ଲୁଚାଚୋରାରେ ଘରୋଇ ଜାଗାରେ ପଡ଼ୁଛି ଅଳିଆ
ଅନୁଗୋଳ, ୨୨ା୩ (ଅମିତ କୁମାର ସାମଲ): ଅନୁଗୋଳ ସହରରୁ ବାହାରୁଥିବା ଆବର୍ଜନା କେଉଁଠାରେ ପକାଯିବ ତାହାକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟାର ଏଯାଏ ସମାଧାନ ହୋଇପାରୁ ନାହିଁ। ବିଭିନ୍ନ ଓ୍ବାର୍ଡରୁ ଏ ନେଇ ବିରୋଧ ଉଠିବା ପରେ ପୌରପାଳିକା ପୁଣି ଗଳା ବାଟ ଖୋଜିଛି। ଏପରି କି ସହରରୁ ଅଳିଆ ନେଇ ଲୁଚାଚୋରାରେ ଘରୋଇ ଜାଗାରେ ଗଦାଉଥିବା ଅଭିଯୋଗ ହେଉଛି। ଏହାକୁ ନେଇ ପଞ୍ଚମହଲାଠାରେ ଅସନ୍ତୋଷର ନିଆଁ କୁହୁଳୁଥିବା ଜଣାପଡ଼ିଛି। ଭଦ୍ରାମି ଦୃଷ୍ଟିରୁ ପୌରପାଳିକା ଯେଉଁଭଳି ଭାବେ […] The post ଲୁଚାଚୋରାରେ ଘରୋଇ ଜାଗାରେ ପଡ଼ୁଛି ଅଳିଆ appeared first on Dharitri Odia News.
ଅନୁଗୋଳ, ୨୨ା୩ (ଅମିତ କୁମାର ସାମଲ): ଅନୁଗୋଳ ସହରରୁ ବାହାରୁଥିବା ଆବର୍ଜନା କେଉଁଠାରେ ପକାଯିବ ତାହାକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟାର ଏଯାଏ ସମାଧାନ ହୋଇପାରୁ ନାହିଁ। ବିଭିନ୍ନ ଓ୍ବାର୍ଡରୁ ଏ ନେଇ ବିରୋଧ ଉଠିବା ପରେ ପୌରପାଳିକା ପୁଣି ଗଳା ବାଟ ଖୋଜିଛି। ଏପରି କି ସହରରୁ ଅଳିଆ ନେଇ ଲୁଚାଚୋରାରେ ଘରୋଇ ଜାଗାରେ ଗଦାଉଥିବା ଅଭିଯୋଗ ହେଉଛି। ଏହାକୁ ନେଇ ପଞ୍ଚମହଲାଠାରେ ଅସନ୍ତୋଷର ନିଆଁ କୁହୁଳୁଥିବା ଜଣାପଡ଼ିଛି। ଭଦ୍ରାମି ଦୃଷ୍ଟିରୁ ପୌରପାଳିକା ଯେଉଁଭଳି ଭାବେ ଘରୋଇ ଜାଗାରେ ଅଳିଆ ପକାଉଛି, ସେଭଳି ଉଠାଇ ନେବା ଦରକାର। ନଚେତ ପରିସ୍ଥିତି ଆଗକୁ ଭୟଙ୍କର ହେବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ୮ ଦିନ ହେବ ଅନୁଗୋଳ ପୌରପାଳିକାରେ ଅଳିଆ ବିବାଦ ଦେଖାଦେଇଛି। ସହର ଅଳିଆ କେଉଁଠି ପଡ଼ିବ ତାକୁ ନେଇ ବଡ଼ ସମସ୍ୟା ସୃଷ୍ଟି ହେଉଛି। ବିଭିନ୍ନ ଓ୍ବାର୍ଡର କାଉନସିଲର ମଧ୍ୟ ତାଙ୍କ ଓ୍ବାର୍ଡରେ ଅଳିଆ ଗଦାଇବାକୁ ବିରୋଧ କରୁଛନ୍ତି। ସ୍ଥାନୀୟ ଲୋକମାନଙ୍କ ମଧ୍ୟରୁ କିଏ ଠେଙ୍ଗାବାଡି ଧରି ଆଗୁକୁ ଆସୁଛି ତ ଆଉ କିଏ ଝାଡ଼ୁ ଧରି ବିରୋଧ କରୁଛନ୍ତି। ଇତିମଧ୍ୟରେ ପଞ୍ଚମହଲାରେ ଥିବା କିଛି ଘରୋଇ ଜାଗାରେ ପୌରପାଳିକା ଅଳିଆ ପକାଉଥିବାରୁ ଏଠାରେ ଅଳିଆ ଗଦାଇବା ପାଇଁ କିଏ ଅନୁମତି ପ୍ରଦାନ କଲା, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଡମ୍ପିଂୟାର୍ଡରେ ଅଳିଆ ପଡ଼ିପାରୁ ନ ଥିବାରୁ ଖାଲି ଜାଗା ଦେଖି ଅଳିଆ ପକାଯାଉଛି।
The post ଲୁଚାଚୋରାରେ ଘରୋଇ ଜାଗାରେ ପଡ଼ୁଛି ଅଳିଆ appeared first on Dharitri Odia News.