ଲୋକସେବା ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଲୋକସେବା ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନମୋହନ ସିଂହଙ୍କୁ... The post ଲୋକସେବା ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି appeared first on .

ଲୋକସେବା ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଲୋକସେବା ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମନମୋହନ ସିଂହଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତିଚାରଣ କରିଥିଲେ ମୁଖ୍ୟମନ୍ତ୍ରୀ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗ ସାରା ଦେଶ ପାଇଁ ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ସେ ଦେଶର ଜଣେ ମହାନ୍ ବରପୁତ୍ର ଥିଲେ। ଅର୍ଥନୀତି କ୍ଷେତ୍ରରେ ସାରା ବିଶ୍ବରେ ସୁପରିଚିତ ଥିଲେ ମନମୋହନ ସିଂହ। ପ୍ରଧାନମନ୍ତ୍ରୀ ଭାବେ ଦେଶକୁ ସେ ବହୁତ୍ ଆଗକୁ ନେଇଯାଇଥିଲେ। ତାଙ୍କ ଶାନ୍ତ ସ୍ଵଭାବ ରାଜନୀତିରେ ତାଙ୍କୁ ସ୍ଵତନ୍ତ୍ର କରି ରଖିଥିଲା। ମହାପ୍ରଭୁ ତାଙ୍କର ଅମର ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

The post ଲୋକସେବା ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି appeared first on .