ଲୋକସଭାରେ ବିରୋଧୀ ଦଳ ନେତା ହେବେ ରାହୁଲ ଗାନ୍ଧୀ, ଇଣ୍ଡି ମେଣ୍ଟ ବୈଠକରେ ନିଷ୍ପତ୍ତି
ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ହେବେ ରାହୁଲ ଗାନ୍ଧୀ । ଏହା ଉପରେ କଂଗ୍ରେସ ମଙ୍ଗଳବାର ମୋହର ମାରିଛି । କଂଗ୍ରେସ ପାର୍ଟି ପକ୍ଷରୁ ଦଳର ମହାସଚିବ କେସି ବେଣୁଗୋପାଳ ମଙ୍ଗଳବାର ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ନାଁ ପ୍ରୋଟେମ ବାଚସ୍ପତି ଭର୍ତ୍ତୃହରି ମହତାବଙ୍କ ନିକଟକୁ ପଠାଯାଇଛି । ଖବର ଅନୁସାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ବିରୋଧୀ ଦଳ ନେତାଙ୍କ ବୈଠକ ହୋଇଥିଲା, ଯେଉଁଠି ଏହି ନିଷ୍ପତ୍ତି ନିଆଯାଇଛି ।କଂଗ୍ରେସର ବରିଷ୍ଠ ନେତା ଏବଂ ସାଂସଦ କେସି ବେଣୁଗୋପାଳ ମଙ୍ଗଳବାର ରାତିରେ ଖଡଗେଙ୍କ ଘର ହୋଇଥିବା ଇଣ୍ଡି ମେଣ୍ଟର ବୈଠକ ପରେ ସୂଚନା ଦେଇ କହିଛନ୍ତି ଯେ ଏହି ବୈଠକରେ ରାହୁଲ ଗାନ୍ଧୀଙ୍କୁ ଗୃହର ନେତା କରିବା ଉପରେ ଚର୍ଚ୍ଚା ହୋଇଥିଲା । ଏହାସହ ବୈଠକେ ତାଙ୍କୁ ବିରୋଧୀ ନେତା କରିବା ପାଇଁ ପ୍ରୋଟେମ୍ ବାଚସ୍ପତିଙ୍କୁ ପତ୍ର ଦିଆଯାଇଛି ।#WATCH | Congress general secretary KC Venugopal says "Congress MP Rahul Gandhi has been appointed as the LoP in the Lok Sabha.." pic.twitter.com/llhssszwAV— ANI (@ANI) June 25, 2024ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସର ୱାର୍କିଂ କମିଟି ବୈଠକରେ ସର୍ବସମ୍ମତିରେ ରାହୁଲ ଗାନ୍ଧୀଙ୍କୁ ଲୋକସଭାରେ ବିରୋଧୀ ଦଳ ନେତା କରିବା ପାଇଁ ଦାବି ଉଠିଥିଲା । ବୈଠକରେ ସିଡବ୍ଲୁସି କମିଟି ସଦସ୍ୟ ପ୍ରସ୍ତାବ ପାରି
ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ହେବେ ରାହୁଲ ଗାନ୍ଧୀ । ଏହା ଉପରେ କଂଗ୍ରେସ ମଙ୍ଗଳବାର ମୋହର ମାରିଛି । କଂଗ୍ରେସ ପାର୍ଟି ପକ୍ଷରୁ ଦଳର ମହାସଚିବ କେସି ବେଣୁଗୋପାଳ ମଙ୍ଗଳବାର ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ନାଁ ପ୍ରୋଟେମ ବାଚସ୍ପତି ଭର୍ତ୍ତୃହରି ମହତାବଙ୍କ ନିକଟକୁ ପଠାଯାଇଛି । ଖବର ଅନୁସାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ବିରୋଧୀ ଦଳ ନେତାଙ୍କ ବୈଠକ ହୋଇଥିଲା, ଯେଉଁଠି ଏହି ନିଷ୍ପତ୍ତି ନିଆଯାଇଛି ।
କଂଗ୍ରେସର ବରିଷ୍ଠ ନେତା ଏବଂ ସାଂସଦ କେସି ବେଣୁଗୋପାଳ ମଙ୍ଗଳବାର ରାତିରେ ଖଡଗେଙ୍କ ଘର ହୋଇଥିବା ଇଣ୍ଡି ମେଣ୍ଟର ବୈଠକ ପରେ ସୂଚନା ଦେଇ କହିଛନ୍ତି ଯେ ଏହି ବୈଠକରେ ରାହୁଲ ଗାନ୍ଧୀଙ୍କୁ ଗୃହର ନେତା କରିବା ଉପରେ ଚର୍ଚ୍ଚା ହୋଇଥିଲା । ଏହାସହ ବୈଠକେ ତାଙ୍କୁ ବିରୋଧୀ ନେତା କରିବା ପାଇଁ ପ୍ରୋଟେମ୍ ବାଚସ୍ପତିଙ୍କୁ ପତ୍ର ଦିଆଯାଇଛି ।
#WATCH | Congress general secretary KC Venugopal says "Congress MP Rahul Gandhi has been appointed as the LoP in the Lok Sabha.." pic.twitter.com/llhssszwAV— ANI (@ANI) June 25, 2024
ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସର ୱାର୍କିଂ କମିଟି ବୈଠକରେ ସର୍ବସମ୍ମତିରେ ରାହୁଲ ଗାନ୍ଧୀଙ୍କୁ ଲୋକସଭାରେ ବିରୋଧୀ ଦଳ ନେତା କରିବା ପାଇଁ ଦାବି ଉଠିଥିଲା । ବୈଠକରେ ସିଡବ୍ଲୁସି କମିଟି ସଦସ୍ୟ ପ୍ରସ୍ତାବ ପାରିତ କରିଥିଲା । ଏହାପରେ ରାହୁଲ ଗାନ୍ଧୀ ଏହା ଉପରେ ବିଚାର କରିବା ପାଇଁ ସିଡବ୍ଲୁସି ସଦସ୍ୟଙ୍କୁ କିଛି ସମୟ ମାଗିଥିଲେ । ଉଲ୍ଲେଖଯୋଗ୍ୟ ଯେ ବିରୋଧୀ ମେଣ୍ଟଙ୍କ ଏହି ପଦକ୍ଷେପ ବାଚସ୍ପତି ନିର୍ବାଚନର କିଛି ଘଣ୍ଟା ପୂର୍ବରୁ ନିଆଯାଇଛି । ବୁଧବାର ଏନଡିଏ ଏବଂ ଇଣ୍ଡି ମେଣ୍ଟ ମଧ୍ୟରେ ଲୋକସଭା ବାଚସ୍ପତି ପଦକୁ ନେଇ ନିର୍ବାଚନ ହେବ । ଏନଡିଏ ପକ୍ଷରୁ ରାଜନାଥ କୋଟା ଆସନରୁ ନିର୍ବାଚିତ ବିଜେପି ସାଂସଦ ଓମ୍ ବିର୍ଲା ମୈଦାନରେ ଅଛନ୍ତି ଏବଂ ଇଣ୍ଡି ମେଣ୍ଟରୁ କେରଳରୁ 8ଥର ସାଂସଦ କେ ସୁରେଶଙ୍କୁ ନିଜର ପ୍ରାର୍ଥୀ କରିଛି ।