ଶିବବିବାହ ପାଇଁ ଉଠିଲା ଲଗ୍ନଥାଳ
ଭଦ୍ରକ,୨୪।୫(ସନାତନ ରାଉତ): ଭଦ୍ରକର ପ୍ରସିଦ୍ଧ ଶୈବପୀଠ ଆରଡ଼ି ଆଖଣ୍ଡଳମଣି ପୀଠରେ ଶିବବିବାହ ପାଇଁ ପବିତ୍ର ଚନ୍ଦନ ପୂର୍ଣ୍ଣିମା ଅବସରରେ ଲଗ୍ନ ଧରାଯାଇଛି। ବୈଦିକ ରୀତିନୀତି ଅନୁଯାୟୀ କନ୍ୟାପିତା ଗଦାଧର ପାଢ଼ୀ ବରପିତା କେଦାରନାଥ ପାଢ଼ୀଙ୍କୁ ଲଗ୍ନଥାଳ ପ୍ରଦାନ କରିଥିଲେ। ଭୋର ୪ଟାରେ ମନ୍ଦିର ଦ୍ୱାରଫିଟା ନୀତି ପରେ ମଙ୍ଗଳ ଆଳତି, ଘର୍ଷଣ ଲାଗି ସରିବା ପରେ ଚନ୍ଦନନୀତି ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ୪ଟାରେ ମଣିବାବାଙ୍କୁ ବଡ଼ସିଂହାର ବେଶରେ ସଜ୍ଜିତ କରାଯାଇଥିଲା। ଆଜ୍ଞାମାଳ ଆଣିବା ପରେ ଶିବବିବାହ ପାଇଁ […] The post ଶିବବିବାହ ପାଇଁ ଉଠିଲା ଲଗ୍ନଥାଳ appeared first on Dharitri Odia News.
ଭଦ୍ରକ,୨୪।୫(ସନାତନ ରାଉତ): ଭଦ୍ରକର ପ୍ରସିଦ୍ଧ ଶୈବପୀଠ ଆରଡ଼ି ଆଖଣ୍ଡଳମଣି ପୀଠରେ ଶିବବିବାହ ପାଇଁ ପବିତ୍ର ଚନ୍ଦନ ପୂର୍ଣ୍ଣିମା ଅବସରରେ ଲଗ୍ନ ଧରାଯାଇଛି। ବୈଦିକ ରୀତିନୀତି ଅନୁଯାୟୀ କନ୍ୟାପିତା ଗଦାଧର ପାଢ଼ୀ ବରପିତା କେଦାରନାଥ ପାଢ଼ୀଙ୍କୁ ଲଗ୍ନଥାଳ ପ୍ରଦାନ କରିଥିଲେ। ଭୋର ୪ଟାରେ ମନ୍ଦିର ଦ୍ୱାରଫିଟା ନୀତି ପରେ ମଙ୍ଗଳ ଆଳତି, ଘର୍ଷଣ ଲାଗି ସରିବା ପରେ ଚନ୍ଦନନୀତି ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ୪ଟାରେ ମଣିବାବାଙ୍କୁ ବଡ଼ସିଂହାର ବେଶରେ ସଜ୍ଜିତ କରାଯାଇଥିଲା। ଆଜ୍ଞାମାଳ ଆଣିବା ପରେ ଶିବବିବାହ ପାଇଁ ଲଗ୍ନଥାଳ ଉଠିଥିଲା।
ଯୋଡ଼ି ମହୁରୀ ସହ ଘଣ୍ଟ କୀର୍ତ୍ତନ, ଆଲଟଚାମର ଦ୍ୱାରା ଏକ ଉତ୍ସବମୁଖର ପରିବେଶରେ ଲଗ୍ନଥାଳ ବରପିତାଙ୍କ ଘରୁ କନ୍ୟାପିତାଙ୍କ ଘର ଅଭିମୁଖେ ବାହାରିଥିଲା। ବହୁ ଭକ୍ତ ଓ ସେବାୟତଙ୍କ ଦ୍ୱାରା ବାଜାବାଣ ରୋଷଣୀ ସହ ଲଗ୍ନଥାଳ ନଗରୀ ପରିକ୍ରମା କରିବା ପରେ କନ୍ୟାପିତାଙ୍କ ଘରେ ପହଞ୍ଚି ଥିଲା।
ସେଠାରେ ଜ୍ୟୋତିଷ ଓ ବ୍ରାହ୍ମଣଙ୍କ ଦ୍ୱାରା ତାଳପତ୍ରରେ ଲଗ୍ନଚିଟାଉ ଲେଖାଯାଇ ଆସନ୍ତା ଜୁନ୍ ୧୧ରେ ଦେବଦମ୍ପତିଙ୍କ ବିବାହ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ସମସ୍ତଙ୍କ ଉପସ୍ଥିତିରେ ଶୁଭ ମୂହୂର୍ତ୍ତ ଗଣନା କରାଯାଇ ପାଣିଗ୍ରହଣ ନୀତିର ସମୟ ନିର୍ଦ୍ଧାରଣ କରାଯାଇଥିଲା।
ଭକ୍ତ ଓ ସେବାୟତଙ୍କ ଗହଣରେ ଲଗ୍ନଚିଟାଉ ପାଠ କରାଯିବା ପରେ ପୁନର୍ବାର ବରପିତାଙ୍କ ଘର ଅଭିମୁଖେ ଲଗ୍ନଥାଳ ବାହାରିଥିଲା। ବରପିତାଙ୍କ ଘରେ ଚିଟାଉକୁ ସ୍ବାଗତ କରାଯାଇ ଗୁଆ ମଙ୍ଗୁଳା ନୀତି କରାଯାଇଥିଲା। ଏହି ମଙ୍ଗୁଳା ଗୁଆ ଓ ନିମନ୍ତ୍ରଣପତ୍ର ପୀଠ ସମେତ ପଡ଼ୋଶୀ ଜିଲାର ସମସ୍ତ ଦେବଦେବୀଙ୍କୁ ବଣ୍ଟନ କରାଯିବ। ଏଥିପାଇଁ ମନ୍ଦିର ଓ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା।
The post ଶିବବିବାହ ପାଇଁ ଉଠିଲା ଲଗ୍ନଥାଳ appeared first on Dharitri Odia News.