ଲୋକ ସଭା ନିର୍ବାଚନ ୨୦୨୪: ଦଳବଦଳ ନେତାଙ୍କୁ ନାପସନ୍ଦ କଲେ ଜନତା, ମଇଦାନରେ ମୁହଁମାଡି ପଡିଲେ ୫୬ଜଣ

ନୂଆଦିଲ୍ଲୀ,୬।୭: ଲୋକ ସଭା ନିର୍ବାଚନ ୨୦୨୪ରେ ଆଶ୍ଚର୍ଯ୍ୟଜନକ ଫଳାଫଳ ସାମ୍ନାକୁ ଆସିଛି। ଅନେକ ବରିଷ୍ଠ ନେତା ପରାଜୟର ସମ୍ମୁଖୀନ ହୋଇଥିବାବେଳେ ଅନେକ ପ୍ରାର୍ଥୀଙ୍କ ବିଜୟ ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଚଳିତ ନିର୍ବାଚନ ପୂର୍ବରୁ ଦଳ ବଦଳାଇଥିବା ଅନେକ ନେତାଙ୍କୁ ଜନସାଧାରଣ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହିପରି ଅଧିକାଂଶ ପ୍ରାର୍ଥୀ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଜାଣନ୍ତୁ କେଉଁ ଦଳର କେତେ ପ୍ରାର୍ଥୀଙ୍କୁ ଏପରି ପରାଜିତ ହୋଇଛନ୍ତି। ଚଳିତ ଲୋକ ସଭା ନିର୍ବାଚନରେ […] The post ଲୋକ ସଭା ନିର୍ବାଚନ ୨୦୨୪: ଦଳବଦଳ ନେତାଙ୍କୁ ନାପସନ୍ଦ କଲେ ଜନତା, ମଇଦାନରେ ମୁହଁମାଡି ପଡିଲେ ୫୬ଜଣ appeared first on Dharitri Odia News.

ଲୋକ ସଭା ନିର୍ବାଚନ ୨୦୨୪: ଦଳବଦଳ ନେତାଙ୍କୁ ନାପସନ୍ଦ କଲେ ଜନତା, ମଇଦାନରେ ମୁହଁମାଡି ପଡିଲେ ୫୬ଜଣ

ନୂଆଦିଲ୍ଲୀ,୬।୭: ଲୋକ ସଭା ନିର୍ବାଚନ ୨୦୨୪ରେ ଆଶ୍ଚର୍ଯ୍ୟଜନକ ଫଳାଫଳ ସାମ୍ନାକୁ ଆସିଛି। ଅନେକ ବରିଷ୍ଠ ନେତା ପରାଜୟର ସମ୍ମୁଖୀନ ହୋଇଥିବାବେଳେ ଅନେକ ପ୍ରାର୍ଥୀଙ୍କ ବିଜୟ ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଚଳିତ ନିର୍ବାଚନ ପୂର୍ବରୁ ଦଳ ବଦଳାଇଥିବା ଅନେକ ନେତାଙ୍କୁ ଜନସାଧାରଣ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହିପରି ଅଧିକାଂଶ ପ୍ରାର୍ଥୀ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଜାଣନ୍ତୁ କେଉଁ ଦଳର କେତେ ପ୍ରାର୍ଥୀଙ୍କୁ ଏପରି ପରାଜିତ ହୋଇଛନ୍ତି।

