ଲାଞ୍ଚ ନେଇ ଧରାପଡ଼ିଲେ ତହସିଲ ରେକର୍ଡ କିପର

ବଲାଙ୍ଗୀର,୨୧ା୨(ସୁନୀଲ କୁମାର ମହାନ୍ତି): ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ବଲାଙ୍ଗୀର ଜିଲା ମୁରିବାହାଲ ତହସିଲର ବରିଷ୍ଠ ରାଜସ୍ବ ସହାୟକ ହେବଲେଟ ବାର୍ଲା। ତାଙ୍କୁ ଭିଜିଲାନ୍ସ ଟିମ୍‌ ଗିରଫ କରିବା ସହ ତାଙ୍କଠାରୁ ୧୦ ହଜାର ଲାଞ୍ଚ ଟଙ୍କା ଜବତ କରିଛି। ପଟ୍ଟା କରି ଦେବା ପାଇଁ ଦେବଙ୍ଗ ଗାଁର ଈଶ୍ୱର ଭୋଇ ଅଫିସରେ ନିବେଦନ କରିଥିଲେ। ତେବେ ଏ ସମ୍ପର୍କରେ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଭୋଇ ଭିଜିଲାନ୍ସ ଅଫିସରେ […] The post ଲାଞ୍ଚ ନେଇ ଧରାପଡ଼ିଲେ ତହସିଲ ରେକର୍ଡ କିପର appeared first on Dharitri Odia News.

ଲାଞ୍ଚ ନେଇ ଧରାପଡ଼ିଲେ ତହସିଲ ରେକର୍ଡ କିପର

ବଲାଙ୍ଗୀର,୨୧ା୨(ସୁନୀଲ କୁମାର ମହାନ୍ତି): ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ବଲାଙ୍ଗୀର ଜିଲା ମୁରିବାହାଲ ତହସିଲର ବରିଷ୍ଠ ରାଜସ୍ବ ସହାୟକ ହେବଲେଟ ବାର୍ଲା। ତାଙ୍କୁ ଭିଜିଲାନ୍ସ ଟିମ୍‌ ଗିରଫ କରିବା ସହ ତାଙ୍କଠାରୁ ୧୦ ହଜାର ଲାଞ୍ଚ ଟଙ୍କା ଜବତ କରିଛି। ପଟ୍ଟା କରି ଦେବା ପାଇଁ ଦେବଙ୍ଗ ଗାଁର ଈଶ୍ୱର ଭୋଇ ଅଫିସରେ ନିବେଦନ କରିଥିଲେ। ତେବେ ଏ ସମ୍ପର୍କରେ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଭୋଇ ଭିଜିଲାନ୍ସ ଅଫିସରେ ଅଭିଯୋଗ କରିଥିଲେ। ଆଜି ପ୍ରଥମ କିସ୍ତି ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍‌ ବୁଧବାର ତହସିଲ ରେକର୍ଡ କିପର ବାର୍ଲାଙ୍କୁ ଗିରଫ କରିଥିଲା। ଅଧିକ ତଦନ୍ତ ପାଇଁ ବଲାଙ୍ଗୀର ଭିଜିଲାନ୍ସ ଅଫିସ ଅଣାଯାଇ ପଚରାଉଚରା କରୁଥିବା ବଲାଙ୍ଗୀର ଭିଜିଲାନ୍ସ ଡିଏସ୍‌ପି ପୋଲସ୍ତି ଛତ୍ରିଆ ସୂଚନା ଦେଇଛନ୍ତି।

The post ଲାଞ୍ଚ ନେଇ ଧରାପଡ଼ିଲେ ତହସିଲ ରେକର୍ଡ କିପର appeared first on Dharitri Odia News.