ଲୁଟି ନେଇ ଲଗାଇଦେଲେ ନିଆଁ : ହୁହୁ ହୋଇ ଜଳିଲା… 

ଭୋଗରାଇ,୧୨।  ୩ ( ପ୍ରଦୀପ ଦାସ ): ବାଲେଶ୍ୱରଜିଲା ଭୋଗରାଇ ବ୍ଲକ ଭୋଗରାଇ ହାଟ ସ୍ଥିତ ଚକପଳାସିଆ ସେବା ସମବାୟ ସମିତିରେ ସୋମବାର ବିଳମ୍ବିତ ରାତ୍ରିରେ  ଅଗ୍ନିକାଣ୍ଡ ଘଟିଛି। କେତେକ ଦୁର୍ବୃତ୍ତଙ୍କ ଦ୍ୱାରା ସମବାୟ ସମିତିରୁ ଟଙ୍କା ପଇସା ସମେତ କମ୍ପୁଟର ସାମଗ୍ରୀ ଲୁଟି  ନେଇ  ନିଆଁ ଲଗାଯାଇବାର ସୂଚନା ମିଳିଛି। ସେବାସମବାୟ ସମିତି ପୋଡି ଯାଉଥିବା ଖବରପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳକୁ ଯାଇ ନିଆଁ ଲିଭାଇଥିଲେ ମଧ୍ୟ ସବୁ ପୋଡି ଛାରଖାର ହୋଇଛି । ୫୦ ଲକ୍ଷ […] The post ଲୁଟି ନେଇ ଲଗାଇଦେଲେ ନିଆଁ : ହୁହୁ ହୋଇ ଜଳିଲା…  appeared first on Dharitri Odia News.

ଲୁଟି ନେଇ ଲଗାଇଦେଲେ ନିଆଁ : ହୁହୁ ହୋଇ ଜଳିଲା… 
ଭୋଗରାଇ,୧୨।  ୩ ( ପ୍ରଦୀପ ଦାସ ): ବାଲେଶ୍ୱରଜିଲା ଭୋଗରାଇ ବ୍ଲକ ଭୋଗରାଇ ହାଟ ସ୍ଥିତ ଚକପଳାସିଆ ସେବା ସମବାୟ ସମିତିରେ ସୋମବାର ବିଳମ୍ବିତ ରାତ୍ରିରେ  ଅଗ୍ନିକାଣ୍ଡ ଘଟିଛି।
କେତେକ ଦୁର୍ବୃତ୍ତଙ୍କ ଦ୍ୱାରା ସମବାୟ ସମିତିରୁ ଟଙ୍କା ପଇସା ସମେତ କମ୍ପୁଟର ସାମଗ୍ରୀ ଲୁଟି  ନେଇ  ନିଆଁ ଲଗାଯାଇବାର ସୂଚନା ମିଳିଛି। ସେବାସମବାୟ ସମିତି ପୋଡି ଯାଉଥିବା ଖବରପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳକୁ ଯାଇ ନିଆଁ ଲିଭାଇଥିଲେ ମଧ୍ୟ ସବୁ ପୋଡି ଛାରଖାର ହୋଇଛି । ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ଛାରଖାର ହୋଇଥିବା ପ୍ରାଥମିକ ତଦନ୍ତରୁ ଆକଳନ କରାଯାଇଥିବା ସେବାସମବାୟ ସମିତିର ସଭାପତି ଓ ନିର୍ଦ୍ଦେଶକ ଜଣାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏହି ଘଟଣାରେ ନାନା କଥା  ଚର୍ଚ୍ଚା ହେଉଛି।

The post ଲୁଟି ନେଇ ଲଗାଇଦେଲେ ନିଆଁ : ହୁହୁ ହୋଇ ଜଳିଲା…  appeared first on Dharitri Odia News.