ଶପଥ ଗ୍ରହଣ ପୂର୍ବରୁ ବରପୁତ୍ରଙ୍କୁ ମାଲ୍ୟାର୍ପଣ କଲେ ନୂଆ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ୧୨।୬: ଶପଥ ପୂର୍ବରୁ ବରପୁତ୍ରଙ୍କୁ ମାଲ୍ୟାର୍ପଣ । ଭୁବନେଶ୍ବର ଗୋପବନ୍ଧୁ ଛକରେ ବରପୁତ୍ରଙ୍କୁ ମାଲ୍ୟାର୍ପଣ କଲେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା ମଧ୍ୟ ବରପୁତ୍ରଙ୍କୁ ମାଲ୍ୟାର୍ପଣ କରିଛନ୍ତି ।ଏହି ଅବସରରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାଧାରଣ ଲୋକଙ୍କ ସମସ୍ୟା ବୁଝିଛନ୍ତି । ସେ କହିଛନ୍ତି, ପ୍ରଥମେ ୧୦୦ ଦିନର କାର୍ଯ୍ୟକ୍ରମ ରଖାଯିବ । ଡବଲ ଇଞ୍ଜିନ ସରକାରରେ ସବୁ ସମସ୍ୟାର ସମାଧାନ ହେବ । ଗରିବଙ୍କ ପାଇଁ କାମ ହେବ ବୋଲି ସେ କହିଛନ୍ତି ।ସେପଟେ ପ୍ରଥମ ଥର ପାଇଁ ବିଜେପି ଓଡିଶାରେ ସରକାର ଗଢିବ । ଏ ସରକାରର ମୁଖ୍ୟମନ୍ତ୍ରୀ ଭାବେ ବିଜେପିର ଟାଣୁଆ ନେତା ମୋହନ ମାଝୀ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ପାଇଁ ବୁଧବାର ଅପରାହ୍ନରେ ଜନତା ମଇଦାନରେ ଏକ ଭବ୍ୟ ସମାରୋହ ହେବ। ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସହିତ ପୁରା ମନ୍ତ୍ରିମଣ୍ଡଳ ଶପଥ ନେବେ । ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବହୁ କେନ୍ଦ୍ରମନ୍ତ୍ରୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ବରିଷ୍ଠ ନେତା ସାମିଲ ହେବେ। ଏହି ସମାରୋହରେ ସାମିଲ ହେବା ପାଇଁ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିଙ୍କୁ ଆମନ୍ତ୍ରଣ କରାଯାଇଛି। ଶପଥ ଉତ

ଶପଥ ଗ୍ରହଣ ପୂର୍ବରୁ ବରପୁତ୍ରଙ୍କୁ ମାଲ୍ୟାର୍ପଣ କଲେ ନୂଆ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ୧୨।୬: ଶପଥ ପୂର୍ବରୁ ବରପୁତ୍ରଙ୍କୁ ମାଲ୍ୟାର୍ପଣ । ଭୁବନେଶ୍ବର ଗୋପବନ୍ଧୁ ଛକରେ ବରପୁତ୍ରଙ୍କୁ ମାଲ୍ୟାର୍ପଣ କଲେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା ମଧ୍ୟ ବରପୁତ୍ରଙ୍କୁ ମାଲ୍ୟାର୍ପଣ କରିଛନ୍ତି ।

ଏହି ଅବସରରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାଧାରଣ ଲୋକଙ୍କ ସମସ୍ୟା ବୁଝିଛନ୍ତି । ସେ କହିଛନ୍ତି, ପ୍ରଥମେ ୧୦୦ ଦିନର କାର୍ଯ୍ୟକ୍ରମ ରଖାଯିବ । ଡବଲ ଇଞ୍ଜିନ ସରକାରରେ ସବୁ ସମସ୍ୟାର ସମାଧାନ ହେବ । ଗରିବଙ୍କ ପାଇଁ କାମ ହେବ ବୋଲି ସେ କହିଛନ୍ତି ।

ସେପଟେ ପ୍ରଥମ ଥର ପାଇଁ ବିଜେପି ଓଡିଶାରେ ସରକାର ଗଢିବ । ଏ ସରକାରର ମୁଖ୍ୟମନ୍ତ୍ରୀ ଭାବେ ବିଜେପିର ଟାଣୁଆ ନେତା ମୋହନ ମାଝୀ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ପାଇଁ ବୁଧବାର ଅପରାହ୍ନରେ ଜନତା ମଇଦାନରେ ଏକ ଭବ୍ୟ ସମାରୋହ ହେବ। ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସହିତ ପୁରା ମନ୍ତ୍ରିମଣ୍ଡଳ ଶପଥ ନେବେ । ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବହୁ କେନ୍ଦ୍ରମନ୍ତ୍ରୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ବରିଷ୍ଠ ନେତା ସାମିଲ ହେବେ। 

ଏହି ସମାରୋହରେ ସାମିଲ ହେବା ପାଇଁ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିଙ୍କୁ ଆମନ୍ତ୍ରଣ କରାଯାଇଛି। ଶପଥ ଉତ୍ସବରେ ସାମିଲ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବର ଆସିବେ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଶପଥ ସମାରୋହରେ ସାମିଲ ହେବା ପରେ ସେ ଭୁବନେଶ୍ବର ଅଭିମୁଖେ ବାହାରିବେ। ଅପରାହ୍ନ ୨ଟା ୧୦ ମିନିଟ୍‌ରେ ଭୁବନେଶ୍ବରରେ ପହଞ୍ଚିବେ । ବିମାନବନ୍ଦରରୁ ସିଧା ରାଜଭବନ ଯିବେ। ସେଠାରେ ପ୍ରାୟ ଦୁଇ ଘଣ୍ଟା ରହିବେ। ସାଢେ ୪ଟାରେ ଜନତା ମଇଦାନ ଅଭିମୁଖେ ବାହାରିବେ। 

ଶପଥ ସମାରୋହ ପାଇଁ ଜନତା ମଇଦାନରେ ଜୋରଦାର ପ୍ରସ୍ତୁତି ଚାଲିଛି । ରାଜଭବନରୁ ଜନତା ମଇଦାନ ଯାଏ ରାସ୍ତାର ଉଭୟ ପାର୍ଶ୍ବକୁ ରଙ୍ଗବେରଙ୍ଗର ଆଲୋକମାଳାରେ ସଜାଯାଇଛି । ବିଜେପି ବିଧାୟକ ଦଳ ନେତା ତଥା ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଙ୍ଗଳବାର ସନ୍ଧ୍ୟାରେ ରାଜଭବନକୁ ଯାଇଥିଲେ। ସେଠାରେ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ବିଧିବଦ୍ଧ ଭାବେ ସରକାର ଗଠନ ପାଇଁ ଦାବି ଜଣାଇଥିଲେ।

You Can Read :

ଦେବଗଡରେ ବାବା ମୁକ୍ତେଶ୍ବରଙ୍କ ବିବାହ ଉତ୍ସବ, ଯୁଗଳ ଦର୍ଶନ ଦେଉଛନ୍ତି ଦେବଦମ୍ପତି