ଶମ୍ଭୁ ସୀମାରେ ଚାଷୀଙ୍କ ‘ଦିଲ୍ଲୀ ଚଲୋ’; ପୋଲିସର ଲୁହ ବୁହା ଗ୍ୟାସ୍ ଏବଂ ପାଣି ମାଡ଼, ୮ ଆହତ

ନୂଆଦିଲ୍ଲୀ: ଆଇନରେ ଫସଲର ଏମଏମପି ଗ୍ୟାରେଣ୍ଟି ନେଇ ଶମ୍ଭୁ ସୀମାରେ ଚାଷୀଙ୍କ ଆନ୍ଦୋଳନ   ଜାରି । ଶନିବାର ୧୦୧ ଚାଷୀଙ୍କ ଏକ ଗ୍ରୁପ୍ ହକ୍ ପାଇଁ ରାଜଧାନୀ ଦିଲ୍ଲୀକୁ ମାର୍ଚ୍ଚ ଆରମ୍ଭ କରିଥିଲେ । ହେଲେ ପୋଲିସ୍ ଆନ୍ଦୋଳନରତ ଚାଷୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ପଞ୍ଜାବ-ହରିୟାଣା ବୋର୍ଡରରେ ଚାଷୀ ବ୍ୟାରିକେଡ୍ ଭାଙ୍ଗି ଧଶେଇ ପଶିବାକୁ ପ୍ରାୟସ କରୁଥିବା ବେଳେ ପୋଲିସ ସେମାନଙ୍କ ଉପରକୁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବା ସହିତ ପାଣି ମାଡ଼ କରିଥିଲା । ଏଥିରେ ୮ଜଣ ଚାଷୀ ଆହତ ହୋଇଥିବାର ସୂଚନା ମିଳିଛି । ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ୩୦୭ ଦିନରେ ପହଞ୍ଚିଛି । ହକ୍ ପାଇଁ ଲଢେଇ ଜାରି ରଖିଛନ୍ତି ହଜାର ହଜାର ଚାଷୀ । ଏବେ ସଂସଦର ଶୀତ ଅଧିବେଶନ ଚାଲୁଥିବା ବେଳେ ଦାବି ପୂରଣ ପାଇଁ ‘ଦିଲ୍ଲୀ ଚଲୋ’ ଆରମ୍ଭ କରିଛନ୍ତି ଚାଷୀ ସଂଗଠନ । ମାତ୍ର ସେମାନଙ୍କୁ ରୋକିବା ପାଇଁ ସୁରକ୍ଷାବାହିନୀର ଦିଲ୍ଲୀର ସମସ୍ତ ସୀମାକୁ ସିଲ୍ କରିଛି । ସମସ୍ତ ପ୍ରବେଶ ପଥରେ ବ୍ୟାରିକେଡ୍ ଲାଗିଛି । ବର୍ଡର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ହେବା ସହିତ ସୀମାକୁ ଲାଗି କରିଥିବା ଗାଁରେ ଇଣ୍ଟରନେଟ୍ ସେବାକୁ ରାତି ୧୨ଟା ଯାଏ ବନ୍ଦ କରାଯାଇଛି ।ଚାଷୀ ନେତା ଶରଓ୍ବାନ ସିଂହ ପ୍ରତିକ୍ରିୟା ଦେଇ କହିଛନ୍ତି, ହକ୍ ପାଇଁ ଦେଶର ସମସ୍ତ ଚାଷୀ ଆନ୍ଦୋଳନକୁ ଓହ୍ଲାଇବା ଦରକାର । ଏଭଳି କଲେ ପୋଲିସ ଲୁହବୁହା ଗ୍ୟାସ୍, ପାଣି ମାଡ଼ ବନ୍ଦ ଏବଂ ଚାଷୀଙ

