ଲମତାପୁଟ: ସ୍ବାମୀ ସାମନାରେ ସ୍ତ୍ରୀକୁ ହତ୍ୟା ଘଟଣା : ତଦନ୍ତରୁ ଜଣା ପଡ଼ିଲା ସ୍ବାମୀର ଷଡ଼ଯନ୍ତ୍ର

ନନ୍ଦିଘୋଷ ବ୍ୟୁରୋ: ସ୍ତ୍ରୀକୁ ହତ୍ୟା ପାଇଁ ସ୍ବାମୀ ରଚିଥିଲା ସାଂଘାତିକ ଷଡ଼ଯନ୍ତ୍ର । ସସପେନ୍ସ ଉପରୁ ପରଦା ହଟାଇଲା କୋରାପୁଟ... The post ଲମତାପୁଟ: ସ୍ବାମୀ ସାମନାରେ ସ୍ତ୍ରୀକୁ ହତ୍ୟା ଘଟଣା : ତଦନ୍ତରୁ ଜଣା ପଡ଼ିଲା ସ୍ବାମୀର ଷଡ଼ଯନ୍ତ୍ର appeared first on .

ଲମତାପୁଟ: ସ୍ବାମୀ ସାମନାରେ ସ୍ତ୍ରୀକୁ ହତ୍ୟା ଘଟଣା : ତଦନ୍ତରୁ ଜଣା ପଡ଼ିଲା ସ୍ବାମୀର ଷଡ଼ଯନ୍ତ୍ର

ନନ୍ଦିଘୋଷ ବ୍ୟୁରୋ: ସ୍ତ୍ରୀକୁ ହତ୍ୟା ପାଇଁ ସ୍ବାମୀ ରଚିଥିଲା ସାଂଘାତିକ ଷଡ଼ଯନ୍ତ୍ର । ସସପେନ୍ସ ଉପରୁ ପରଦା ହଟାଇଲା କୋରାପୁଟ ନନ୍ଦପୁର ପୋଲିସ । ଘଟଣାକୁ ୨୪ ଘଣ୍ଟା ନ ପୁରୁଣୁ ଗୁମର ଖୋଲିବାରେ ପୋଲିସ ସମର୍ଥ ହୋଇଛି । ମୁଖ୍ୟଅଭିଯୁକ୍ତ ତଥା ସ୍ବାମୀ ମହେନ୍ଦ୍ର ଖରା ସହ ଦୁଇ ସହଯୋଗୀକୁ ଗିରଫ କରିଛି ପୋଲିସ । ମାଳିଖୁଡିବି ଗାଁର ମହେଶ ମାଳି ଏବଂ ସୋମନାଥ ଭୋଇକୁ ଗିରଫ କରିଛି ପୋଲିସ  l ଏମାନେ ୮ ଦିନ ପୂର୍ବରୁ ସାବିଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ l ଗତକାଲି ହତ୍ୟା କରିବା ପରେ ଲୁଟର ଅଭିନୟ କରି ନିଜକୁ ଗଛରେ ବାନ୍ଧି ଘଟଣାକୁ ଚାପିଦେବା ପ୍ଲାନ କରିଥିଲା ମୁଖ୍ୟଅଭିଯୁକ୍ତ ତଥା ସ୍ବାମୀ ମହେନ୍ଦ୍ର ଖରା। କୋରାପୁଟ ନନ୍ଦପୁର ଥାନା କୁମାର ଗାନ୍ଧଣା ଗ୍ରାମ ପଂଚାୟତ ହାରିଆମୁଣ୍ଡା ଗାଁରେ ଗତକାଲି ଘଟିଥିଲା ଏହି ବର୍ବରକାଣ୍ଡ  l ସୋମବାର ସକାଳୁ ସୁଭଦ୍ରା ଯୋଜନାରେ  ଆଧାର ଅପଡେଟ କରିବାକୁ ସ୍ବାମୀ ମହେନ୍ଦ୍ର ଖରା ଓ ସ୍ତ୍ରୀ ସାବି ଖରା ଆଧାର କେନ୍ଦ୍ରକୁ ଆସିଥିଲେ l ଆଧାର କେନ୍ଦ୍ରରେ କାମ ସାରି ବାଇକରେ ଘରକୁ ଫେରୁଥୁବା ସମୟରେ  ରାସ୍ତାକଡ଼ରେ କିଛି ଯୁବକ ଆଗରୁ ଛିଡା ହୋଇ ରହିଥିଲେ। ଦୁର୍ବୃତ୍ତମାନେ ସ୍ବାମୀ-ସ୍ତ୍ରୀଙ୍କୁ ଅକସ୍ମାତ ଠେଙ୍ଗାରେ ପିଟି ଥିଲେ । ପରେ ସ୍ବାମୀକୁ ଗଛରେ ବାନ୍ଧି ସ୍ତ୍ରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ହେଲେ ସମସ୍ତ ଘଟଣା ଉପରୁ ପରଦା ହଟାଇ ସତ ପଦାକୁ ଆଣିଛି ନନ୍ଦପୁର ପୋଲିସ । ଘଟଣାରେ ସ୍ବାମୀର ମୁଖ୍ୟ ଭୂମିକା ବୋଲି ତଦନ୍ତରୁ ଜଣାପଡିଥିବା ପୋଲିସ କହିଛି ।

The post ଲମତାପୁଟ: ସ୍ବାମୀ ସାମନାରେ ସ୍ତ୍ରୀକୁ ହତ୍ୟା ଘଟଣା : ତଦନ୍ତରୁ ଜଣା ପଡ଼ିଲା ସ୍ବାମୀର ଷଡ଼ଯନ୍ତ୍ର appeared first on .