ଶପଥ ନେଲେ ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ଆତିଶୀ
ନୂଆଦିଲ୍ଲୀ,୨୧।୯: ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ତଥା ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ ଶନିବାର ଶପଥ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ଅରବିନ୍ଦ କେଜରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆତିଶୀଙ୍କ ନାମରେ ମୁଖ୍ୟମନ୍ତ୍ରୀ ହେବାର ମୋହର ବାଜିଥିଲା। ସୂଚନାଯୋଗ୍ୟ, ଆମ ଆଦମୀ ପାର୍ଟି ନେତା ଆତିଶୀ ଶନିବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ରାଜ ନିବାସ ଠାରେ ଆୟୋଜିତ ଏକ ନିରାଡମ୍ବର କାର୍ଯ୍ୟକ୍ରମରେ ଦିଲ୍ଲୀ ଉପ ରାଜ୍ୟପାଳ ବିନୟ କୁମାର ସାକ୍ସେନା ଆତିଶୀଙ୍କୁ […] The post ଶପଥ ନେଲେ ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ଆତିଶୀ appeared first on Dharitri Odia News.
ନୂଆଦିଲ୍ଲୀ,୨୧।୯: ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ତଥା ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ ଶନିବାର ଶପଥ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ଅରବିନ୍ଦ କେଜରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆତିଶୀଙ୍କ ନାମରେ ମୁଖ୍ୟମନ୍ତ୍ରୀ ହେବାର ମୋହର ବାଜିଥିଲା।
ସୂଚନାଯୋଗ୍ୟ, ଆମ ଆଦମୀ ପାର୍ଟି ନେତା ଆତିଶୀ ଶନିବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ରାଜ ନିବାସ ଠାରେ ଆୟୋଜିତ ଏକ ନିରାଡମ୍ବର କାର୍ଯ୍ୟକ୍ରମରେ ଦିଲ୍ଲୀ ଉପ ରାଜ୍ୟପାଳ ବିନୟ କୁମାର ସାକ୍ସେନା ଆତିଶୀଙ୍କୁ ଶପଥ ଗ୍ରହଣ କରାଇଥିଲେ ଏବଂ ଏହାସହ ସେ ଦିଲ୍ଲୀର ତୃତୀୟ ତଥା କନିଷ୍ଠ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି।
ତାଙ୍କ ସହ ଏଏପି ବିଧାୟକ ଗୋପାଳ ରାୟ, ସୌରଭ ଭରଦ୍ୱାଜ, କୌଲାଶ ଗେହଲୋଟ, ଇମ୍ରାନ ହୁସେନ ଏବଂ ମୁକେଶ ଅହଲୱାଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।
ସୁଲତାନପୁର ମଜରା ବିଧାୟକ ମୁକେଶ ଅହଲୱାଟ ପ୍ରଥମ ଥର ପାଇଁ ଦିଲ୍ଲୀ ସରକାରରେ ମନ୍ତ୍ରୀ ହୋଇଛନ୍ତି। ଯେଉଁଠାରେ ଗୋପାଳ ରାୟ, ସୌରଭ ଭରଦ୍ୱାଜ, କୌଲାଶ ଗେହଲୋଟ, ଇମ୍ରାନ ହୁସେନ ମଧ୍ୟ ଅରବିନ୍ଦ କେଜରିୱାଲ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ।
ଏହାପୂର୍ବରୁ ସେପ୍ଟେମ୍ବର ୧୭ରେ ଅରବିନ୍ଦ କେଜରିୱାଲ ଏକ୍ସାଇଜ ନୀତି ସହ ଜଡିତ ଏକ ମାମଲାରେ ତିହାର ଜେଲରୁ ଜାମିନ ନାମଞ୍ଜୁର ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ଆମ ଆଦମୀ ପାର୍ଟି ବିଧାୟକ ଦଳର ବୈଠକରେ ଆତିଶୀ ସର୍ବସମ୍ମତି କ୍ରମେ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ।
The post ଶପଥ ନେଲେ ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ଆତିଶୀ appeared first on Dharitri Odia News.