ଶମ୍ଭୁ ସୀମାରେ ଚାଷୀଙ୍କ ‘ଦିଲ୍ଲୀ ଚଲୋ’; ପୋଲିସର ଲୁହ ବୁହା ଗ୍ୟାସ୍ ଏବଂ ପାଣି ମାଡ଼, ୮ ଆହତ

ନୂଆଦିଲ୍ଲୀ: ଆଇନରେ ଫସଲର ଏମଏମପି ଗ୍ୟାରେଣ୍ଟି ନେଇ ଶମ୍ଭୁ ସୀମାରେ ଚାଷୀଙ୍କ ଆନ୍ଦୋଳନ   ଜାରି । ଶନିବାର ୧୦୧ ଚାଷୀଙ୍କ ଏକ ଗ୍ରୁପ୍ ହକ୍ ପାଇଁ ରାଜଧାନୀ ଦିଲ୍ଲୀକୁ ମାର୍ଚ୍ଚ ଆରମ୍ଭ କରିଥିଲେ । ହେଲେ ପୋଲିସ୍ ଆନ୍ଦୋଳନରତ ଚାଷୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ପଞ୍ଜାବ-ହରିୟାଣା ବୋର୍ଡରରେ ଚାଷୀ ବ୍ୟାରିକେଡ୍ ଭାଙ୍ଗି ଧଶେଇ ପଶିବାକୁ ପ୍ରାୟସ କରୁଥିବା ବେଳେ ପୋଲିସ ସେମାନଙ୍କ ଉପରକୁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବା ସହିତ ପାଣି ମାଡ଼ କରିଥିଲା । ଏଥିରେ ୮ଜଣ ଚାଷୀ ଆହତ ହୋଇଥିବାର ସୂଚନା ମିଳିଛି । 

ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ୩୦୭ ଦିନରେ ପହଞ୍ଚିଛି । ହକ୍ ପାଇଁ ଲଢେଇ ଜାରି ରଖିଛନ୍ତି ହଜାର ହଜାର ଚାଷୀ । ଏବେ ସଂସଦର ଶୀତ ଅଧିବେଶନ ଚାଲୁଥିବା ବେଳେ ଦାବି ପୂରଣ ପାଇଁ ‘ଦିଲ୍ଲୀ ଚଲୋ’ ଆରମ୍ଭ କରିଛନ୍ତି ଚାଷୀ ସଂଗଠନ । ମାତ୍ର ସେମାନଙ୍କୁ ରୋକିବା ପାଇଁ ସୁରକ୍ଷାବାହିନୀର ଦିଲ୍ଲୀର ସମସ୍ତ ସୀମାକୁ ସିଲ୍ କରିଛି । ସମସ୍ତ ପ୍ରବେଶ ପଥରେ ବ୍ୟାରିକେଡ୍ ଲାଗିଛି । ବର୍ଡର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ହେବା ସହିତ ସୀମାକୁ ଲାଗି କରିଥିବା ଗାଁରେ ଇଣ୍ଟରନେଟ୍ ସେବାକୁ ରାତି ୧୨ଟା ଯାଏ ବନ୍ଦ କରାଯାଇଛି ।

ଚାଷୀ ନେତା ଶରଓ୍ବାନ ସିଂହ ପ୍ରତିକ୍ରିୟା ଦେଇ କହିଛନ୍ତି, ହକ୍ ପାଇଁ ଦେଶର ସମସ୍ତ ଚାଷୀ ଆନ୍ଦୋଳନକୁ ଓହ୍ଲାଇବା ଦରକାର । ଏଭଳି କଲେ ପୋଲିସ ଲୁହବୁହା ଗ୍ୟାସ୍, ପାଣି ମାଡ଼ ବନ୍ଦ ଏବଂ ଚାଷୀଙ୍କୁ ଦିଲ୍ଲୀ ପ୍ରବେଶ ପାଇଁ ଅନୁମତି । ଏହା ସହିତ ଆଇନରେ ଫସଲର ଏମଏମପି ଗ୍ୟାରେଣ୍ଟି ଦାବି ପୂରଣ ହେବା ବୋଲି ଚାଷୀ ନେତା କହିଛନ୍ତି ।....