ଶିବସେନା, ଭାଜପା ସହ ଗଠବନ୍ଧନକୁ ନେଇ ବଡ଼ ସୂଚନା ଦେଲେ ଅଜିତ ପାଓ୍ବାର, କହିଲେ ମୁଁ ଏହି ପ୍ରସଙ୍ଗରେ କଦାପି…

ମୁମ୍ବାଇ,୬।୯: ଚଳିତ ବର୍ଷ ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତିନି-ତିନି ଦଳର ଗଠବନ୍ଧନ ମଧ୍ୟରେ ଟକ୍କର ଚାଲିଛି। ଅଜିତ ପାୱାରଙ୍କ ଏନସିପି, ଶିନ୍ଦେ ଦଳର ଶିବସେନା ଏବଂ ଭାଜପା ସହିତ ମିଶି ମଇଦାନରେ ଅଛି। ଉଭୟ ଶିନ୍ଦେ ଗୋଷ୍ଠୀ ଏବଂ ଭାଜପା ହିନ୍ଦୁତ୍ୱ ରାଜନୀତି କରୁଛନ୍ତି। ଅଜିତ ଆଣ୍ଡ କମ୍ପାନୀ ସେହି ଗୋଷ୍ଠୀଠାରୁ ଅଲଗା ହୋଇଯାଇଛି। ଯାହାର ମୁଖ୍ୟ ବିଚାରାଧାରା ନିରପେକ୍ଷ ଅଟେ। ଅଜିତ ଗୁରୁବାର ସ୍ପଷ୍ଟ କରିଛନ୍ତି ଯେ ସେ ତାଙ୍କର ମୂଳ ବିଚାରାଧାରା […] The post ଶିବସେନା, ଭାଜପା ସହ ଗଠବନ୍ଧନକୁ ନେଇ ବଡ଼ ସୂଚନା ଦେଲେ ଅଜିତ ପାଓ୍ବାର, କହିଲେ ମୁଁ ଏହି ପ୍ରସଙ୍ଗରେ କଦାପି… appeared first on Dharitri Odia News.

ଶିବସେନା, ଭାଜପା ସହ ଗଠବନ୍ଧନକୁ ନେଇ ବଡ଼ ସୂଚନା ଦେଲେ ଅଜିତ ପାଓ୍ବାର, କହିଲେ ମୁଁ ଏହି ପ୍ରସଙ୍ଗରେ କଦାପି…

ମୁମ୍ବାଇ,୬।୯: ଚଳିତ ବର୍ଷ ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତିନି-ତିନି ଦଳର ଗଠବନ୍ଧନ ମଧ୍ୟରେ ଟକ୍କର ଚାଲିଛି। ଅଜିତ ପାୱାରଙ୍କ ଏନସିପି, ଶିନ୍ଦେ ଦଳର ଶିବସେନା ଏବଂ ଭାଜପା ସହିତ ମିଶି ମଇଦାନରେ ଅଛି। ଉଭୟ ଶିନ୍ଦେ ଗୋଷ୍ଠୀ ଏବଂ ଭାଜପା ହିନ୍ଦୁତ୍ୱ ରାଜନୀତି କରୁଛନ୍ତି। ଅଜିତ ଆଣ୍ଡ କମ୍ପାନୀ ସେହି ଗୋଷ୍ଠୀଠାରୁ ଅଲଗା ହୋଇଯାଇଛି। ଯାହାର ମୁଖ୍ୟ ବିଚାରାଧାରା ନିରପେକ୍ଷ ଅଟେ। ଅଜିତ ଗୁରୁବାର ସ୍ପଷ୍ଟ କରିଛନ୍ତି ଯେ ସେ ତାଙ୍କର ମୂଳ ବିଚାରାଧାରା ସହ ଆପୋଷ ବୁଝାମଣା କରିବେ ନାହିଁ।

ବର୍ଷ ଶେଷରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହାର କାରଣ ହେଉଛି ଲୋକ ସଭା ନିର୍ବାଚନରେ ତାଙ୍କ ଦଳର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା। ଏକ ସାକ୍ଷାତକାରରେ ଅଜିତ ପାୱାର ଜୋର ଦେଇ କହିଛନ୍ତି ଯେ ତାଙ୍କ ଦଳ ମିଳିତ ମଞ୍ଚ ଅଧୀନରେ ୬୦ରୁ ଅଧିକ ଆସନରେ ନିର୍ବାଚନ ଲଢିବ। ଲୋକ ସଭା ନିର୍ବାଚନରେ ଅଜିତଙ୍କ ଏନସିପିକୁ କେବଳ ଗୋଟିଏ ଆସନ ମିଳିଥିଲା।

The post ଶିବସେନା, ଭାଜପା ସହ ଗଠବନ୍ଧନକୁ ନେଇ ବଡ଼ ସୂଚନା ଦେଲେ ଅଜିତ ପାଓ୍ବାର, କହିଲେ ମୁଁ ଏହି ପ୍ରସଙ୍ଗରେ କଦାପି… appeared first on Dharitri Odia News.