ଚଳିତ ଲୋକ ସଭା ନିର୍ବାଚନରେ ଭାଜପା ଓ କଂଗ୍ରେସ ୭୬ ଦଳବଦଳ ନେତାଙ୍କୁ ଟିକେଟ୍‌ ଦେଇଥିଲେ। ଏହି ୭୬ ନେତା ଦଳ ବଦଳେଇବା ପରେ କୌଣସି ପ୍ରକାରେ ଟିକେଟ ପାଇବାରେ ସଫଳ ହୋଇଥିଲେ ମଧ୍ୟ ଜନସାଧାରଣଙ୍କ ବିଶ୍ୱାସ ଜିତିବାରେ ସଫଳ ହୋଇ ନ ଥିଲେ। ଫଳସ୍ବରପ ଏଥିମଧ୍ୟରୁ କେବଳ ୨୦ ଜଣ ଜନତାଙ୍କ ବିଶ୍ୱାସ ଜିତିବା ସହ ଏମପି ହୋ ପାରିଥିଲେ। ପ୍ରାୟ ୫୬ଜଣଙ୍କୁ ଲୋକେ ପ୍ରତ୍ୟାଖାନ କରିଥିଲେ। ଯାହା ଆଗାମୀ ନିର୍ବାଚନରେ ରାଜନୈତିକ ଦଳଗୁଡ଼ିକ ପାଇଁ ଏହା ଏକ ବଡ଼ ଶିକ୍ଷା ହୋଇ ରହିବ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, କଂଗ୍ରେସ ଚଳିତ ନିର୍ବାଚନରେ ଅନ୍ୟ ଦଳର ଆସୁଥିବା ୩୩ ନେତାଙ୍କୁ ଟିକେଟ ଦେଇଥିଲା। ସେଥିମଧ୍ୟରୁ ୨୬ ନେତାଙ୍କୁ ଲୋକେ ବିଜୟୀ କରିଥିଲେ। ରିପୋର୍ଟ ଅନୁସାରେ ପ୍ରାୟ ୭୮% ନେତାଙ୍କୁ ଜନମତ ପ୍ରତ୍ୟାଖ୍ୟାନ କରିଥିଲେ। ସେହିଭଳି ଭାଜପା ଅନ୍ୟ ଦଳର ଆସିଥିବା ୪୩ ନେତାଙ୍କୁ ଟିକେଟ ଦେଇଥିଲା। ସେଥିମଧ୍ୟରୁ ୩୦ଜଣ ପରାଜୟର ସମ୍ମୁଖୀନ ହୋଇଛନ୍ତି । ଟିକେଟ ମିଳିଥିବା ଏବଂ ବିଜେତା ପ୍ରାର୍ଥୀଙ୍କ ସଂଖ୍ୟାକୁ ଦେଖିଲେ ଜଣାପଡୁଛି ଯେ, ଜନସାଧାରଣ ୭୦ଶତକଡା ଦଳବଦଳ(ଟର୍ନକୋଟ) ନେତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ଦଳବଦଳ କରିଥିବା ଓ ପରେ ଭାଜପା ଟିକେଟ୍‌ରେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିବା ନେତାମାନେ ହେଲେ ରଜନୀତ ସିଂ ବିଟୁ (ତିନିଥର କଂଗ୍ରେସ ଏମପି), ଯିଏକି ପଞ୍ଜାବ କଂଗ୍ରେସ ମୁଖ୍ୟ ଅମରିନ୍ଦର ସିଂ ରାଜ ୱାଡିଙ୍ଗଙ୍କ ଠାରୁ ଲୁଧିଆନା ଆସନରେ ପ୍ରାୟ ୨୧ ହଜାର ଭୋଟରେ ପରାସ୍ତ ହୋଇଛନ୍ତି। ଜ୍ୟୋତି ର୍ମିଧା (ପୂର୍ବତନ କଂଗ୍ରେସ ଏମପି) ରାଜସ୍ଥାନର ନାଗୌରରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ରାଷ୍ଟ୍ରିୟ ଲୋକନନ୍ତ ପାର୍ଟିର ପ୍ରାର୍ଥୀ ହନୁମାନ ବେନିୱାଲ ତାଙ୍କୁ ୪୨ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ।

ପଶ୍ଚିମବଙ୍ଗର ବାରାକୋରରୁ ଭାଜପା ପ୍ରାର୍ଥୀ ଅର୍ଜୁନ ସିଂ ଟିଏମସି ଛାଡିଛନ୍ତି। ସେ ଟିଏମସି ପ୍ରାର୍ଥୀ ପାର୍ଥା ଭୋମିକଙ୍କ ଠାରୁ ୬୪ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଛନ୍ତି। ସେହିଭଳି ହରିୟାଣାରେ ରଣଜିତ ସିଂ ଚୌଟାଲା କଂଗ୍ରେସର ଜୟ ପ୍ରକାଶଙ୍କ ଦ୍ୱାରା ପରାସ୍ତ ହୋଇଥିଲେ। ତେବେ ଏହି ତାଲିକା ଲମ୍ବା ହୋଇଥିବାବେଳେ ଦଳବଦଳ ନେତାଙ୍କୁ ଲୋକେ ନାପସନ୍ଦ କରୁଥିବା ଚଳିତ ନିର୍ବାଚନରେ ସ୍ପଷ୍ଟ ଜଣାପଡିଛି।

The post ଲୋକ ସଭା ନିର୍ବାଚନ ୨୦୨୪: ଦଳବଦଳ ନେତାଙ୍କୁ ନାପସନ୍ଦ କଲେ ଜନତା, ମଇଦାନରେ ମୁହଁମାଡି ପଡିଲେ ୫୬ଜଣ appeared first on Dharitri Odia News.