ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରଥମ ତାଲିକାରେ ରାହୁଲ, ଥରୁରଙ୍କ ସମେତ ୩୯ ପ୍ରାର୍ଥୀ

ନୂଆଦିଲ୍ଲୀ : ଲୋକସଭା ନିର୍ବାଗଚନ ପାଇଁ କଂଗ୍ରେସ ଆଜି ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ପ୍ରଥମ ତାଲିକାରେ କଂଗ୍ରେସ ରାହୁଲ ଗାନ୍ଧି, ଶଶି ଥରୁର ଏବଂ ଭୂପେଶ ବାଘେଲଙ୍କ ସମେତ ୩୯ ଜଣଙ୍କ ନାଁ ଘୋଷଣା କରିଛି। ରାହୁଲ ଗାନ୍ଧି କେରଳର ୱାୟନାଡ଼ରୁ ନିର୍ବାଚନ ଲଢ଼ିବେ। କିନ୍ତୁ ୨୦୧୯ ପରି ଚଳିତ ଥର ରାହୁଲ ଉତ୍ତରପ୍ରଦେଶର ଆମେଥିରୁ ନିର୍ବାଚନ ଲଢ଼ିବେ କି ନାହା ସ୍ପଷ୍ଟ ହୋଇନି। ଶଶି ଥରୁର ଥିରୁଅନନ୍ତପୁରମରୁ ନିର୍ବାଚନ ଲଢ଼ିବେ। […]

ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରଥମ ତାଲିକାରେ ରାହୁଲ, ଥରୁରଙ୍କ ସମେତ ୩୯ ପ୍ରାର୍ଥୀ

ନୂଆଦିଲ୍ଲୀ : ଲୋକସଭା ନିର୍ବାଗଚନ ପାଇଁ କଂଗ୍ରେସ ଆଜି ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ପ୍ରଥମ ତାଲିକାରେ କଂଗ୍ରେସ ରାହୁଲ ଗାନ୍ଧି, ଶଶି ଥରୁର ଏବଂ ଭୂପେଶ ବାଘେଲଙ୍କ ସମେତ ୩୯ ଜଣଙ୍କ ନାଁ ଘୋଷଣା କରିଛି। ରାହୁଲ ଗାନ୍ଧି କେରଳର ୱାୟନାଡ଼ରୁ ନିର୍ବାଚନ ଲଢ଼ିବେ। କିନ୍ତୁ ୨୦୧୯ ପରି ଚଳିତ ଥର ରାହୁଲ ଉତ୍ତରପ୍ରଦେଶର ଆମେଥିରୁ ନିର୍ବାଚନ ଲଢ଼ିବେ କି ନାହା ସ୍ପଷ୍ଟ ହୋଇନି। ଶଶି ଥରୁର ଥିରୁଅନନ୍ତପୁରମରୁ ନିର୍ବାଚନ ଲଢ଼ିବେ। ଭୂପେଶ ବାଘେଲ ଛତିଶଗଡ଼ର ରାଜନନ୍ଦଗାଓଁରୁ ନିର୍ବାଚନ ଲଢ଼ିବେ। ତାଲିକାରେ ଥିବା ଅନ୍ୟ ବରିଷ୍ଠ ନେତାମାନେ ହେଉଛନ୍ତି କଂଗ୍ରେସ ସାଧାରଣ ସଚିବ କେସି ବେଣୁଗୋପାଳ। ସେ କେରଳର ଆଲାପୁଝାରୁ ନିର୍ବାଚନ ଲଢ଼ିବେ। କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଭାଇ ଡିକେ ସୁରେଶ ବେଙ୍ଗାଲୁରୁ ଗ୍ରାମୀଣରୁ ନିର୍ବାଚନ ଲଢ଼ିବେ। ପ୍ରଥମ ଥର ପାଇଁ ଦକ୍ଷିଣ ଏବଂ ଉତ୍ତରପୂର୍ବ ରାଜ୍ୟରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏହାବାଦ ଛତିଶଗଡ଼ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ବୀପରୁ ମଧ୍ୟ ପ୍ରାର୍ଥୀ ଘୋଷଣା ହୋଇଛି। କର୍ଣ୍ଣାଟକରୁ ୭ ଜଣଙ୍କ ନାଁ ଘୋଷଣା ହୋଇଥିବାବେଳେ ଛତିଶଗଡ଼ରୁ ୬, ତେଲେଙ୍କାନାରୁ ୪ ଜଣଙ୍କ ନାଁ ଘୋଷଣା ହୋଇଛି। ସେହିପରି ମେଘାଳୟ, ନାଗାଲାଣ୍ଡ, ସିକ୍କିମ, ତ୍ରିପୁରା ଏବଂ ଲାକ୍ଷାଦ୍ବୀପରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି।