ଲାନିଙ୍ଗଙ୍କ ଅର୍ଦ୍ଧଶତକ, ମେଘନାଙ୍କୁ ୪ ଉଇକେଟ

ବେଙ୍ଗାଲୁରୁ,୪ା୩: ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ)ରେ ଗୁଜରାଟ ଜାଏଣ୍ଟ୍ସ ବିପକ୍ଷ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟିକା ମେଗ୍‌ ଲାନିଙ୍ଗ। ଅନ୍ୟ ପକ୍ଷରେ ଗୁଜରାଟ ପକ୍ଷରୁ ମେଘନା ସିଂ ୪ ଉଇକେଟ ନେଇ ସଫଳ ବୋଲର ରହିଥିଲେ। ଗୁଜରାଟ ଟସ ଜିତି ବୋଲିଂ କରିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ୮ ଉଇକେଟରେ ୧୬୩ ରନ୍‌ ସଂଗ୍ରହ କରିଥିଲା। ହ୍ୟାଟ୍ରିକ ପରଜୟ ଅର୍ଜନ କରି ସାରିଥିବା ଗୁଜରାଟ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଦଳ […] The post ଲାନିଙ୍ଗଙ୍କ ଅର୍ଦ୍ଧଶତକ, ମେଘନାଙ୍କୁ ୪ ଉଇକେଟ appeared first on Dharitri Odia News.

ଲାନିଙ୍ଗଙ୍କ ଅର୍ଦ୍ଧଶତକ, ମେଘନାଙ୍କୁ ୪ ଉଇକେଟ

ବେଙ୍ଗାଲୁରୁ,୪ା୩: ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ)ରେ ଗୁଜରାଟ ଜାଏଣ୍ଟ୍ସ ବିପକ୍ଷ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟିକା ମେଗ୍‌ ଲାନିଙ୍ଗ। ଅନ୍ୟ ପକ୍ଷରେ ଗୁଜରାଟ ପକ୍ଷରୁ ମେଘନା ସିଂ ୪ ଉଇକେଟ ନେଇ ସଫଳ ବୋଲର ରହିଥିଲେ। ଗୁଜରାଟ ଟସ ଜିତି ବୋଲିଂ କରିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ୮ ଉଇକେଟରେ ୧୬୩ ରନ୍‌ ସଂଗ୍ରହ କରିଥିଲା।
ହ୍ୟାଟ୍ରିକ ପରଜୟ ଅର୍ଜନ କରି ସାରିଥିବା ଗୁଜରାଟ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଦଳ ପକ୍ଷରୁ ମେଘନା ସିଂ ଚମତ୍କାର ବୋଲିଂ କରି ବିପଜ୍ଜନକ ଶେଫାଳି ବର୍ମାଙ୍କୁ ଆଉଟ କରିଥିଲେ। ଦଳୀୟ ସ୍କୋର ୨୦ରେ ଶେଫାଳି ପ୍ୟାଭିଲିୟନ ଫେରିଥିଲେ। ଆଲିସ୍‌ କାପ୍‌ସି(୨୭) ଓ ମେଗ୍‌ ଲାନିଙ୍ଗ(୫୫) ଦ୍ୱିତୀୟ ଉଇକେଟରେ ୩୮ ରନ୍‌ ଯୋଡିଥିଲେ। କାପ୍‌ସି ୧୭ ବଲ୍‌ରୁ ୨୭ ରନ୍‌ କରିଥିବା ବେଳେ ଲାନିଙ୍ଗ ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ। କାପ୍‌ସି ଧୂଆଁଧାର ବ୍ୟାଟିଂ କରିବା ସହ ୫ ଚୌକା ମାରିଥିଲେ। ଅନ୍ୟ ପକ୍ଷରେ ଧୀମା ଆରମ୍ଭ କରିଥିବା ଳାନିଙ୍ଗ ୪୧ ବଲ୍‌ ଖେଳି ୬ ଚୌକା ଓ ୧ ଛକା ମାରିଥିଲେ। ଶେଷ ଆଡକୁ ଆନାବେଲ ସଦରଲାଣ୍ଡ ୨୦ ଓ ଶିଖା ପାଣ୍ଡେ ଅପରାଜିତ ୧୪ ରନ କରିବାରୁ ଦଳ ୧୬୦ ରନ୍‌ ପାର କରିଥିଲା। ଗୁଜରାଟ ଜାଏଣ୍ଟ୍ସ ପକ୍ଷରୁ ମେଘନା ସିଂ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ କରି ୩୭ ରନ୍‌ରେ ୪ ଉଇକେଟ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆସଲେ ଗାର୍ଡନର ୨, ତନୁଜା କଓ୍ବଁର ଓ ମନ୍ନତ କଶ୍ୟପ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଖବର ପ୍ରସ୍ତୁତ ସୁଦ୍ଧା ଗୁଜରାଟ ଜାଏଣ୍ଟ୍ସ ୪ ଓଭରରେ ୧ ଉଇକେଟ ହରାଇ ୨୩ ରନ୍‌ ସଂଗ୍ରହ କରିଛି।
ସଂକ୍ଷିପ୍ତ ସ୍କୋର
ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୬୩/୮(ମେଗ୍‌ ଲାନିଙ୍ଗ-୫୫, ଆଲିସ୍‌ କାପ୍‌ସି-୨୭, ଆନାବେଲ ସଦରଲାଣ୍ଡ-୨୦, ମେଘନା ସିଂ-୪/୩୭, ଆସ୍‌ଲେ ଗାର୍ଡନର-୨/୩୭, ମନ୍ନତ କଶ୍ୟପ-୧/୧୬)।

The post ଲାନିଙ୍ଗଙ୍କ ଅର୍ଦ୍ଧଶତକ, ମେଘନାଙ୍କୁ ୪ ଉଇକେଟ appeared first on Dharitri Odia News.