ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ ଅଭିନବ କୋ ବ୍ରାଣ୍ଡେଡ୍‌ କ୍ରେଡିଟ୍‌ କାର୍ଡ ‘ଆକ୍ସିସ୍‌ ବ୍ୟାଙ୍କ ଶପର୍ସ ଷ୍ଟପ୍‌ କ୍ରେଡିଟ୍‌ କାର୍ଡ’ର ଶୁଭାରମ୍ଭ କରାଯାଇଛି। ବିଶେଷକରି ଉକ୍ତ କାର୍ଡଧାରୀମାନଙ୍କୁ ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ ଶପିଙ୍ଗ୍‌ର ସମୃଦ୍ଧ ଅନୁଭୂତି ମିଳିବ। ସେହିଭଳି ଆକ୍ସିସ୍‌ ବ୍ୟାଙ୍କ ଶପର୍ସ ଷ୍ଟପ୍‌ କ୍ରେଡିଟ୍‌ କାର୍ଡ ସହ ଆକ୍ସିସ୍‌ ବ୍ୟାଙ୍କର କ୍ରେଡିଟ୍‌ କାର୍ଡ […] The post ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା appeared first on Dharitri Odia News.

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ ଅଭିନବ କୋ ବ୍ରାଣ୍ଡେଡ୍‌ କ୍ରେଡିଟ୍‌ କାର୍ଡ ‘ଆକ୍ସିସ୍‌ ବ୍ୟାଙ୍କ ଶପର୍ସ ଷ୍ଟପ୍‌ କ୍ରେଡିଟ୍‌ କାର୍ଡ’ର ଶୁଭାରମ୍ଭ କରାଯାଇଛି। ବିଶେଷକରି ଉକ୍ତ କାର୍ଡଧାରୀମାନଙ୍କୁ ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ ଶପିଙ୍ଗ୍‌ର ସମୃଦ୍ଧ ଅନୁଭୂତି ମିଳିବ।

ସେହିଭଳି ଆକ୍ସିସ୍‌ ବ୍ୟାଙ୍କ ଶପର୍ସ ଷ୍ଟପ୍‌ କ୍ରେଡିଟ୍‌ କାର୍ଡ ସହ ଆକ୍ସିସ୍‌ ବ୍ୟାଙ୍କର କ୍ରେଡିଟ୍‌ କାର୍ଡ ପୋର୍ଟଫୋଲିଓ ଓମ୍‌ନିଚ୍ୟାନେଲ୍‌ ଶପିଙ୍ଗ୍‌ କ୍ଷେତ୍ରକୁ ସମ୍ପ୍ରସାରିତ ହୋଇଛି। ଏହି ସହଭାଗିତା ଆକ୍ସିସ୍‌ ବ୍ୟାଙ୍କର ଅଭିନବ ଆର୍ଥିକ ସମାଧାନ, ବ୍ୟାପକ ଶାଖା ନେଟ୍‌ୱର୍କ ଓ ଭୌଗୋଳିକ ଉପସ୍ଥିତି ଏବଂ ସପର୍ସ ଷ୍ଟପ୍‌ସର ଦୃଢ଼ ନେଟ୍‌ୱର୍କ ଏବଂ ୯.୮ନିୟୁତ ଫାଷ୍ଟ୍‌ ସିଟିଜେନ୍‌ କ୍ଲବ୍‌ ସଦସ୍ୟମାନଙ୍କୁ ବ୍ୟାପକ ସୁବିଧା ପ୍ରଦାନ କରିବ।

ସେହିପରି ଏହି କୋ ବ୍ରାଣ୍ଡେଡ୍‌ କ୍ରେଡିଟ୍‌ କାର୍ଡରେ ଇନ୍ଧନ ସର୍‌ଚାର୍ଜ ଛାଡ଼, ଡାଇନିଂ ଅନୁଭୂତି ଭଳି ଶିଳ୍ପର ଅନେକ ଶ୍ରେଷ୍ଠ ସୁବିଧା ସହିତ ମାଗଣାରେ ସପର୍ସ ଷ୍ଟପ୍‌ ଫାଷ୍ଟ ସିଟିଜେନ୍‌ କ୍ଲବ୍‌ ଗୋଲ୍‌ଡେନ୍‌ ଗ୍ଲୋ ସଦସ୍ୟତା ମିଳିବ। ଉଲ୍ଲେଖଯୋଗ୍ୟ, ମୁମ୍ବାଇର ମଲାଡ୍‌ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଆକ୍ସିସ୍‌ ବ୍ୟାଙ୍କର ଗ୍ରୁପ୍‌ ଏକ୍‌ଜିକ୍ୟୁଟିଭ୍‌ (ରିଟେଲ୍‌ ଆସେଟ୍‌ସ, ପେମେଣ୍ଟସ ଆଣ୍ଡ୍‌ ଆଫ୍ଲୁଏଣ୍ଟ ବ୍ୟାଙ୍କିଙ୍ଗ୍‌) ଅର୍ଜୁନ ଚୌଧୁରୀ ଏବଂ ଶପର୍ସ ଷ୍ଟପ୍‌ର କଷ୍ଟମର କେୟାର ଆସୋସିଏଟ୍‌ ଓ ମୁଖ୍ୟ ବିତ୍ତ ଅଧିକାରୀ କରୁଣାକରନ ଏମ୍‌ ନୂତନ କୋ-ବ୍ରାଣ୍ଡେଡ୍‌ କ୍ରେଡିଟ୍‌ କାର୍ଡକୁ ଆନୁଷ୍ଠାନିକ ଭାବେ ଅନାବରଣ କରୁଛନ୍ତି।

ଏ ସମ୍ପର୍କରେ ଆକ୍ସିସ ବ୍ୟାଙ୍କର କାର୍ଡ ଏବଂ ପେମେଣ୍ଟସର ସଭାପତି ତଥା ମୁଖ୍ୟ ସଞ୍ଜୀବ ମୋଘେ କହିଛନ୍ତି, ବ୍ୟାଙ୍କରେ ଆମର ଏକ ସମ୍ପୂର୍ଣ୍ଣ ସୁଇଟ୍‌ କ୍ରେଡିଟ୍‌ କାର୍ଡ ପୋର୍ଟଫୋଲିଓ ରହିଛି।

The post ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା appeared first on Dharitri Odia News.