ଲୋକଙ୍କୁ ବାଧୁଛି ଆଳୁର ଦର , ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଲା ସିଟିଜେନସ ଫୋରମ୍

ଭୁବନେଶ୍ୱର : ଲୋକଙ୍କୁ ବାଧୁଛି ଆଳୁର ଦର ବୃଦ୍ଧି । ଆଳୁ ଦର ବୃଦ୍ଧି ଯୋଗୁଁ ଗରିବ ଲୋକଙ୍କୁ ବାଧୁଛି... The post ଲୋକଙ୍କୁ ବାଧୁଛି ଆଳୁର ଦର , ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଲା ସିଟିଜେନସ ଫୋରମ୍ appeared first on .

ଲୋକଙ୍କୁ ବାଧୁଛି ଆଳୁର ଦର , ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଲା ସିଟିଜେନସ ଫୋରମ୍

ଭୁବନେଶ୍ୱର : ଲୋକଙ୍କୁ ବାଧୁଛି ଆଳୁର ଦର ବୃଦ୍ଧି । ଆଳୁ ଦର ବୃଦ୍ଧି ଯୋଗୁଁ ଗରିବ ଲୋକଙ୍କୁ ବାଧୁଛି ବୋଲି କହିଛି ସିଟିଜେନସ ଫୋରମ୍ । ଘୋଷଣା ଅନୁଯାୟୀ ଚାଷୀଙ୍କୁ ପଞ୍ଜାବ ଓ ୟୁପିର ଆଳୁ ବିହନ ଯୋଗାଇ ପାରିଲେନାହିଁ ରାଜ୍ୟ ସରକାର । ଦରଦାମ ନିୟନ୍ତ୍ରଣକୁ ନଆଣିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଛି ସିଟିଜେନସ ଫୋରମ୍ ।

ଓଡ଼ିଶାର ଭାଗ୍ୟ କେନ୍ଦ୍ର ନିର୍ଦ୍ଧାରଣ କରୁଥିବାରୁ ଏଭଳି ସମସ୍ୟା ହେଉଥିବା ଅଭିଯୋଗ ଆଣିଛି ଫୋରମ୍। କେନ୍ଦ୍ର ଉପରେ ନିର୍ଭର କରି ରହିଲେ ଏଭଳି ଉପୁଜିବ ଏବଂ ଓଡ଼ିଆଲୋକେ ସମସ୍ୟା ଭୋଗିବେ ବୋଲି ଫୋରମର ବରିଷ୍ଠ ସଦସ୍ୟ ମଧୁସୂଦନ ମିଶ୍ର କହିଛନ୍ତି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ୮୦ ପ୍ରତିଶତ ସାଧାରଣ ଲୋକଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛି। ତେଣୁ କେନ୍ଦ୍ର ଉପରେ ଅତ୍ୟଧିକ ନିର୍ଭରଶୀଳ ନହୋଇ ରାଜ୍ୟ ସରକାର ନିଜେ ନିଷ୍ପତ୍ତି ନେବାକୁ ଦାବି ରଖିଛି ସିଟିଜେନସ ଫୋରମ୍।

The post ଲୋକଙ୍କୁ ବାଧୁଛି ଆଳୁର ଦର , ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଲା ସିଟିଜେନସ ଫୋରମ୍ appeared first on .