ଲେବର୍ ପାର୍ଟିର ଐତିହାସିକ ବିଜୟ, ବଢିନି ଭୋଟ୍ ସେୟାର; ନାଇଜେଲ ଗେମ୍ ଚେଞ୍ଜର
ନୂଆଦିଲ୍ଲୀ: ବ୍ରିଟେନରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର। ସାଧାରଣ ନିର୍ବାଚନରେ ଲେବର ପାର୍ଟିକୁ ମିଳିଛି ବହୁମତ। ୧୪ ବର୍ଷ ସରକାରରେ ଥିବା ଋଷି ସୁନକଙ୍କ ପରାଜୟ ସ୍ୱାଦ ଚାଖିଛି। କୈର ଷ୍ଟାର୍ମରଙ୍କ ଲେବର ପାର୍ଟି ମ୍ୟାଜିକ୍ ନମ୍ବର ପାର୍ କରି ୪୧୨ ସିଟ୍ରେ ବିଜୟୀ ହୋଇଛି। ଦଳ ଏଥର ସରକାର ଗଢ଼ିବ। ସେପଟେ କଞ୍ଜର୍ଭେଟିଭ୍ ପାର୍ଟିକୁ ମାତ୍ର ୧୨୧ଟି ଆସନ ମିଳିଛି। ଏପଟେ ଜନାଦେଶକୁ ନେଇ ପ୍ରଧାନମନ୍ତ୍ରୀ ଋଷି ସୁନାକ ପରାଜୟ ସ୍ବୀକାର କରିଛନ୍ତି। ଋଷି ସୁନକ୍ ରିଚମଣ୍ଡ ଏବଂ ନର୍ଥଲର୍ଟନରେ ନିଜର ଆସନରେ ବିଜୟ ଧାରା ବଜାୟ ରଖିଛନ୍ତି। ଲେବର୍ ପାର୍ଟି କଞ୍ଜର୍ଭେଟିଭ୍ ପାର୍ଟି ଠାରୁ ୨୯୦ ସିଟ୍ ଆଗୁଆ ରହିଛି। ବିଂଶ ଶତାବ୍ଦୀର ଆରମ୍ଭରୁ ବ୍ରିଟେନରେ କୌଣସି ଦଳର ସର୍ବାଧିକ ବ୍ୟବଧାନରେ ରହିଛି। ୧୯୨୪ ମସିହା ନିର୍ବାଚନରେ ଲେବର ପାର୍ଟି ଠାରୁ କଞ୍ଜର୍ଭେଟିଭ୍ ପାର୍ଟି ୨୦୯ ସିଟ୍ ଆଗରେ ଥିଲା। ତେବେ ଗତ ନିର୍ବାଚନ ସହ ତୁଳନା କଲେ ସିଟ୍ ସଂଖ୍ୟା ବଢିଥିଲେ ଭୋଟ୍ ସେୟାରରେ ବୃଦ୍ଧି ହୋଇନି। ୨୦୧୯ ନିର୍ବାଚନ ତୁଳନାରେ ଏଥର ମାତ୍ର ୧.୭ ପ୍ରତିଶତ ବଢି ୩୩.୯ ପ୍ରତିଶତରେ ପହଞ୍ଚିଛି। ସେପଟେ କଞ୍ଜର୍ଭେଟିଭ୍ ପାର୍ଟିର ଭୋଟ୍ ସେୟାର ଗତଥର ତୁଳନାରେ ୨୦ ପ୍ରତିଶତ କମିବା ସହ ୨୩.୭ ପ୍ରତିଶତକୁ ଖସିଆସିଛି।ଲେବର ପାର୍ଟି ଏଥର ମୋଟ ୭,୭୧୨,୦୧୧ ଭୋଟ୍ରେ ଜିତିଛି। ୨୦୧୯ରେ ୧୦,୨୬୯,୦୫୧ ଭୋଟ୍ ଥାଇ ବି ପରାଜୟର ସମ୍ମୁଖୀନ ହୋଇଥ
ନୂଆଦିଲ୍ଲୀ: ବ୍ରିଟେନରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର। ସାଧାରଣ ନିର୍ବାଚନରେ ଲେବର ପାର୍ଟିକୁ ମିଳିଛି ବହୁମତ। ୧୪ ବର୍ଷ ସରକାରରେ ଥିବା ଋଷି ସୁନକଙ୍କ ପରାଜୟ ସ୍ୱାଦ ଚାଖିଛି। କୈର ଷ୍ଟାର୍ମରଙ୍କ ଲେବର ପାର୍ଟି ମ୍ୟାଜିକ୍ ନମ୍ବର ପାର୍ କରି ୪୧୨ ସିଟ୍ରେ ବିଜୟୀ ହୋଇଛି। ଦଳ ଏଥର ସରକାର ଗଢ଼ିବ। ସେପଟେ କଞ୍ଜର୍ଭେଟିଭ୍ ପାର୍ଟିକୁ ମାତ୍ର ୧୨୧ଟି ଆସନ ମିଳିଛି। ଏପଟେ ଜନାଦେଶକୁ ନେଇ ପ୍ରଧାନମନ୍ତ୍ରୀ ଋଷି ସୁନାକ ପରାଜୟ ସ୍ବୀକାର କରିଛନ୍ତି। ଋଷି ସୁନକ୍ ରିଚମଣ୍ଡ ଏବଂ ନର୍ଥଲର୍ଟନରେ ନିଜର ଆସନରେ ବିଜୟ ଧାରା ବଜାୟ ରଖିଛନ୍ତି।
