ଶପଥ ପରେ ଦକ୍ଷିଣ ସୀମାରେ ଜରୁରୀ ପରିସ୍ଥିତି ଲାଗୁ ପାଇଁ ଟ୍ରମ୍ପ୍ଙ୍କ ଘୋଷଣା
ୱାସିଂଟନ: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଡୋନାଲ୍ଡ ଟ୍ରମ୍ପ କେତେ ଗୁଡ଼ିଏ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ଟ୍ରମ୍ପ କ୍ୟାପିଟଲ୍ ହଲ୍ରେ ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ଘୋଷଣା କରୁଥିଲେ ଏବଂ ସମଗ୍ର ହଲ୍ ତାଳିରେ ଗୁଞ୍ଜରିତ ହେଉଥିଲା। ବିରୋଧୀ ଡେମୋକ୍ରାଟ ନେତାମାନେ ମଧ୍ୟ ତାଙ୍କର ଅନେକ ନିଷ୍ପତ୍ତିକୁ ସମର୍ଥନ କରି ତାଳି ମାରୁଥିବା ଦେଖିବାକୁ ମିଳିଥିଲା। ଯେତେବେଳେ ଡୋନାଲ୍ଡ ଟ୍ରମ୍ପ ଦେଶର ଦକ୍ଷିଣ ସୀମାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ଘୋଷଣା […]

ୱାସିଂଟନ: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଡୋନାଲ୍ଡ ଟ୍ରମ୍ପ କେତେ ଗୁଡ଼ିଏ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ଟ୍ରମ୍ପ କ୍ୟାପିଟଲ୍ ହଲ୍ରେ ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ଘୋଷଣା କରୁଥିଲେ ଏବଂ ସମଗ୍ର ହଲ୍ ତାଳିରେ ଗୁଞ୍ଜରିତ ହେଉଥିଲା। ବିରୋଧୀ ଡେମୋକ୍ରାଟ ନେତାମାନେ ମଧ୍ୟ ତାଙ୍କର ଅନେକ ନିଷ୍ପତ୍ତିକୁ ସମର୍ଥନ କରି ତାଳି ମାରୁଥିବା ଦେଖିବାକୁ ମିଳିଥିଲା। ଯେତେବେଳେ ଡୋନାଲ୍ଡ ଟ୍ରମ୍ପ ଦେଶର ଦକ୍ଷିଣ ସୀମାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ଘୋଷଣା କରିଥିଲେ, ସେତେବେଳେ ଏହାକୁ ବିପୁଳ ସମର୍ଥନ ମିଳିଥିଲା। ଏହା ଟ୍ରମ୍ପଙ୍କ ସବୁଠାରୁ ବଡ଼ ନିଷ୍ପତ୍ତି ବୋଲି କୁହାଯାଉଛି। ମେକ୍ସିକୋ ସୀମାରେ ବେଆଇନ ଅନୁପ୍ରବେଶକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଘୋଷଣା କରାଯାଇଛି। ସେଠାରେ ସେନା ମୁତୟନ ହେବେ। ଟ୍ରମ୍ପ ମଧ୍ୟ ତାଙ୍କ ପ୍ରଥମ ଭାଷଣରେ ଚୀନ୍ର ନାମ ନେଇଥିଲେ । ସେ ପାନାମା କେନାଲକୁ ଚୀନ୍ କବ୍ଜାରୁ ଫେରାଇ ନେବେ ବୋଲି କହିଥିଲେ। ଟ୍ରମ୍ପ କହିଛନ୍ତି ଯେ ମେକ୍ସିକୋ ଉପସାଗର ଏବେ ଆମେରିକା ଉପସାଗର ନାମରେ ପରିଚିତ ହେବ । ଏହାବ୍ୟତୀତ ମେକ୍ସିକୋ ସୀମାରେ ଅନୁପ୍ରବେଶ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯିବ। ମୁଦ୍ରାସ୍ଫୀତି ହ୍ରାସ ପାଇଁ ସମସ୍ତ ପ୍ରୟାସ କରାଯିବ ବୋଲି ସେ କହିଛନ୍ତି। ଦେଶର ଶତ୍ରୁଙ୍କ ମୁକାବିଲା ପାଇଁ ସେନାକୁ ଅଧିକ କ୍ଷମତା ଦିଆଯିବ ବୋଲି ଟ୍ରମ୍ପ କହିଛନ୍ତି। ସେ ଏକ ବଡ଼ ଘୋଷଣା କରିଛନ୍ତି ଯେ ଏବେ ଆମେରିକାରେ କେବଳ ଦୁଇଟି ଲିଙ୍ଗ ରହିବ, ପୁରୁଷ ଓ ମହିଳା। ଅର୍ଥାତ ଡୋନାଲ୍ଡ ଟ୍ରମ୍ପ ଏଲଜିବିଟି ସମୁଦାୟକୁ ବଡ ଝଟ୍କା ଦେଇଛନ୍ତି । ଦେଶରେ ତୃତୀୟ ଲିଙ୍ଗ ବ୍ୟବସ୍ଥା ରହିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।