ଶହୀଦ ଅଂଶୁମାନ ସିଂଙ୍କ ସ୍ତ୍ରୀଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆଣିଲେ ବାପା
ନୂଆଦିଲ୍ଲୀ,୧୨।୭: ଗତ ବର୍ଷ ଜୁଲାଇ ୧୯ରେ ସିଆଚେନରେ ନିଜର ସାଥୀମାନଙ୍କୁ ବଞ୍ଚାଇବା ସମୟରେ ଶହୀଦ ହୋଇଥିବା କ୍ୟାପଟେନ ଅଂଶୁମାନ ସିଂଙ୍କ ପିତା କଂଗ୍ରେସ ନେତା ତଥା ରାଏବରେଲି ଏମ୍ପି ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। କ୍ୟାପଟେନ ଅଂଶୁମାନ ସିଂଙ୍କ ପିତା ରାହୁଲ ଗାନ୍ଧୀଙ୍କୁ ମହାତ୍ମା ଗାନ୍ଧୀଙ୍କ ସହ ତୁଳନା କରିଛନ୍ତି। ଏହା ସହିତ ସେ ଅଗ୍ନିବୀର୍ ଯୋଜନାରେ ଉନ୍ନତି ଆଣିବା ବିଷୟରେ ତାଙ୍କ ବିବୃତ୍ତିରେ ଉଲ୍ଲେଖ କରିଛନ୍ତି। ନିକଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ […] The post ଶହୀଦ ଅଂଶୁମାନ ସିଂଙ୍କ ସ୍ତ୍ରୀଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆଣିଲେ ବାପା appeared first on Dharitri Odia News.
ନୂଆଦିଲ୍ଲୀ,୧୨।୭: ଗତ ବର୍ଷ ଜୁଲାଇ ୧୯ରେ ସିଆଚେନରେ ନିଜର ସାଥୀମାନଙ୍କୁ ବଞ୍ଚାଇବା ସମୟରେ ଶହୀଦ ହୋଇଥିବା କ୍ୟାପଟେନ ଅଂଶୁମାନ ସିଂଙ୍କ ପିତା କଂଗ୍ରେସ ନେତା ତଥା ରାଏବରେଲି ଏମ୍ପି ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। କ୍ୟାପଟେନ ଅଂଶୁମାନ ସିଂଙ୍କ ପିତା ରାହୁଲ ଗାନ୍ଧୀଙ୍କୁ ମହାତ୍ମା ଗାନ୍ଧୀଙ୍କ ସହ ତୁଳନା କରିଛନ୍ତି। ଏହା ସହିତ ସେ ଅଗ୍ନିବୀର୍ ଯୋଜନାରେ ଉନ୍ନତି ଆଣିବା ବିଷୟରେ ତାଙ୍କ ବିବୃତ୍ତିରେ ଉଲ୍ଲେଖ କରିଛନ୍ତି। ନିକଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ର୍କିତ୍ତୀ ଚକ୍ର ସହିତ କ୍ୟାପଟେନ ଅନସୁମାନ ସିଂଙ୍କୁ ସମ୍ମାନିତ କରିଛନ୍ତି।
କିର୍ତ୍ତୀ ଚକ୍ର ବିଜେତା କ୍ୟାପଟେନ ଅଂଶୁମାନ ସିଂ ପରିବାର ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ସେ ଚର୍ଚ୍ଚାରେ ରହିବାର କାରଣ ହେଉଛି ତାଙ୍କ ବୋହୂର ଆଚରଣ। କ୍ୟାପଟେନ ଅଂଶୁମାନ ସିଂଙ୍କ ପିତା ତାଙ୍କ ବୋହୂଙ୍କ ଆଚରଣରେ ଅତ୍ୟନ୍ତ ଦୁଃଖିତ। ସେ ତାଙ୍କ ବୋହୂ ବିରୋଧରେ ବହୁତ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଶହୀଦଙ୍କ ପିତା କହିଛନ୍ତି, ତାଙ୍କ ବୋହୂର ଆଚରଣରେ ସେ ଦୁଃଖିତ। ପୁଅ ଶହୀଦ ହୋଇଥିଲେ ମଧ୍ୟ ତାଙ୍କୁ କିଛି ମିଳି ନ ଥିଲା। ବୋହୂ ଉଭୟ ସମ୍ମାନ ଏବଂ ଅନୁକମ୍ପା ରାଶି ଛଡ଼ାଇ ନେଇଥିଲେ। ତାଙ୍କ ପୁଅ ମଧ୍ୟ ଚାଲିଗଲେ ଏବଂ ବୋହୂ ମଧ୍ୟ ବାପଘରକୁ ଚାଲିଗଲେ।
ଶହୀଦଙ୍କ ପିତା ରାହୁଲ ଗାନ୍ଧୀଙ୍କୁ ମହାତ୍ମା ଗାନ୍ଧୀଙ୍କ ସହିତ ତୁଳନା କରିଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀ ଜଣେ ମହାନ ନେତା। ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଅଛି।
The post ଶହୀଦ ଅଂଶୁମାନ ସିଂଙ୍କ ସ୍ତ୍ରୀଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆଣିଲେ ବାପା appeared first on Dharitri Odia News.