ଲେବର୍ ପାର୍ଟି କଞ୍ଜର୍ଭେଟିଭ୍ ପାର୍ଟି ଠାରୁ ୨୯୦ ସିଟ୍ ଆଗୁଆ ରହିଛି। ବିଂଶ ଶତାବ୍ଦୀର ଆରମ୍ଭରୁ ବ୍ରିଟେନରେ କୌଣସି ଦଳର ସର୍ବାଧିକ ବ୍ୟବଧାନରେ ରହିଛି। ୧୯୨୪ ମସିହା ନିର୍ବାଚନରେ ଲେବର ପାର୍ଟି ଠାରୁ କଞ୍ଜର୍ଭେଟିଭ୍ ପାର୍ଟି ୨୦୯ ସିଟ୍ ଆଗରେ ଥିଲା। ତେବେ ଗତ ନିର୍ବାଚନ ସହ ତୁଳନା କଲେ ସିଟ୍ ସଂଖ୍ୟା ବଢିଥିଲେ ଭୋଟ୍ ସେୟାରରେ ବୃଦ୍ଧି ହୋଇନି। ୨୦୧୯ ନିର୍ବାଚନ ତୁଳନାରେ ଏଥର ମାତ୍ର ୧.୭ ପ୍ରତିଶତ ବଢି ୩୩.୯ ପ୍ରତିଶତରେ ପହଞ୍ଚିଛି। ସେପଟେ କଞ୍ଜର୍ଭେଟିଭ୍ ପାର୍ଟିର ଭୋଟ୍ ସେୟାର ଗତଥର ତୁଳନାରେ ୨୦ ପ୍ରତିଶତ କମିବା ସହ ୨୩.୭ ପ୍ରତିଶତକୁ ଖସିଆସିଛି।
ଲେବର ପାର୍ଟି ଏଥର ମୋଟ ୭,୭୧୨,୦୧୧ ଭୋଟ୍ରେ ଜିତିଛି। ୨୦୧୯ରେ ୧୦,୨୬୯,୦୫୧ ଭୋଟ୍ ଥାଇ ବି ପରାଜୟର ସମ୍ମୁଖୀନ ହୋଇଥିଲା। ଫାଇନାନ୍ସିଆଲ୍ ଟାଇମ୍ସ ଅନୁସାରେ “ ଆଜି ପର୍ଯ୍ୟନ୍ତ ଏତେ କମ୍ ଭୋଟ୍ ସେୟାରିଂରେ ବ୍ରିଟେନ୍ର କୌଣସି ରାଜନୈତିକ ଦଳ ଏତେ ବଡ଼ ସଂଖ୍ୟାଗରିଷ୍ଠତା ହାସଲ କରିନାହାଁନ୍ତି”।
ରାଜନୀତି ବିଶେଷଜ୍ଞଙ୍କ ଅନୁସାରେ ଏହି ରେଜଲ୍ଟ ପଛରେ ଗୋଟିଏ ମୁଖ୍ୟ କାରଣ ହେଉଛି ନିଗେଲ ଫାରେଜଙ୍କ ରିଫର୍ମ ପାର୍ଟିର ପ୍ରଦର୍ଶନ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କଞ୍ଜର୍ଭେଟିଭ୍ ପାର୍ଟିର ଅଧିକାଂଶ ରିଫର୍ମ ପାର୍ଟି ପକେଟ୍କୁ ଚାଲିଆସିଛି। ରିଫର୍ମ ପାର୍ଟି 14.3% ଭୋଟ୍ ସେୟାର ପାଇଛି।
ସେପଟେ ସୁନକ କହିଛନ୍ତି, ଯେ 'ସାଧାରଣ ନିର୍ବାଚନରେ ଲେବର ପାର୍ଟି ଜିତିଛି ଏବଂ ତାଙ୍କୁ ବିଜୟ ଶୁଭେଚ୍ଛା ଜଣାଇଛି । ଏହାଛଡ଼ା ସେ କହିଛନ୍ତି, ମୁଁ ବର୍ତ୍ତମାନ ଲଣ୍ଡନ ଯିବି। ସେଠାରେ ନିର୍ବାଚନ ଫଳାଫଳ ବିଷୟରେ ପାର୍ଟି ନେତାଙ୍କ ସହିତ ଆଲୋଚନା କରାଯିବ।