ଲୁହରେ ଭିଜୁଛି ସହିଦ ନୀଳମଣିଙ୍କ ଗାଁ,ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

ଚୌଦ୍ବାର ୧୫/୭: ଯବାନ ପୁଅକୁ ହରାଇ କାନ୍ଦୁଛି ଜନ୍ମମାଟି ଓ କାନ୍ଦୁଛନ୍ତି ପରିବାର, ସାଙ୍ଗସାଥୀ । ପଞ୍ଜାବ ସ୍ଥଳସେନା ବାହିନୀରେ ସୁବେଦାର ମେଜର ଥିବା ଚୌଦ୍ବାର ଦେଉଳଚୁଆ ଗାଁର ନୀଳମଣି ନାୟକ । ୧୫ ଦିନ ଧରି ଜଣ୍ଡିସରେ ଆକ୍ରାନ୍ତ ହୋଇ ଚଣ୍ଡିଗଡ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଅକାଳ ବିୟୋଗ ହୋଇଥିଲା । ସୋମବାର ନୀଳମଣିଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ । ଶେଷ ଦର୍ଶନ ପାଇଁ ଜନ୍ମମାଟି ପାଲଟିଥିଲା ଜନସମୁଦ୍ର । ମଙ୍ଗୁଳି ଛକ ନିକଟରେ ବିରାଟ ଶୋଭାଯାତ୍ରାରେ ତାଙ୍କୁ ଆଣିବା ପାଇଁ ପରିବାର ,ସାଙ୍ଗସାଥୀ ଓ ସ୍ଥାନୀୟ ବାସିନ୍ଦା ଏକାଠି ହୋଇଥିଲେ । ନୀଳମଣିଙ୍କୁ ହରାଇ ସମସ୍ତଙ୍କ ଆଖିରେ ଲୁହ ଥିଲା । ସହିଦ ନୀଳମଣିଙ୍କୁ ଶେଷ ବିଦାୟ ଦେଇଛନ୍ତି ସମସ୍ତେ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ ।   