ଲୁଟ୍‌ ପାଇଁ ଗୁଳିମାଡ଼: ଚାଲିଗଲା ଜଣଙ୍କ ଜୀବନ

ପାଣିକୋଇଲି,୪।୧: ଯାଜପୁର ଜିଲା ପାଣିକୋଇଲିରେ ଶନିବାର ଏକ ଅଘଟଣ ଘଟିଛି। ଲୁଟ୍‌ ପାଇଁ ଏକ ଗୁଳିକାଣ୍ଡ ଘଟିଛି। ଗୁଳିମାଡ଼ରେ ସୁନା ଦୋକାନରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ କର୍ମଚାରୀ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୁଳିଟି ଜଣଙ୍କ ପେଟରେ ବାଜି ଥିବା ବେଳେ ଅନ୍ୟ ଜଣଙ୍କର ଅଣ୍ଟାରେ ବାଜିଥିବା ଜଣାପଡିଛି। ପାଣିକୋଇଲି ବଜାରରେ ଏହି ଅଘଟଣ ଘଟିଥିବା ବେଳେ ବାଇକ୍‌ରେ ଆସି ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଭିଆଇଛନ୍ତି। ସ୍ଥାନୀୟ ଲୋକେ […] The post ଲୁଟ୍‌ ପାଇଁ ଗୁଳିମାଡ଼: ଚାଲିଗଲା ଜଣଙ୍କ ଜୀବନ appeared first on Dharitri Odia News.

ଲୁଟ୍‌ ପାଇଁ ଗୁଳିମାଡ଼: ଚାଲିଗଲା ଜଣଙ୍କ ଜୀବନ

ପାଣିକୋଇଲି,୪।୧: ଯାଜପୁର ଜିଲା ପାଣିକୋଇଲିରେ ଶନିବାର ଏକ ଅଘଟଣ ଘଟିଛି। ଲୁଟ୍‌ ପାଇଁ ଏକ ଗୁଳିକାଣ୍ଡ ଘଟିଛି। ଗୁଳିମାଡ଼ରେ ସୁନା ଦୋକାନରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ କର୍ମଚାରୀ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଗୁଳିଟି ଜଣଙ୍କ ପେଟରେ ବାଜି ଥିବା ବେଳେ ଅନ୍ୟ ଜଣଙ୍କର ଅଣ୍ଟାରେ ବାଜିଥିବା ଜଣାପଡିଛି। ପାଣିକୋଇଲି ବଜାରରେ ଏହି ଅଘଟଣ ଘଟିଥିବା ବେଳେ ବାଇକ୍‌ରେ ଆସି ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଭିଆଇଛନ୍ତି। ସ୍ଥାନୀୟ ଲୋକେ ଜଣେ ଦୁର୍ବୃତ୍ତଙ୍କ କାବୁ କରିଥିବା ସୂଚନା ମିଳିଛି। ଏହି ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

The post ଲୁଟ୍‌ ପାଇଁ ଗୁଳିମାଡ଼: ଚାଲିଗଲା ଜଣଙ୍କ ଜୀବନ appeared first on Dharitri Odia News.