ଶଙ୍କୁରୀ ବନ୍ଧର ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କଲେ ବିଧାୟକ
ପାରଳାଖେମୁଣ୍ଡି, ୩୦।୭ (ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ନୂଆ ବସ୍ଷ୍ଟାଣ୍ଡ ନିକଟସ୍ଥ ଶଙ୍କୁରୀ ବନ୍ଧର ପୁନରୁଦ୍ଧାର କାର୍ଯ୍ୟକୁ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ସମୀକ୍ଷା କରିଛନ୍ତି। ଦୀର୍ଘ ଏକ ଦଶନ୍ଧିି ଧରି ଏହି ବନ୍ଧର କାର୍ଯ୍ୟ ସରିବାର ନା ନେଉନାହିଁ। ଏହି ବନ୍ଧ ଗତ ଦିନରେ କୈବର୍ତ୍ତ ସମ୍ପ୍ରଦାୟର ଜୀବନ ଜୀବିକାର ଉତ୍ସ ଥିଲା ଏହି ବନ୍ଧ ଉପରେ ପାରଳାଖେମୁଣ୍ଡି କଣ୍ଡରା ସାହିର ୧୦୦ରୁ ଉର୍ଦ୍ଧ ପରିବାର ର୍ନିଭର କରୁଥିଲେ। […] The post ଶଙ୍କୁରୀ ବନ୍ଧର ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କଲେ ବିଧାୟକ appeared first on Dharitri Odia News.
ପାରଳାଖେମୁଣ୍ଡି, ୩୦।୭ (ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ନୂଆ ବସ୍ଷ୍ଟାଣ୍ଡ ନିକଟସ୍ଥ ଶଙ୍କୁରୀ ବନ୍ଧର ପୁନରୁଦ୍ଧାର କାର୍ଯ୍ୟକୁ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ସମୀକ୍ଷା କରିଛନ୍ତି। ଦୀର୍ଘ ଏକ ଦଶନ୍ଧିି ଧରି ଏହି ବନ୍ଧର କାର୍ଯ୍ୟ ସରିବାର ନା ନେଉନାହିଁ। ଏହି ବନ୍ଧ ଗତ ଦିନରେ କୈବର୍ତ୍ତ ସମ୍ପ୍ରଦାୟର ଜୀବନ ଜୀବିକାର ଉତ୍ସ ଥିଲା ଏହି ବନ୍ଧ ଉପରେ ପାରଳାଖେମୁଣ୍ଡି କଣ୍ଡରା ସାହିର ୧୦୦ରୁ ଉର୍ଦ୍ଧ ପରିବାର ର୍ନିଭର କରୁଥିଲେ। ୨୦୧୨-୧୩ ମସିହାରେ ଅତି ପୁରାତନ ସଙ୍କୁରି ବନ୍ଧର ଦୁରାବସ୍ଥା ଯୋଗୁ ବନ୍ଧର ପୁନରୁଦ୍ଧାର ପାଇଁ ପୌର ପରିଷଦ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଥିଲା। ଦିନ ପରେ ଦିନ ଗଡି ଚାଲିଥିଲେ ହେଁ ଦଶ ବର୍ଷ ହେଲା କୌଣସି କାର୍ଯ୍ୟରେ ଆସିପାରୁନାହିଁ।
ନିର୍ବାଚନ ସମୟରେ କୈବର୍ତ ସମ୍ପ୍ରଦାୟକଙ୍କୁ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ ଯଥା ଶୀଘ୍ର ପୋଖରୀ ପ୍ରସ୍ତୁତ କରାଯାଇ ପାରଳାବାସୀଙ୍କ ଯଥାଶୀଘ୍ର ବ୍ୟବହାର ଉପଯୋଗୀ ହୋଇପାରିବ ବୋଲି କଥା ଦେଇଥିଲେ।
ମୋ ପୋଖରୀ ଯୋଜନାରେ ୭୦ ଲକ୍ଷ ଟଂକା ଅଟକଳରେ ନିର୍ମିତ ଏହି ବନ୍ଧର ନିର୍ମାଣ କାର୍ଯ୍ୟକୁ ଗୁଣାତ୍ମକ କରିବାକୁ ପରାମର୍ଶ ଦେଇଛନ୍ତି ବିଧାୟକ ରୂପେଶ।ବନ୍ଧର ଚାରିପଟେ ରକ୍ଷଣାବେକ୍ଷଣକୁ ଗୁରୁତ୍ବ ଦେବାକୁ କହିଥିଲେ। ସାରା ସହରରେ ଚର୍ଚ୍ଚାରେ ଥିବା ଏହି ସଂକୁରି ବନ୍ଧର ଚାରିପାର୍ଶ୍ୱ ସୌନ୍ଦର୍ଯ୍ୟଶ୍କରଣ କରିବା ସହ ଲାଗିରହିଥିବା ନାଳଟି ମଜଭୁତ ଭାବେ କରିବାକୁ ବିଧାୟକ ପୌର ପାଳିକାକୁ କହିଛନ୍ତି। ତେବେ ବିଧାୟକଙ୍କ ସମୀକ୍ଷା ପରେ ସ୍ଥାନୀୟ ଲୋକେ ଯଥାଶୀଘ୍ର ପୋଖରୀ କାର୍ଯ୍ୟ ଶେଷ ହେବ ବୋଲି ପାରଳାଖେମୁଣ୍ଡିବାସୀ ଆଶା ରଖିଛନ୍ତି। ତେବେ ବନ୍ଧ କାମ ନେଇଥିବା ଠିକାଦାର ବିଧାୟକଙ୍କ ନିର୍ଦ୍ଦେଶକୁ କେତେଦୂର ସଫଳ ରୂପାୟନ କରିପାରୁଛି ତାହାରି ଉପରେ ଜନସାଧାରଣଙ୍କ ନଜର ରହିଛି ।
The post ଶଙ୍କୁରୀ ବନ୍ଧର ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କଲେ ବିଧାୟକ appeared first on Dharitri Odia News.