ଶିବ ମନ୍ଦିର ଦାନ ବାକ୍ସ ଭାଙ୍ଗି ଲୁଟିନେଲେ ଚୋର
କୋକସରା,୨୧ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା କୁସୁମଖୁଣ୍ଟି ନୀଳକଣ୍ଠେଶ୍ୱର ଶିବ ମନ୍ଦିର ମୁଖ୍ୟ ଗେଟ ଗ୍ରୀଲ ଭାଙ୍ଗି ଚୋରି ଅଭିଯୋଗ ହୋଇଛି। ଗୁରୁବାର ସକାଳୁ ମନ୍ଦିର ପୂଜକ ଅଶୋକ କୁମାର ଦାସ ପୂଜା କରିବା ପାଇଁ ଯିବା ସମୟରେ ଏହା ଦେଖି ମନ୍ଦିର ଟ୍ରଷ୍ଟ ସଦସ୍ୟଙ୍କୁ ସୂଚନା ଦେଇଥିଲେ। ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯିବା ପରେ ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ପହଞ୍ଚତ୍ ତଦନ୍ତ ସମୟରେ ମନ୍ଦିର ହୁଣ୍ଡିର ତାଲା ଭାଙ୍ଗି ଟଙ୍କା […] The post ଶିବ ମନ୍ଦିର ଦାନ ବାକ୍ସ ଭାଙ୍ଗି ଲୁଟିନେଲେ ଚୋର appeared first on Dharitri Odia News.
କୋକସରା,୨୧ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା କୁସୁମଖୁଣ୍ଟି ନୀଳକଣ୍ଠେଶ୍ୱର ଶିବ ମନ୍ଦିର ମୁଖ୍ୟ ଗେଟ ଗ୍ରୀଲ ଭାଙ୍ଗି ଚୋରି ଅଭିଯୋଗ ହୋଇଛି। ଗୁରୁବାର ସକାଳୁ ମନ୍ଦିର ପୂଜକ ଅଶୋକ କୁମାର ଦାସ ପୂଜା କରିବା ପାଇଁ ଯିବା ସମୟରେ ଏହା ଦେଖି ମନ୍ଦିର ଟ୍ରଷ୍ଟ ସଦସ୍ୟଙ୍କୁ ସୂଚନା ଦେଇଥିଲେ। ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯିବା ପରେ ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ପହଞ୍ଚତ୍ ତଦନ୍ତ ସମୟରେ ମନ୍ଦିର ହୁଣ୍ଡିର ତାଲା ଭାଙ୍ଗି ଟଙ୍କା ନେଇଯାଇଥିବା ଦେଖିଥିଲେ। ତେବେ କେତେ ଟଙ୍କା ଚୋରି ହୋଇଛି ଜଣାପଡି ନାହିଁ। ପୂର୍ବରୁ ମଧ୍ୟ ମନ୍ଦିରରୁ ଚୋରି ହୋଇଥିବା ବେଳେ ସୁରକ୍ଷା ପାଇଁ ସିସିଟିଭି ଓ ରାତ୍ରି ଜଗୁଆଳି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
The post ଶିବ ମନ୍ଦିର ଦାନ ବାକ୍ସ ଭାଙ୍ଗି ଲୁଟିନେଲେ ଚୋର appeared first on Dharitri Odia News.