ଶାନ୍ତନୁ କିଏ? ଯାହାଙ୍କ ଠାରୁ ପରିଣତ ବୟସରେ ପରାମର୍ଶ ନେଉଥିଲେ ବିଶିଷ୍ଟ ଶିଳ୍ପପତି ରତନ ଟାଟା

ଟାଟା ଗ୍ରୁପର ଚେୟାର ମ୍ୟାନ ଓ ଭେଟରାନ ଶିଳ୍ପପତି ରତନ ଟାଟାଙ୍କ ର ୮୬ ବୟସରେ ଦେହାନ୍ତ ହୋଇଛି । ସେ ଏଭଳି ଏକ ଶିଳ୍ପପତି ଥିଲେ ଯାହାଙ୍କୁ ଦୁନିଆ ସମ୍ମାନ କରନ୍ତି । କିନ୍ତୁ ଏତେ ବଡ ଶିଳ୍ପପତି ହୋଇକି ମଧ୍ୟ ନିଜ ବୟସ ଠାରୁ ଛୋଟ ଯୁବକ ଶାନ୍ତୁନୁ ଠାରୁ ପରାମର୍ଶ ନେଉଥିଲେ । ଶାନ୍ତୁନୁ ନାଇଡୁ ହେଉଛନ୍ତି ୩୧ ବର୍ଷର ଯୁବକ । ସେ ରତନ ଟାଟାଙ୍କର ଆସିଷ୍ଟାଣ୍ଟ ଥିଲେ । ତେବେ […] The post ଶାନ୍ତନୁ କିଏ? ଯାହାଙ୍କ ଠାରୁ ପରିଣତ ବୟସରେ ପରାମର୍ଶ ନେଉଥିଲେ ବିଶିଷ୍ଟ ଶିଳ୍ପପତି ରତନ ଟାଟା appeared first on KNews Odisha.

ଶାନ୍ତନୁ କିଏ? ଯାହାଙ୍କ ଠାରୁ ପରିଣତ ବୟସରେ ପରାମର୍ଶ ନେଉଥିଲେ ବିଶିଷ୍ଟ ଶିଳ୍ପପତି ରତନ ଟାଟା
ratan tata santunu

ଟାଟା ଗ୍ରୁପର ଚେୟାର ମ୍ୟାନ ଓ ଭେଟରାନ ଶିଳ୍ପପତି ରତନ ଟାଟାଙ୍କ ର ୮୬ ବୟସରେ ଦେହାନ୍ତ ହୋଇଛି । ସେ ଏଭଳି ଏକ ଶିଳ୍ପପତି ଥିଲେ ଯାହାଙ୍କୁ ଦୁନିଆ ସମ୍ମାନ କରନ୍ତି । କିନ୍ତୁ ଏତେ ବଡ ଶିଳ୍ପପତି ହୋଇକି ମଧ୍ୟ ନିଜ ବୟସ ଠାରୁ ଛୋଟ ଯୁବକ ଶାନ୍ତୁନୁ ଠାରୁ ପରାମର୍ଶ ନେଉଥିଲେ । ଶାନ୍ତୁନୁ ନାଇଡୁ ହେଉଛନ୍ତି ୩୧ ବର୍ଷର ଯୁବକ । ସେ ରତନ ଟାଟାଙ୍କର ଆସିଷ୍ଟାଣ୍ଟ ଥିଲେ । ତେବେ ଏହି ଯୁବକ ପ୍ରକୁତରେ କିଏ ? ତାଙ୍କ ପାଖରେ ଏମିତି କଣ ରହିଛି ଯାହାକି ବହୁତ୍ ବ୍ୟବସାୟୀ ତାଙ୍କ ପରାମର୍ଶ ନେଉଥିଲେ ।

ତେବେ ରତନ ଟାଟାଙ୍କର ୩୧ ବର୍ଷୀୟ ଶାନ୍ତନୁଙ୍କ ସହ ଏକ ମଜବୁତ୍ ସମ୍ପର୍କ ରହିଥିଲା । କିନ୍ତୁ ପାରିବାରିକ ସମ୍ପର୍କ ଶାନ୍ତୁନୁଙ୍କ ସହ ନଥିଲା । ଶାନ୍ତନୁଙ୍କ ମଧ୍ୟରେ ରହିଥିବା ପ୍ରତିଭା ହିଁ ରତନ ଟାଟାଙ୍କୁ ଅଧିକ ପ୍ରଭାବିତ କରିଥିଲା । ଯାହା ଫଳରେ ନିଜର ଆସିଷ୍ଟାଣ୍ଟ ରହିବାକୁ ଫୋନ କରିଥିଲେ ରତନ ଟାଟା ।  ସେହି ସମୟରେ ଶାନ୍ତନୁ ମୁମ୍ବାଇରେ ରହୁଥିଲେ । ଶାନ୍ତୁନୁ ନାୟୁଡୁ ଙ୍କ ଜନ୍ମ 1993 ମସିହାରେ ମହାରାଷ୍ଟ୍ର ର ପୁନେରେ ହୋଇଥିଲା । ଷ୍ଟାଟପ୍ ରେ ବିନିଯୋଗ ପାଇଁ ଶାନ୍ତନୁ ରତନ ଟାଟାଙ୍କୁ ଟିପ୍ସ ଦେଉଥିଲେ । ଶାନ୍ତନୁ ନାଇଡୁ ବହୁତ୍ ଲୋକପ୍ରିୟ । ସେ ଟାଟା ଟ୍ରଷ୍ଟ ର ଡେପୁଟି ଜେନେରାଲ ମ୍ୟାନେଜର ଭାବେ ସାରା ଦେଶରେ ବେଶ୍ ପରିଚୟ ତିଆରି କରିଛନ୍ତି ।

