ଲର୍ଡସ ତୃତୀୟ ଟେଷ୍ଟ : ଇଂଲଣ୍ଡ ୨୫୧/୪, ଜୋ ରୁଟ୍ ଅପରାଜିତ ୯୯
ଲର୍ଡସରେ ବଡ଼ ଲଢ଼େଇ । ଭାରତ ସହ ଆରମ୍ଭ ହୋଇଥିବା ତୃତୀୟ ଟେଷ୍ଟରେ ପ୍ରଥମ ଦିନରେ ଘରୋଇ ଇଂଲଣ୍ଡ ଦଳ ଲଢ଼ୁଆ ଖେଳ ପ୍ରଦର୍ଶନ କରିଛି । ପ୍ରଥମ ଦିନ ଖେଳ ଶେଷ ବେଳକୁ ରୁଟ୍ ୯୯ ରନରେ ଅପରାଜିତ ରହିଛନ୍ତି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଇଂଲଣ୍ଡ ପ୍ରଥମ ଇଂନିସରେ ୮୩ ଓଭର ଖେଳି ୪ ୱିକେଟ ବିନିମୟରେ ୨୫୧ରନ୍ ସଂଗ୍ରହ କରିଛି । ପ୍ରାରମ୍ଭିକ ଝଟକା ପରେ ପାଳି ସମ୍ଭାଳିଥିଲେ ପୋପ […] The post ଲର୍ଡସ ତୃତୀୟ ଟେଷ୍ଟ : ଇଂଲଣ୍ଡ ୨୫୧/୪, ଜୋ ରୁଟ୍ ଅପରାଜିତ ୯୯ appeared first on KNews Odisha.

ଲର୍ଡସରେ ବଡ଼ ଲଢ଼େଇ । ଭାରତ ସହ ଆରମ୍ଭ ହୋଇଥିବା ତୃତୀୟ ଟେଷ୍ଟରେ ପ୍ରଥମ ଦିନରେ ଘରୋଇ ଇଂଲଣ୍ଡ ଦଳ ଲଢ଼ୁଆ ଖେଳ ପ୍ରଦର୍ଶନ କରିଛି । ପ୍ରଥମ ଦିନ ଖେଳ ଶେଷ ବେଳକୁ ରୁଟ୍ ୯୯ ରନରେ ଅପରାଜିତ ରହିଛନ୍ତି ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଇଂଲଣ୍ଡ ପ୍ରଥମ ଇଂନିସରେ ୮୩ ଓଭର ଖେଳି ୪ ୱିକେଟ ବିନିମୟରେ ୨୫୧ରନ୍ ସଂଗ୍ରହ କରିଛି । ପ୍ରାରମ୍ଭିକ ଝଟକା ପରେ ପାଳି ସମ୍ଭାଳିଥିଲେ ପୋପ ଓ ଜୋ ରୁଟ । ୪୪ରନରେ ଓଲି ପୋପ ଜାଜେଡାଙ୍କ ଶିକାର ହେବା ପରେ ହାରି ବ୍ରୁକ ବୁମରାଙ୍କ ବଲରେ ବୋଲଡ ହୋଇଥିଲେ ।
ଜୋ ରୁଟ ଗୋଟିଏ ପଟେ ପାଳି ସମ୍ଭାଳି ୯୯ ରନରେ ଅପରାଜିତ ଅଛନ୍ତି । ଅଧିନାୟକ ବେନ ଷ୍ଟୋକସ କ୍ରିଜରେ ରହିଛନ୍ତି । ଭାରତ ପକ୍ଷରୁ ନୀତୀଶ ରେଡ୍ଡୀ ୨ଟି ୱିକେଟ ହାସଲ କରିଥିବା ବେଳେ ଜାଡେଜା ଓ ବୁମରା ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।
ସେପଟେ ବେନ୍ ଷ୍ଟୋକ୍ସ ନେତୃତ୍ବାଧୀନ ଇଂଲଣ୍ଡ, ହେଡିଂଲିରେ ପ୍ରଥମ ଟେଷ୍ଟକୁ ୫ ୱିକେଟରେ ଜିତିଥିଲା । ଏହାପରେ ଅଧିନାୟକ ଶୁବମନ ଗିଲଙ୍କ ଦମଦାର ବ୍ୟାଟିଂ ବଳରେ ଏଜବାଷ୍ଟନରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟକୁ ୩୩୬ ରନର ବୃହତ ବ୍ୟବଧାନରେ ଜିତି ଭାରତ ଇତିହାସ ସୃଷ୍ଟି କରିଥିଲା । ସିରିଜ ଏବେ ୧-୧ରେ ବରାବର ସ୍ଥିତିରେ ରହିଛି । ତେଣୁ ଉଭୟ ଦଳର ନଜର ଲର୍ଡସ ଲଢ଼େଇ ଉପରେ ରହିଛି ।
Also Read : Wimbledon 2025 ଦେଖିବାକୁ ପହଞ୍ଚିଲେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା, ଦୁହିଁଙ୍କ ଲୁକରେ ଫ୍ୟାନ୍ସ ପାଗଳ
The post ଲର୍ଡସ ତୃତୀୟ ଟେଷ୍ଟ : ଇଂଲଣ୍ଡ ୨୫୧/୪, ଜୋ ରୁଟ୍ ଅପରାଜିତ ୯୯ appeared first on KNews Odisha.