiYatra ଆପ୍ ଡାଉନଲୋଡ୍ ଏବଂ ଇନଷ୍ଟଲ୍ କରନ୍ତୁ ।
୩. ତାପରେ ଆପ୍ ଖୋଲନ୍ତୁ ଏବଂ ଆପଣଙ୍କର ମୋବାଇଲ୍ ନମ୍ବର, ଆଧାର କାର୍ଡ ନମ୍ବର ଏଣ୍ଟ୍ରି କରି ଏକ ଆକାଉଣ୍ଟ୍ ତିଆରି କରନ୍ତୁ ।
୪. ଆଧାର ନମ୍ବର ସୂଚନା ଯାଞ୍ଚ କରନ୍ତୁ ।
୫. ଫେସ୍‌ ଆଇଡେଣ୍ଟିଫିକେସନ୍‌ ପାଇଁ ଆପଣଙ୍କର ସେଲଫି ଅପଲୋଡ୍ କରନ୍ତୁ ।
୬. ଫେସ୍‌ ID କନଫର୍ମ କରନ୍ତୁ ।
୭. ଏହା ପରେ ଆପଣ ବିମାନ ବନ୍ଦରରେ ସହଜରେ ଚେକ୍ ଇନ୍ କରିବାକୁ ଆପ୍ ବ୍ୟବହାର କରିପାରିବେ ।

The post ଲଞ୍ଚ ହେଲା DigiYatra Appର ନୂଆ ଭର୍ସନ, ଜାଣନ୍ତୁ କେମିତି କରିବେ ବ୍ୟବହାର appeared first on KNews Odisha.