ଶାନ୍ତି ମିଶ୍ର ହତ୍ୟା ମାମଲା: ୧୧ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ବ୍ରହ୍ମପୁର,୭ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସହରର ବହୁଚର୍ଚ୍ଚିତ ଶାନ୍ତି ମିଶ୍ର ହତ୍ୟା ମାମଲା ଦୀର୍ଘ ୧୧ ବର୍ଷ ହେଲା କୋର୍ଟରେ ବିଚାରଣା ଚାଲିଥିବା ବେଳେ ଗୁରୁବାର ତାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଏଥିରେ ସମ୍ପୃକ୍ତ ଥିବା ସମସ୍ତ ୧୧ ଜଣ ଅଭିଯୁକ୍ତଙ୍କୁ ଜିଲା ଜଜ୍‌ ରୂପଶ୍ରୀ ଚୌଧୁରୀ ଦୋଷୀ ସାବ୍ୟସ୍ତ୍ୟ କରିଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ପବ୍ଲିକ ପ୍ରସିକ୍ୟୁଟର ତ୍ରିଲୋଚନ ପରିଡ଼ା ସୂଚନା ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ, ଗତ […] The post ଶାନ୍ତି ମିଶ୍ର ହତ୍ୟା ମାମଲା: ୧୧ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ଦଣ୍ଡ appeared first on Dharitri Odia News.

ଶାନ୍ତି ମିଶ୍ର ହତ୍ୟା ମାମଲା: ୧୧ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ବ୍ରହ୍ମପୁର,୭ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସହରର ବହୁଚର୍ଚ୍ଚିତ ଶାନ୍ତି ମିଶ୍ର ହତ୍ୟା ମାମଲା ଦୀର୍ଘ ୧୧ ବର୍ଷ ହେଲା କୋର୍ଟରେ ବିଚାରଣା ଚାଲିଥିବା ବେଳେ ଗୁରୁବାର ତାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଏଥିରେ ସମ୍ପୃକ୍ତ ଥିବା ସମସ୍ତ ୧୧ ଜଣ ଅଭିଯୁକ୍ତଙ୍କୁ ଜିଲା ଜଜ୍‌ ରୂପଶ୍ରୀ ଚୌଧୁରୀ ଦୋଷୀ ସାବ୍ୟସ୍ତ୍ୟ କରିଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ପବ୍ଲିକ ପ୍ରସିକ୍ୟୁଟର ତ୍ରିଲୋଚନ ପରିଡ଼ା ସୂଚନା ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ଗତ ୨୦୧୩ ଜାନୁଆରୀ ୨୯ ସକାଳେ ଶାନ୍ତି ମିଶ୍ର ଏକ ମାମଲାରେ ଜାମିନରେ ଥିବାବେଳେ ସେ ଗୋଷାଣିନୂଆଗାଁ ଥାନାକୁ ଯାଇ ସେଠାରେ ହାଜିରା ଦେଇ ଘରକୁ ଫେରୁଥିଲେ। ଗୋଷାଣିନୂଆଗାଁ ଗୁଣ୍ଡିଚା ମନ୍ଦିର ନିକଟରେ କେତେକ ଦୁର୍ବୃତ୍ତ ପୂର୍ବ ଶତ୍ରୁତାରୁ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ହତ୍ୟା କରିଥିଲେ। ଏନେଇ ଅନିଲ ନାୟକ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏନେଇ ୧୧/୧୩ରେ ମାମଲା ରୁଜୁ କରିଥିଲା। ପରେ ଏଥିରେ ସମ୍ପୃକ୍ତ ଥିବା ଅପରାଧୀମାନଙ୍କୁ ପର୍ଯ୍ୟାୟକ୍ରମେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।

The post ଶାନ୍ତି ମିଶ୍ର ହତ୍ୟା ମାମଲା: ୧୧ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ଦଣ୍ଡ appeared first on Dharitri Odia News.