ସେ ଜଣେ ଭାରତୀୟ ବ୍ୟବସାୟୀ ଅଟନ୍ତି । ଏହାସହ ଇଂଜିନିୟର, ଆସିଷ୍ଟାଣ୍ଟ , ଜିଜିଏମ,ସୋସିଆଲ ମିଡିଆ ଇନ୍ ଫ୍ଲୁଇନ୍ସର୍,ଲେଖକ,ଏବଂ ଉଦ୍ୟଗି ଅଟନ୍ତି । ଶାନ୍ତନୁ ନାଇଡୁ ବିଜନେସ ବ୍ୟବସାୟରେ ନିଜର ଏକ ସ୍ବତନ୍ତ୍ର ସ୍ଥାନଟି ତିଆରି କରିଛନ୍ତି ଯାହା ଅନେକଙ୍କ ପାଇଁ ସ୍ବପ୍ନ ଅଟେ । ଜୁନ ୨୦୧୭ ମସିହାରୁ ଟାଟା ଟ୍ରଷ୍ଟ ପାଇଁ କାମ କରି ଆସୁଛନ୍ତି ଶାନ୍ତନୁ । ରତନ ଟାଟା ତାଙ୍କ ଫେସ୍ ବୁକ୍ ପୋଷ୍ଟ ପଢ଼ିବା ପରେ ତାଙ୍କୁ ଏକ ମିଟିଂଗ ପାଇଁ ଡ଼କାଇଥିଲେ ।

ଯେଉଁ ଠାରେ ସେ କୁକୁର ମାନଙ୍କ ପାଇଁ ପ୍ରତିଫଳକ ଓ ଡିଜାଇନ୍ ହୋଇଥିବା ଏକ ରଙ୍ଗ ବିଷୟରେ ଲେଖିଥିଲେ । ଯାହାକି ଡ୍ରାଇଭର ମାନେ ମୁମ୍ବାଇ ରାସ୍ତାରେ ଦେଖି ପାରିବେ । ତାଙ୍କର ଲିଙ୍କ ଦଇନ ପ୍ରୋଫାଇଲ୍ ଅନୁସାରେ ଶାନ୍ତନୁ ଜୁନ ୨୦୧୭ ମସିହାରେ ଟାଟା ଟ୍ରଷ୍ଟରେ କାମ କରୁଥିଲେ । ଏହା ଛଡ଼ା ଶାନ୍ତୁନୁ ଟାଟା ଏଲ୍କାସିରେ ଡିଜାଇନ୍ ଇଂଜିନିୟର ଭାବେ କାମ କରିଥିଲେ । ଶାନ୍ତୁନୁ ନାଇଡୁ ଓ ରତନ ଟାଟାଙ୍କ ସହ ବନ୍ଧୁତା ପଶୁମାନଙ୍କ ପ୍ରତି ଭଲ ପାଇବା ଯୋଗୁ ସୃଷ୍ଟି ହୋଇଥିଲା । ଦୁହେଙ୍କର ଦେଖା ସାକ୍ଷାତ ୨୦୨୪ ମସିହାରେ ହୋଇଥିଲା ।  ଯେତେବେଳେ ଶାନ୍ତୁନୁ ବାହାରେ ବୁଲୁଥିବା କୁକୁର ରାତି ସମୟରେ କାର ଧକ୍କାରୁ ବଞ୍ଚିବା ପାଇଁ ପ୍ରତିଫଳିତ ରଙ୍ଗ ତିଆରି କରିଥିଲେ ।

ଏହା ପୂର୍ବରୁ ଶାନ୍ତୁନୁଙ୍କ କାମରେ ପ୍ରଭାବିତ ହୋଇ ରତନ ଟାଟାଙ୍କ ପାଇଁ କାମ କରିବାକୁ ନିମନ୍ତ୍ରଣ କରାଯାଇଥିଲା । କର୍ଣ୍ଣେଲ ୟୁନୁଭର୍ ସିଟି ଠାରେ ଏମ ବିଏ ଶିକ୍ଷା ହାସଲ କରିଛନ୍ତି ଶାନ୍ତନୁ । ସେ ଟାଟା ଟ୍ରଷ୍ଟରେ କାମ କରୁଥିବା ମଧ୍ୟରେ ନିଜ ପରିବାରର ପଞ୍ଚମ ପିଢ଼ି ଅଟନ୍ତି । ୨୦୧୬ ରେ ଶାନ୍ତନୁ ଆମେରିକା ରେ କର୍ଣ୍ଣେଲ ବିଶ୍ଵ ବିଦ୍ୟାଳୟ ରେ ଏମବିଏ କରିବାକୁ ଗଲେ । ଯେତେବଳେ ସେ ନିଜ ଡିଗ୍ରୀ  ସମାପ୍ତ କଲେ । ଏବଂ ୨୦୧୬ରେ ଫେରିଲେ ସେହି ସମୟରେ ଟାଟା ଟ୍ରଷ୍ଟ ଜେନେରାଲ ମ୍ୟାନେଜର ଭାବେ ଟାଟା ଟ୍ରଷ୍ଟ ରେ ସାମିଲ ହୋଇଥିଲେ ।

The post ଶାନ୍ତନୁ କିଏ? ଯାହାଙ୍କ ଠାରୁ ପରିଣତ ବୟସରେ ପରାମର୍ଶ ନେଉଥିଲେ ବିଶିଷ୍ଟ ଶିଳ୍ପପତି ରତନ ଟାଟା appeared first on KNews Odisha.