ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ
ବେଗୁନିଆପଡ଼ା ,୨୭।୧୧(ସୁଶାନ୍ତ କୁମାର ପଟ୍ଟନାୟକ): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଗଞ୍ଜାମ ଜିଲା ବେଗୁନିଆପଡା ସିଡିପିଓ ସାରାଣୀ ପାଣିଗ୍ରାହୀ। ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଆଗରେ ଧରାପଡିଛନ୍ତି। ଏକ ଅଙ୍ଗନଓ୍ବାଡି କେନ୍ଦ୍ରର କର୍ମଚାରୀଙ୍କ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ସିଡିପିଓ ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଉକ୍ତ କର୍ମଚାରୀ ଭିଜିଲାନ୍ସକୁ ଜଣାଇଥିଲେ। ଅଭିଯୋଗ ଅନୁଯାୟୀ ବେଗୁନିଆପଡ଼ା ବ୍ଳକ କୁମ୍ଭାର ଗାଁ ପଞ୍ଚାୟତ ଅନ୍ତର୍ଗତ ମାଳ ବେଲପଡା […] The post ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ appeared first on Dharitri Odia News.
ବେଗୁନିଆପଡ଼ା ,୨୭।୧୧(ସୁଶାନ୍ତ କୁମାର ପଟ୍ଟନାୟକ): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଗଞ୍ଜାମ ଜିଲା ବେଗୁନିଆପଡା ସିଡିପିଓ ସାରାଣୀ ପାଣିଗ୍ରାହୀ। ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଆଗରେ ଧରାପଡିଛନ୍ତି। ଏକ ଅଙ୍ଗନଓ୍ବାଡି କେନ୍ଦ୍ରର କର୍ମଚାରୀଙ୍କ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ସିଡିପିଓ ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଉକ୍ତ କର୍ମଚାରୀ ଭିଜିଲାନ୍ସକୁ ଜଣାଇଥିଲେ।
ଅଭିଯୋଗ ଅନୁଯାୟୀ ବେଗୁନିଆପଡ଼ା ବ୍ଳକ କୁମ୍ଭାର ଗାଁ ପଞ୍ଚାୟତ ଅନ୍ତର୍ଗତ ମାଳ ବେଲପଡା ଅଙ୍ଗନୱାଡି ସହାୟିକଙ୍କ ୧୮ ମାସର ବକେୟା ଦରମା ପ୍ରଦାନ କରିବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ପରେ ଅଭିଯୋଗକାରୀଣୀ ସହାୟିକା ତ୍ରିବେଣୀ ବେହେରା ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ। ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଏନେଇ ରେଡ୍ କରିବାକୁ ପ୍ରସ୍ତୁତି ହୋଇଥିଲା। ସିଡିପିଓ ନିଜ କାର୍ଯ୍ୟାଳୟରେ ୧୨ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଧରିଥିଲା। ପରେ ସିଡିପିଓଙ୍କ ଅଫିସ ଏବଂ ସରକାରୀ କ୍ବାଟର ଛାନ୍ଭିନ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ରହିଛି। ସେହି କ୍ରମରେ ସିଡିପିଓଙ୍କ ଜିଲା ବାହାରେ ରହିଥିବା ଏକାଧିକ ସ୍ଥାନରେ ଥିବା ଘର ଉପରେ ମଧ୍ୟ ଚଢାଉ କରାଯାଉଛି। ଭିଜିଲାନ୍ସ ପକ୍ଷରୁ ୨୦/୨୦୨୪ ରେ ମାମଲା ରୁଜୁ କରି ଅଧିକ ତଦନ୍ତ ପାଇଁ ସିଡିପିଓଙ୍କୁ ବ୍ରହ୍ମପୁର ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି। ଅଧିକ ତଦନ୍ତ ଜାରି ରହିଛି। ଘଟଣାକୁ ନେଇ ବେଗୁନିଆପଡ଼ା ବ୍ଳକରେ ହଇଚଇ ସୃଷ୍ଟି ହୋଇଛି।
The post ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ appeared first on Dharitri Odia News.