ଲୋକ ସଭା ବାଚସ୍ପତି ନିର୍ବାଚନ ଭିତରେ ସଞ୍ଜୟ ରାଉତ କଲେ ବଡ଼ ଘୋଷଣା
ନୂଆଦିଲ୍ଲୀ,୧୬।୬: ଲୋକ ସଭା ବାଚସ୍ପତି ପଦବୀ ଏନଡିଏ ମିଳିତ ମେଣ୍ଟର ଜଣେ ନେତାଙ୍କ ନିକଟକୁ ଯିବା ଉଚିତ ବୋଲି ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ କହିଛନ୍ତି। ସେ କହିଛନ୍ତି, ଚନ୍ଦ୍ରାବାବୁ ନାଇଡୁ ଲୋକ ସଭା ବାଚସ୍ପତି ପଦ ମାଗିଛନ୍ତି ଏବଂ ଯଦି ସେ ଏହି ପଦବୀ ନ ପାଆନ୍ତି, ତେବେ ଇଣ୍ଡିଆ ମେଣ୍ଟ ଟିଡିପି ପ୍ରାର୍ଥୀକୁ ସମର୍ଥନ ଦେବ। ସଞ୍ଜୟ ରାଉତ କହିଛନ୍ତି,ଲୋକ ସଭା ବାଚସ୍ପତି ପଦ ପାଇଁ ସଂଗ୍ରାମ ଗୁରୁତ୍ୱପୂର୍ଣ୍ଣ। ଏଥର ପରିସ୍ଥିତି ୨୦୧୪ […] The post ଲୋକ ସଭା ବାଚସ୍ପତି ନିର୍ବାଚନ ଭିତରେ ସଞ୍ଜୟ ରାଉତ କଲେ ବଡ଼ ଘୋଷଣା appeared first on Dharitri Odia News.
ନୂଆଦିଲ୍ଲୀ,୧୬।୬: ଲୋକ ସଭା ବାଚସ୍ପତି ପଦବୀ ଏନଡିଏ ମିଳିତ ମେଣ୍ଟର ଜଣେ ନେତାଙ୍କ ନିକଟକୁ ଯିବା ଉଚିତ ବୋଲି ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ କହିଛନ୍ତି। ସେ କହିଛନ୍ତି, ଚନ୍ଦ୍ରାବାବୁ ନାଇଡୁ ଲୋକ ସଭା ବାଚସ୍ପତି ପଦ ମାଗିଛନ୍ତି ଏବଂ ଯଦି ସେ ଏହି ପଦବୀ ନ ପାଆନ୍ତି, ତେବେ ଇଣ୍ଡିଆ ମେଣ୍ଟ ଟିଡିପି ପ୍ରାର୍ଥୀକୁ ସମର୍ଥନ ଦେବ।
ସଞ୍ଜୟ ରାଉତ କହିଛନ୍ତି,ଲୋକ ସଭା ବାଚସ୍ପତି ପଦ ପାଇଁ ସଂଗ୍ରାମ ଗୁରୁତ୍ୱପୂର୍ଣ୍ଣ। ଏଥର ପରିସ୍ଥିତି ୨୦୧୪ ଏବଂ ୨୦୧୯ ଭଳି ନୁହେଁ। ସରକାର ସ୍ଥିର ନୁହଁନ୍ତି। ଆମେ ଶୁଣିଛୁ ଯେ ଚନ୍ଦ୍ରାବାବୁ ନାଇଡୁ ଲୋକ ସଭା ବାଚସ୍ପତି ପଦ ମାଗିଛନ୍ତି। ଯଦି ଏନଡିଏ ପ୍ରାର୍ଥୀ ଏହି ପଦବୀ ନ ପାଆନ୍ତି ତେବେ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଟିଡିପି, ଜେଡିୟୁ ଏବଂ ଏଲଜେପି (ରାମ ଭିଳାସ) ସହ ମେଣ୍ଟ ଭାଙ୍ଗିପାରିବେ।
ସୂଚନାଯୋଗ୍ୟ, ଯଦି ବିରୋଧୀ ଦଳକୁ ଉପବାଚସ୍ପତି ପଦ ନ ମିଳେ, ତେବେ ସେମାନେ ଲୋକ ସଭା ବାଚସ୍ପତି ପଦ ପାଇଁ ନିଜ ପ୍ରାର୍ଥୀ ଘୋଷଣା କରିପାରିବେ। ୧୭ତମ ଲୋକ ସଭା ସମୟରେ ଉପବାଚସ୍ପତି ପଦ ଖାଲି ରହିଥିଲା। ଲୋକ ସଭାର ପ୍ରଥମ ଅଧିବେଶନ ଜୁନ ୨୪ରୁ ଆରମ୍ଭ ହୋଇ ଜୁଲାଇ ୩ରେ ଶେଷ ହେବ। ଜୁନ ୨୭ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକ ସଭା ଓ ରାଜ୍ୟ ସଭାର ମିଳିତ ଅଧିବେଶନରେ ସମ୍ବୋଧିତ କରିବେ।
ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବଚନରେ ଭାଜପା ୨୪୦ଟି ଆସନ ଜିତିଛି ଏବଂ ଦଳର ସଂଖ୍ୟାଗରିଷ୍ଠତା ୨୭୨ ରୁ ୩୨ କମ। ଏଭଳି ପରିସ୍ଥିତିରେ ଟିଡିପି (୧୬) ଏବଂ ଜେଡିୟୁ (୧୨) ଆସନ ବିଶିଷ୍ଟ କିଙ୍ଗମେକର ଭାବରେ ଉଭା ହୋଇଛନ୍ତି। ଲୋକ ସଭା ପ୍ରାର୍ଥୀ ପଦରେ ମଧ୍ୟ ଟିଡିପି ଦାବି କରିଛି। ଆମ ଆଦମୀ ପାର୍ଟି ଏବଂ ବିରୋଧୀ ଦଳ ମଧ୍ୟ ଲୋକ ସଭା ବାଚସ୍ପତି ପଦବୀ ଜେଡିୟୁ କିମ୍ବା ଟିଡିପି ଯିବା ଉଚିତ ବୋଲି ଦାବି କରିଛନ୍ତି।
The post ଲୋକ ସଭା ବାଚସ୍ପତି ନିର୍ବାଚନ ଭିତରେ ସଞ୍ଜୟ ରାଉତ କଲେ ବଡ଼ ଘୋଷଣା appeared first on Dharitri Odia News.