ଇସ୍ରାଏଲ ଏୟାର ଷ୍ଟ୍ରାଇକ୍‌ରେ ୧୧୪ ମୃତ

ଖାନ୍‌ ୟୁନିସ୍‌, ୧୬।୫: ଗାଜା ଷ୍ଟ୍ରିପ୍‌ରେ ଗୁରୁବାର ଇସ୍ରାଏଲ ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯାଇଛି, ଯେଉଁଥିରେ ୧୧୪ ଜଣ ପାଲେଷ୍ଟିନୀୟଙ୍କର ମୃତ୍ୟୁ ଘଟିଛି। ଗାଜାସ୍ଥିତ ସ୍ବାସ୍ଥ୍ୟ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଦକ୍ଷିଣ ଗାଜାର ଖାନ୍‌ ୟୁନିସ ସହରରେ ବିଭିନ୍ନ ବିସ୍ଥାପିତ ପରିବାର ଆଶ୍ରୟ ନେଉଥିବା ଘର ଏବଂ ତମ୍ବୁଗୁଡ଼ିକୁ ଟାର୍ଗେଟ କରାଯାଇ ବୋମାମାଡ଼ କରାଯିବାରୁ ୫୬ ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ନାସେର ହସ୍ପିଟାଲ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି ଉତ୍ତର ଗାଜାର ଜାବାଲିଆ […] The post ଇସ୍ରାଏଲ ଏୟାର ଷ୍ଟ୍ରାଇକ୍‌ରେ ୧୧୪ ମୃତ appeared first on Dharitri Odia News.

ଇସ୍ରାଏଲ ଏୟାର ଷ୍ଟ୍ରାଇକ୍‌ରେ ୧୧୪ ମୃତ

ଖାନ୍‌ ୟୁନିସ୍‌, ୧୬।୫: ଗାଜା ଷ୍ଟ୍ରିପ୍‌ରେ ଗୁରୁବାର ଇସ୍ରାଏଲ ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯାଇଛି, ଯେଉଁଥିରେ ୧୧୪ ଜଣ ପାଲେଷ୍ଟିନୀୟଙ୍କର ମୃତ୍ୟୁ ଘଟିଛି। ଗାଜାସ୍ଥିତ ସ୍ବାସ୍ଥ୍ୟ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଦକ୍ଷିଣ ଗାଜାର ଖାନ୍‌ ୟୁନିସ ସହରରେ ବିଭିନ୍ନ ବିସ୍ଥାପିତ ପରିବାର ଆଶ୍ରୟ ନେଉଥିବା ଘର ଏବଂ ତମ୍ବୁଗୁଡ଼ିକୁ ଟାର୍ଗେଟ କରାଯାଇ ବୋମାମାଡ଼ କରାଯିବାରୁ ୫୬ ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ନାସେର ହସ୍ପିଟାଲ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି ଉତ୍ତର ଗାଜାର ଜାବାଲିଆ ସହରରେ ଥିବା ବିଭିନ୍ନ ଶରଣାର୍ଥୀ ଶିବିର, ସ୍ବାସ୍ଥ୍ୟ କ୍ଲିନିକ୍‌ ଏବଂ ପ୍ରାର୍ଥନା ଗୃହଗୁଡ଼ିକୁ ଟାର୍ଗେଟ କରି ବୋମାମାଡ଼ କରାଯାଇଛି, ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ହମାସ ଦ୍ୱାରା ପରିଚାଳିତ ସିଭିଲ ଡିଫେନ୍ସ ଏଜେନ୍ସି ପକ୍ଷରୁ କୁହାଯାଇଛି। ତେବେ ଗାଜାର ବିଭିନ୍ନ ଅଞ୍ଚଳରେ ହମାସ୍‌ ଏବଂ ପାଲେଷ୍ଟିନୀୟ ଇସ୍‌ଲାମିକ୍‌ ଜିହାଦ ଯୋଦ୍ଧାଙ୍କୁ ଟାର୍ଗେଟ କରାଯାଇ ବୋମାମାଡ଼ କରାଯାଇଥିବା ଇସ୍ରାଏଲୀ ସେନା କହିଛି।

The post ଇସ୍ରାଏଲ ଏୟାର ଷ୍ଟ୍ରାଇକ୍‌ରେ ୧୧୪ ମୃତ appeared first on Dharitri Odia News.