ଲାଞ୍ଜିଗଡ଼ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି
କଳାହାଣ୍ଡି,୦୨/୦୮- ଆଜି ଅପରାହ୍ନରେ ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରସ୍ଥିତ ବ୍ଲକ ଭିଡିଓ କନଫରେନ୍ସ ହଲଠାରେ ୭୯ତମ ସ୍ୱାଧୀନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମାଆ ହୀରାନୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ କଙ୍କଣ ରାୟ, ଡିଗ୍ରୀ ମହାବିଦ୍ୟାଳୟର ପିଇଟି ଜି. ଶ୍ରୀନିବାସ ଦାସ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଜୟ ପଲେଇ, ବରିଷ୍ଠ ନାଗରିକ ବଳରାମ ବେହେରା, କାନକୁଟ୍ରୁ […] The post ଲାଞ୍ଜିଗଡ଼ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି appeared first on Odisha.News.
କଳାହାଣ୍ଡି,୦୨/୦୮- ଆଜି ଅପରାହ୍ନରେ ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରସ୍ଥିତ ବ୍ଲକ ଭିଡିଓ କନଫରେନ୍ସ ହଲଠାରେ ୭୯ତମ ସ୍ୱାଧୀନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମାଆ ହୀରାନୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ କଙ୍କଣ ରାୟ, ଡିଗ୍ରୀ ମହାବିଦ୍ୟାଳୟର ପିଇଟି ଜି. ଶ୍ରୀନିବାସ ଦାସ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଜୟ ପଲେଇ, ବରିଷ୍ଠ ନାଗରିକ ବଳରାମ ବେହେରା, କାନକୁଟ୍ରୁ ସମିତିସଭ୍ୟ ମନୋହର ହରପାଲ, ଗୋପବନ୍ଧୁ ହାଇସ୍କୁଲର ପିଇଟି ଧରିତ୍ରୀ ବିଷୋୟୀ, ବ୍ଲକ କଳାକାର ସଂଘର ହରେକୃଷ୍ଣ ଘଡେଇ, ବନପାଳ ଏସ. କେ ଦୁର୍ଗା, କ୍ଳଷ୍ଟର ସଂଯୋଜକ ଦୁଃଖିଶ୍ୟାମ ବାରିକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରବିନ୍ଦ ମହାପାତ୍ର ସଭା ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।
The post ଲାଞ୍ଜିଗଡ଼ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି appeared first on Odisha.News.