୩ ମାସ ପର୍ଯ୍ୟନ୍ତ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ କରିବେନି ମୋଦି, ନିଜେ ଦେଲେ ଏହି ସୂଚନା
ନୂଆଦିଲ୍ଲୀ,୨୫ା୨: ଲୋକପ୍ରିୟ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ସହ ରବିବାର କଥାବାର୍ତ୍ତା କରିଛନ୍ତି। ଏହି ଅବସରରେ ସେ ଡ୍ରୋନ୍ ଦିଦିଙ୍କ ସହ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଯେ ଦେଶରେ ନମୋ ଦିଦି ଡ୍ରୋନ୍ ଉପରେ ଆଲୋଚନା ହେଉଛି। ମହିଳା ଶକ୍ତି ପ୍ରତ୍ୟେକ କ୍ଷେତ୍ରରେ ଆଗରେ ଅଛି। ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘କିଛି ଦିନ ପରେ ମାର୍ଚ୍ଚ ୮ରେ ଆମେ ମହିଳା ଦିବସ ପାଳନ କରିବୁ। […] The post ୩ ମାସ ପର୍ଯ୍ୟନ୍ତ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ କରିବେନି ମୋଦି, ନିଜେ ଦେଲେ ଏହି ସୂଚନା appeared first on Dharitri Odia News.
ନୂଆଦିଲ୍ଲୀ,୨୫ା୨: ଲୋକପ୍ରିୟ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ସହ ରବିବାର କଥାବାର୍ତ୍ତା କରିଛନ୍ତି। ଏହି ଅବସରରେ ସେ ଡ୍ରୋନ୍ ଦିଦିଙ୍କ ସହ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଯେ ଦେଶରେ ନମୋ ଦିଦି ଡ୍ରୋନ୍ ଉପରେ ଆଲୋଚନା ହେଉଛି। ମହିଳା ଶକ୍ତି ପ୍ରତ୍ୟେକ କ୍ଷେତ୍ରରେ ଆଗରେ ଅଛି। ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘କିଛି ଦିନ ପରେ ମାର୍ଚ୍ଚ ୮ରେ ଆମେ ମହିଳା ଦିବସ ପାଳନ କରିବୁ। ଏହି ବିଶେଷ ଦିନ ଦେଶର ବିକାଶରେ ମହିଳାଙ୍କ ଅବଦାନକୁ ନମସ୍କାର କରିବାର ସୁଯୋଗ ପ୍ରଦାନ କରିଥାଏ। ମହାନ କବି ଭରତିୟାର କହିଛନ୍ତି, ଯେତେବେଳେ ମହିଳାମାନଙ୍କୁ ସମାନ ସୁଯୋଗ ଦିଆଯିବ ସେତେବେଳେ ବିଶ୍ୱ ବିଶ୍ୱ ଫୁଲଫଳରେ ଭରିଯିବ। ଏହା ‘ମନ୍ କି ବାତ୍’ର ୧୧୦ ତମ ଏପିସୋଡ୍ ଥିଲା। ଏଥିସହ ପ୍ରଧାନମନ୍ତ୍ରୀ କହିଛନ୍ତି, ମାର୍ଚ୍ଚରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ହେତୁ ଆଚରଣ ବିଧି କାର୍ଯ୍ୟକାରୀ ହେବ, ତେଣୁ ଆସନ୍ତା ୩ ମାସ ପାଇଁ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ପ୍ରସାରଣ ହେବ ନାହିଁ।
ମାସିକ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ପ୍ରଧାନମନ୍ତ୍ରୀ କହିଛନ୍ତି,’ ଆଜି ଭାରତର ମହିଳା ଶକ୍ତି ପ୍ରତ୍ୟେକ କ୍ଷେତ୍ରରେ ପ୍ରଗତିର ନୂତନ ଉଚ୍ଚତାକୁ ସ୍ପର୍ଶ କରୁଛି। ଆଜି ପ୍ରତ୍ୟେକ ଗ୍ରାମରେ ଡ୍ରୋନ୍ ଦିଦି ଉପରେ ଆଲୋଚନା ହେଉଛି। ସମସ୍ତଙ୍କ ଓଠରେ ନମୋ ଡ୍ରୋନ୍ ଦିଦି, ନମୋ ଡ୍ରୋନ୍ ଦିଦି ରହିଛି। ଏହି ନମୋ ଡ୍ରୋନ୍ ଦିଦି ଦେଶରେ କୃଷିକୁ ଆଧୁନିକୀକରଣ କରିବା ପାଇଁ ଏକ ଉତ୍ତମ ମାଧ୍ୟମ ପାଲଟିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାସାୟନିକ ପଦାର୍ଥ ହେତୁ ଆମ ମାତୃ ଯନ୍ତ୍ରଣା, ହେଉଛି। ଦେଶର ମାତୃଶକ୍ତି ଏକ ବଡ଼ ଖେଳୁଛି। ଆମ ପୃଥିବୀ ମା’କୁ ବଞ୍ଚାଇବା ପାଇଁ ମାତୃଶକ୍ତିର ବଡ଼ ଭୂମିକା ରହିଛି ବୋଲି ପ୍ରଧାନନ୍ତ୍ରୀ କହିଛନ୍ତି।
The post ୩ ମାସ ପର୍ଯ୍ୟନ୍ତ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ କରିବେନି ମୋଦି, ନିଜେ ଦେଲେ ଏହି ସୂଚନା appeared first on Dharitri Odia News.