ଶାମିଙ୍କୁ ନେଇ ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ିଲା

ନୂଆଦିଲ୍ଲୀ,୫।୧୦: ଦଳକୁ କେବେ ଫେରିବେ ମହମ୍ମଦ ଶାମି, ଏହା ଉପରେ କ୍ରିକେଟ ପ୍ରଶଂସକଙ୍କ ନଜର। କାରଣ ଆସନ୍ତା ମାସ ଭାରତୀୟ ଟିମ୍‌ ଲାଗି ବେଶ ଗୁରୁତ୍ୱପୂର୍ଣ୍ଣ। ସର୍ବପ୍ରଥମେ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ଘରୋଇ ଟେଷ୍ଟ ସିରିଜ ଖେଳିବ। ଏହାପରେ ୫ ଟେଷ୍ଟ ମ୍ୟାଚ୍‌ ଲାଗି ଦଳ ଅଷ୍ଟ୍ରେଲିଆ ଗସ୍ତ କରିବ। ଏହି ୭ ମୁକାବିଲାରୁ ଦଳର ଡବ୍ଲୁଟିସି ଫାଇନାଲ ଟିକେଟ ପକ୍କା ହୋଇପାରେ। ଏସବୁ ମଧ୍ୟରେ ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ାଇବା ଭଳି ଖବର ସାମ୍ନାକୁ […] The post ଶାମିଙ୍କୁ ନେଇ ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ିଲା appeared first on Dharitri Odia News.

ଶାମିଙ୍କୁ ନେଇ ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ିଲା
ନୂଆଦିଲ୍ଲୀ,୫।୧୦: ଦଳକୁ କେବେ ଫେରିବେ ମହମ୍ମଦ ଶାମି, ଏହା ଉପରେ କ୍ରିକେଟ ପ୍ରଶଂସକଙ୍କ ନଜର। କାରଣ ଆସନ୍ତା ମାସ ଭାରତୀୟ ଟିମ୍‌ ଲାଗି ବେଶ ଗୁରୁତ୍ୱପୂର୍ଣ୍ଣ। ସର୍ବପ୍ରଥମେ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ଘରୋଇ ଟେଷ୍ଟ ସିରିଜ ଖେଳିବ। ଏହାପରେ ୫ ଟେଷ୍ଟ ମ୍ୟାଚ୍‌ ଲାଗି ଦଳ ଅଷ୍ଟ୍ରେଲିଆ ଗସ୍ତ କରିବ। ଏହି ୭ ମୁକାବିଲାରୁ ଦଳର ଡବ୍ଲୁଟିସି ଫାଇନାଲ ଟିକେଟ ପକ୍କା ହୋଇପାରେ। ଏସବୁ ମଧ୍ୟରେ ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ାଇବା ଭଳି ଖବର ସାମ୍ନାକୁ ଆସିଛି। ଏକ ରିପୋର୍ଟ ମୁତାବକ ଶାମିଙ୍କୁ ରଣଜୀ ଟ୍ରଫି ପୂର୍ବରୁ ୨ ମ୍ୟାଚ ଲାଗି ପଶ୍ଚିମବଙ୍ଗ ଟିମ୍‌ରେ ଚୟନ କରାଯାଇଛି। ଅର୍ଥାତ ସେ ଯଦି ଏହାକୁ ଖେଳିବେ ତେବେ ଦଳକୁ ଫେରିବାକୁ ସମୟ ଲାଗିପାରେ।
ଶେଷ ଥର ଲାଗି ଶାମି ୨୦୨୩ ବିଶ୍ୱକପ୍‌ ଫାଇନାଲ ଖେଳିଥିଲେ। ଏହା ପରେ ପ୍ରାୟ ୧୧ ମାସ ଧରି ସେ କ୍ରିକେଟରୁ ଦୂରରେ ରହିଛନ୍ତି। ସେ ଫେବୃୟାରୀରେ ନିଜର ଅସ୍ତ୍ରୋପଚାର କରାଇଥିଲେ। ଏବେ ସେ ବାଙ୍ଗାଲୋରର ନ୍ୟାଶନାଲ କ୍ରିକେଟ ଏକାଡେମୀରେ ରିହାବ କରୁଛନ୍ତି। ରଣଜୀ ଟ୍ରଫିରେ ସେ ଫେରିପାରନ୍ତି ବୋଲି ଆଶା କରାଯାଉଛି।
ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଟିମ୍‌ ନଭେମ୍ବର ୨୨ରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିବ।

The post ଶାମିଙ୍କୁ ନେଇ ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ିଲା appeared first on Dharitri Odia News.