ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ କାର୍ଯ୍ୟ ପ୍ରତି ତାଙ୍କର ଶ୍ରଦ୍ଧା ଓ ସମ୍ମାନ ରହିଛି ବୋଲି ଖଗେଶ୍ୱର କହିଥିଲେ ହେଁ ଗଣତନ୍ତ୍ରର ଗରିମା ନଷ୍ଟ ହେବା ସହିତ ସମସ୍ତଙ୍କୁ ସମାନ ସୁଯୋଗ ମିଳୁ ନ ଥିବା ଅଭିଯୋଗ କରିଛନ୍ତି। […] The post ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ appeared first on Dharitri Odia News.

ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ କାର୍ଯ୍ୟ ପ୍ରତି ତାଙ୍କର ଶ୍ରଦ୍ଧା ଓ ସମ୍ମାନ ରହିଛି ବୋଲି ଖଗେଶ୍ୱର କହିଥିଲେ ହେଁ ଗଣତନ୍ତ୍ରର ଗରିମା ନଷ୍ଟ ହେବା ସହିତ ସମସ୍ତଙ୍କୁ ସମାନ ସୁଯୋଗ ମିଳୁ ନ ଥିବା ଅଭିଯୋଗ କରିଛନ୍ତି। ଏହି କାରଣରୁ ସେ ଦଳ ପରିତ୍ୟାଗ କରିଥିବା ଦର୍ଶାଇଛନ୍ତି। ସୂଚନାଯୋଗ୍ୟ, ଖଗେଶ୍ୱର ୨୦୦୯ ମସିହାରେ ଛେଣ୍ଡିପଦାରୁ ବିଜେଡି ଟିକେଟ୍‌ରେ ବିଧାୟକ ନିର୍ବାଚିତ ହୋଇଥିଲେ। ଚଳିତ ସାଧାରଣ ନିର୍ବାଚନରେ ବିଜେଡି ଛେଣ୍ଡିପଦାରୁ ସୁଶାନ୍ତ କୁମାର ବେହେରାଙ୍କୁ ପୁଣି ପ୍ରାର୍ଥୀ କରିବା ପରେ ଖଗେଶ୍ୱର ଅସନ୍ତୁଷ୍ଟ ଥିଲେ। ଏପରି କି ଟିକେଟର ପୁନର୍ବିଚାର ପାଇଁ ମଧ୍ୟ ସେ ଅସନ୍ତୁଷ୍ଟ କର୍ମୀମାନଙ୍କୁ ନେଇ ବୈଠକରେ ଦାବି କରିଥିଲେ।

The post ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ appeared first on Dharitri Odia News.