ଲାଇଭ୍ ଭିଡିଓ କରି ଯୁବକଙ୍କ ଆତ୍ମହତ୍ୟା

କେନ୍ଦୁଝର: ଦେଖିକି ର‌ହିବୁ, ମୁଁ ଯାଉଛି । ଏଭଳି କହି ଲାଇଭ୍ ଭିଡିଓ କରି ଆତ୍ମହତ୍ୟା କଲେ ଯୁବକ । ଏହି ଦୁଖଦଃ ଘଟଣା ଘଟିଛି ଘସିପୁରା ଥାନା ଶୈଲଙ୍ଗ ଗ୍ରାମରେ । ଗ୍ରାମର ନିରଞ୍ଜନ ସା ଙ୍କ ବଡ଼ ପୁଅ ଓମପ୍ରସାଦ ସା ମୋବାଇଲରେ ଭିଡିଓ କରି ଗଛରେ ରାଶି ଲଗାଇ ଝୁଲି ପଡିଛନ୍ତି । ଖବର ପାଇ ଘସିପୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ବ୍ୟବଛେଦ କରାଇ […]

ଲାଇଭ୍ ଭିଡିଓ କରି ଯୁବକଙ୍କ ଆତ୍ମହତ୍ୟା
ଲାଇଭ୍ ଭିଡିଓ କରି ଯୁବକଙ୍କ ଆତ୍ମହତ୍ୟା

କେନ୍ଦୁଝର: ଦେଖିକି ର‌ହିବୁ, ମୁଁ ଯାଉଛି । ଏଭଳି କହି ଲାଇଭ୍ ଭିଡିଓ କରି ଆତ୍ମହତ୍ୟା କଲେ ଯୁବକ । ଏହି ଦୁଖଦଃ ଘଟଣା ଘଟିଛି ଘସିପୁରା ଥାନା ଶୈଲଙ୍ଗ ଗ୍ରାମରେ । ଗ୍ରାମର ନିରଞ୍ଜନ ସା ଙ୍କ ବଡ଼ ପୁଅ ଓମପ୍ରସାଦ ସା ମୋବାଇଲରେ ଭିଡିଓ କରି ଗଛରେ ରାଶି ଲଗାଇ ଝୁଲି ପଡିଛନ୍ତି ।

ଖବର ପାଇ ଘସିପୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ବ୍ୟବଛେଦ କରାଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଓମ୍ ଆତ୍ମହତ୍ୟା କରିବା ପୂର୍ବରୁ ନିଜ ମୋବାଇଲ ଫୋନ୍‌ରେ ଲାଇଭ୍ କରିଥିଲେ । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ ।