ଲଡ଼ୁ ବିବାଦ ପାଇଁ ମହାଶାନ୍ତି ହୋମ କଲା ତିରୁମାଲା ତିରୁପତି ଦେବସ୍ଥାନମ
ନୂଆଦିଲ୍ଲୀ : ତିରୁମାଲା ତିରୁପତି ମନ୍ଦିର ପ୍ରସାଦକୁ ନେଇ ବିବାଦ ଜାରି ରହିଛି। ଏଠାରେ ପ୍ରସାଦ ରୂପେ ମିଳୁଥିବା ଲଡ଼ୁରେ ପଶୁ ଚର୍ବି ଓ ମାଛ ତେଲ ଏବଂ ଅପମିଶ୍ରିତ ଘିଅ ବ୍ୟବହାର କରାଯାଉଥିବା ଅଭିଯୋଗ ହେବା ପରେ ସାରା ଦେଶରେ ଆସନ୍ତୋଷ ଜାରି ରହିଛି। ଏହାକୁ ନେଇ ରାଜନୀତି ମଧ୍ୟ ତୀବ୍ର ହେବାରେ ଲାଗିଛି। ଇତି ମଧ୍ୟରେ ମହାଶାନ୍ତି ହୋମ ଆୟୋଜନ କରିଛି ତିରୁମାଲା ତିରୁପତି ଦେବସ୍ଥାନମ୍। ଲଡୁ ପ୍ରସାଦ ବିବାଦ ପରେ ମନ୍ଦିର ଟ୍ରଷ୍ଟ […]

ନୂଆଦିଲ୍ଲୀ : ତିରୁମାଲା ତିରୁପତି ମନ୍ଦିର ପ୍ରସାଦକୁ ନେଇ ବିବାଦ ଜାରି ରହିଛି। ଏଠାରେ ପ୍ରସାଦ ରୂପେ ମିଳୁଥିବା ଲଡ଼ୁରେ ପଶୁ ଚର୍ବି ଓ ମାଛ ତେଲ ଏବଂ ଅପମିଶ୍ରିତ ଘିଅ ବ୍ୟବହାର କରାଯାଉଥିବା ଅଭିଯୋଗ ହେବା ପରେ ସାରା ଦେଶରେ ଆସନ୍ତୋଷ ଜାରି ରହିଛି। ଏହାକୁ ନେଇ ରାଜନୀତି ମଧ୍ୟ ତୀବ୍ର ହେବାରେ ଲାଗିଛି। ଇତି ମଧ୍ୟରେ ମହାଶାନ୍ତି ହୋମ ଆୟୋଜନ କରିଛି ତିରୁମାଲା ତିରୁପତି ଦେବସ୍ଥାନମ୍। ଲଡୁ ପ୍ରସାଦ ବିବାଦ ପରେ ମନ୍ଦିର ଟ୍ରଷ୍ଟ ତଥା ଟିଟିଡି (ତିରୁମାଲା ତିରୁପତି ଦେବସ୍ଥାନମ୍) ଏହି ମହାଶାନ୍ତି ହୋମ ଆୟୋଜନ କରିଛି। ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) କାର୍ଯ୍ୟନିର୍ବାହୀ ଅଧିକାରୀ ଶାମାଲା ରାଓ ଏବଂ ବୋର୍ଡର ଅନ୍ୟ ଅଧିକାରୀମାନେ ପୁରୋହିତଙ୍କ ସହ ଏହି ହୋମରେ ଯୋଗ ଦେଇଛନ୍ତି। ମନ୍ଦିରର ଶୁଦ୍ଧିକରଣ ଓ ଶାନ୍ତି ପାଇଁ ଏହି ହୋମ ଯଜ୍ଞ କରାଯାଉଛି।