ଶିଶୁ ମହୋତ୍ସବ ସୁରଭି ୨୦୨୪ ଉଦଘାଟିତ, ଉଦଘାଟନ କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଶିଶୁ ମହୋତ୍ସବ ସୁରଭି ୨୦୨୪ ଉଦଘାଟିତ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହାକୁ ଉଦଘାଟନ କରି ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ସହ ସୁରଭି କାର୍ଯ୍ୟକ୍ରମର ସଫଳତା କାମନା କରିଛନ୍ତି। ଭୁବନେଶ୍ବର ୟୁନିଟ୍ -୩ କ୍ୟାପିଟାଲ ହାଇସ୍କୁଲ ପରିସରରେ ତିନି ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଆୟୋଜିତ ହୋଇଛି । ବିକଶିତ ଓଡ଼ିଶା, ବିକଶିତ ଭାରତ ପରିକଳ୍ପନାକୁ ସତ କରିବାକୁ ହେଲେ ଶିକ୍ଷାକୁ ତୃଣମୂଳସ୍ତରରେ ସୁଦୃଢ କରିବାକୁ ହେବ ବୋଲି କହିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ […] The post ଶିଶୁ ମହୋତ୍ସବ ସୁରଭି ୨୦୨୪ ଉଦଘାଟିତ, ଉଦଘାଟନ କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ appeared first on KNews Odisha.

ଶିଶୁ ମହୋତ୍ସବ ସୁରଭି ୨୦୨୪ ଉଦଘାଟିତ, ଉଦଘାଟନ କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
minister

ଶିଶୁ ମହୋତ୍ସବ ସୁରଭି ୨୦୨୪ ଉଦଘାଟିତ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହାକୁ ଉଦଘାଟନ କରି ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ସହ ସୁରଭି କାର୍ଯ୍ୟକ୍ରମର ସଫଳତା କାମନା କରିଛନ୍ତି। ଭୁବନେଶ୍ବର ୟୁନିଟ୍ -୩ କ୍ୟାପିଟାଲ ହାଇସ୍କୁଲ ପରିସରରେ ତିନି ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଆୟୋଜିତ ହୋଇଛି ।

ବିକଶିତ ଓଡ଼ିଶା, ବିକଶିତ ଭାରତ ପରିକଳ୍ପନାକୁ ସତ କରିବାକୁ ହେଲେ ଶିକ୍ଷାକୁ ତୃଣମୂଳସ୍ତରରେ ସୁଦୃଢ କରିବାକୁ ହେବ ବୋଲି କହିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଓଡ଼ିଶାର ଲୋକକଳାର ସଂରକ୍ଷଣ ଓ ପ୍ରସାର ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି ଏବଂ ଏହି ମହୋତ୍ସବ ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଛନ୍ତି। ତିନିଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଓଡ଼ିଶା ଲୋକକଳା ଶୀର୍ଷକ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।

surabhi

୩୦ଟି ଜିଲ୍ଲାରୁ ଜଣେ ଲେଖାଏଁ କୃତୀ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରି ଓଡ଼ିଶାର କଳାକୃତି ଉପରେ ସୁନ୍ଦର ଚିତ୍ର ଓ ହସ୍ତକଳା ପ୍ରସ୍ତୁତ କରିଥିଲେ । ଏହାସହ ପ୍ରବନ୍ଧ, ଚିତ୍ରାଙ୍କନ, ସୃଜନଶୀଳ ଲିଖନୀ, କୁଇଜ୍ ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଚଳିତ ବର୍ଷ ସୁରଭି ମହୋତ୍ସବରେ ଆକର୍ଷଣ ପାଲଟିଛି ଆକାଂକ୍ଷୀ ଦୁନିଆ।

ସ୍ପେସ୍ ଆକୃତିରେ ପ୍ରସ୍ତୁତ ହୋଇଥିବା ଆକାଂକ୍ଷୀ ଦୁନିଆରେ ଆମ ରାଜ୍ୟର ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କିପରି ହେବ ତାହା ପ୍ରଦର୍ଶିତ ହେଉଛି । ବିଦ୍ୟାଳୟରେ ଚାଲିଥିବା ଆକାଂକ୍ଷୀ ପାଠ୍ୟକ୍ରମ ଯଥା ସାହିତ୍ୟ ସୃଜନୀ, ଜିଜ୍ଞାସା, କ୍ରୀଡାଙ୍ଗନ ଏବଂ ଡିଜିଟାଲ ଏଜୁକେସନ ଏମ୍ପାୱାରମେଣ୍ଟ ପ୍ରୋଗ୍ରାମ(କୌଶଳୀ) ପାଠ୍ୟକ୍ରମର ଝଲକ୍ ଏହା ଭିତରେ ଦେଖିବାକୁ ମିଳିଛି ।

The post ଶିଶୁ ମହୋତ୍ସବ ସୁରଭି ୨୦୨୪ ଉଦଘାଟିତ, ଉଦଘାଟନ କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ appeared first on KNews Odisha.