ଲେବାନନ ଉପରେ ଇସ୍ରାଏଲର ରକେଟ୍‌ ମାଡ଼: ୨୨ ମୃତ, ଶତାଧିକ ଆହତ

ଜେରୁଜେଲମ୍‌,୧୧ା୧୦: ଥମୁନି ଇସ୍ରାଏଲ-ଇରାନ ଯୁଦ୍ଧ। ଲେବାନନ ଉପରେ ଇସ୍ରାଏଲ ଘନଘନ ରକେଟ୍‌ ମାଡ଼ କରିଛି। ବେରୁଟର ଏକ ଜନବସତି କୋଠା ଉପରେ ରକେଟ ମାଡ଼ କରିବାରୁ ୨୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଥିବା ସୂଚନାରୁ ଜଣାପଡ଼ିଛି। ବିନା ସତର୍କ ସୂଚନା ଦେଇ ୨ଟି କୋଠା ଉପରେ ଏୟାରଷ୍ଟ୍ରାଇକ୍‌ କରିଛି। ହେଜବୋଲ୍ଲା ଆତଙ୍କବାଦୀ ଲୁଚିଥିବା ଆଶଙ୍କାରେ ଇସ୍ରାଏଲ ରକେଟ୍‌ ମାଡ଼ କରିଛି। ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗୁରୁବାର ରାତିରେ ଲେବାନାନର ରାଜଧାନୀ ଉପରେ ଇସ୍ରାଏଲର […] The post ଲେବାନନ ଉପରେ ଇସ୍ରାଏଲର ରକେଟ୍‌ ମାଡ଼: ୨୨ ମୃତ, ଶତାଧିକ ଆହତ appeared first on Dharitri Odia News.

ଲେବାନନ ଉପରେ ଇସ୍ରାଏଲର ରକେଟ୍‌ ମାଡ଼: ୨୨ ମୃତ, ଶତାଧିକ ଆହତ

ଜେରୁଜେଲମ୍‌,୧୧ା୧୦: ଥମୁନି ଇସ୍ରାଏଲ-ଇରାନ ଯୁଦ୍ଧ। ଲେବାନନ ଉପରେ ଇସ୍ରାଏଲ ଘନଘନ ରକେଟ୍‌ ମାଡ଼ କରିଛି। ବେରୁଟର ଏକ ଜନବସତି କୋଠା ଉପରେ ରକେଟ ମାଡ଼ କରିବାରୁ ୨୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଥିବା ସୂଚନାରୁ ଜଣାପଡ଼ିଛି। ବିନା ସତର୍କ ସୂଚନା ଦେଇ ୨ଟି କୋଠା ଉପରେ ଏୟାରଷ୍ଟ୍ରାଇକ୍‌ କରିଛି। ହେଜବୋଲ୍ଲା ଆତଙ୍କବାଦୀ ଲୁଚିଥିବା ଆଶଙ୍କାରେ ଇସ୍ରାଏଲ ରକେଟ୍‌ ମାଡ଼ କରିଛି।

Flames and smoke rise at the scene of destroyed buildings hit by an Israeli airstrike in central Beirut, Lebanon, Thursday, Oct. 10

ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗୁରୁବାର ରାତିରେ ଲେବାନାନର ରାଜଧାନୀ ଉପରେ ଇସ୍ରାଏଲର ଆକ୍ରମଣରେ ଅତି କମରେ ୨୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧୭ ଜଣ ଆହତ ହୋଇଛନ୍ତି।

ଏହି ଆକ୍ରମଣ ସହରର ଦକ୍ଷିଣ ଉପକଣ୍ଠରେ ହେଜବୋଲ୍ଲାର ଗଡ଼ଠାରୁ ବହୁ ଦୂରରେ କେନ୍ଦ୍ରୀୟ ବେରୁଟର କିଛି ଅଂଶକୁ ଟାର୍ଗେଟ କରିଛି। ଲେବାନନ୍‌ ସୁରକ୍ଷା ସୂତ୍ର ଅନୁଯାୟୀ, ଉପର ବସ୍ତା ପଡ଼ିଆରେ ବାସିନ୍ଦା ଏବଂ ସମ୍ପ୍ରତି ବିସ୍ଥାପିତ ଲୋକ ଏକାଠି ହୋଇଥିବାବେଳେ ଏକ ବହୁ ମହଲା କୋଠାକୁ ଧକ୍କା ଦେଇଥିଲା। ଦୁଇ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ସେମାନେ କୋଠାଟି ଧକ୍କା ହେବା ପରେ ଭୁଶୁଡ଼ି ପଡ଼ିଥିବାର ଦେଖିଛନ୍ତି। ବୋମାମାଡ ହୋଇଛି। ଏବଂ ପୂରା କୋଠାଟି ଖସିପଡିଥିଲା ବୋଲି ହାସନ ନାମକ ଜଣେ ପ୍ରତ୍ୟକ୍ଷଦର୍ଶୀୟ କହିଛନ୍ତି। ବିଲ୍ଡିଂରେ ବହୁତ ଲୋକ ଥିଲେ।

ଇସ୍ରାଏଲ ଉପରେ ହେଜବୋଲ୍ଲା ୧୩୦ଟି ରକେଟ୍‌ ମାଡ଼ କରିଥିବାବେଳେ ଇସ୍ରାଏଲ ଏହାର କଡ଼ା ଜବାବ ଦେଇଛି।

The post ଲେବାନନ ଉପରେ ଇସ୍ରାଏଲର ରକେଟ୍‌ ମାଡ଼: ୨୨ ମୃତ, ଶତାଧିକ ଆହତ appeared first on Dharitri Odia News.