ଶୁକ୍ରବାର ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ, ଉତ୍ସାହିତ ଓଡ଼ିଶା କଂଗ୍ରେସ

ଭୁବନେଶ୍ଵର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ।ଦିନ ସାଢେ ୧୧ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ସିଧା ବରମୁଣ୍ଡା ସଭାସ୍ଥଳରେ ପହଞ୍ଚିବେ। ସମ୍ବିଧାନ ବଞ୍ଚାଅ ଅଭିଯାନ ଆନ୍ଦୋଳନ ପାଇଁ କର୍ମୀଙ୍କୁ ଦେବେ ଉଦବୋଧନ। ଏଥିପାଇଁ ପ୍ରତି ଜିଲ୍ଲାରୁ ଆସୁଛନ୍ତି ଶହ ଶହ ନେତା ଓ କର୍ମୀ।ସଭାସ୍ଥଳରେ ରାହୁଲଙ୍କ ସାଙ୍ଗରେ ରହିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ଏଆଇସିସି ସେକ୍ରେଟାରୀ ଭେନୁ ଗୋପାଲ। ପିସିସି ସଭାପତି ବରମୁଣ୍ଡା ଯାଇ ସଭାସ୍ଥଳ ପରିଦର୍ଶନ କରିଛନ୍ତି। ସେପଟେ ରାହୁଲଙ୍କ ଗସ୍ତ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।ଶୁକ୍ରବାର ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ। ଦିନ ୧୧ଟା ୩୦ ମିନିଟରେ ଭୁବନେଶ୍ବର ବିମାନବନ୍ଦରରେ ପହଁଚି ସିଧାସଳଖ ବରମୁଣ୍ଡା ସଭାସ୍ଥଳରେ ପହଞ୍ଚିବେ। ପ୍ରଦେଶ କଂଗ୍ରେସ କମିଟିର ସମ୍ବିଧାନ ବଞ୍ଚାଅ ଅଭିଯାନ ଆନ୍ଦୋଳନ ପାଇଁ କର୍ମୀଙ୍କୁ ଦେବେ ଉଦ୍ବୋଧନ।ପ୍ରତ୍ୟେକ ଜିଲ୍ଲାରେ ଏଥିପାଇଁ କରାଯାଇଛି ସ୍ବତନ୍ତ୍ର ପ୍ରସ୍ତୁତି। ପ୍ରତି ଜିଲ୍ଲାରୁ ଆସୁଛନ୍ତି ଶହ ଶହ ନେତା ଓ କର୍ମୀ।ସଭାସ୍ଥଳରେ ରାହୁଲଙ୍କ ସାଙ୍ଗରେ ରହିବେ  କଂଗ୍ରେସ ଅଧ୍ୟକ୍ଷ ମଲକାର୍ଜୁନ ଖଡଗେ ଓ ଏଆଇସିସି ସେକ୍ରେଟାରୀ ଭେନୁ ଗୋପାଲ।ତେଣୁ ଓଡ଼ିଶାରେ ଗୋଟିଏ ନୂଆ ରାଜନୀତିର ବାତାବରଣ ସୃଷ୍ଟି ହେବାକୁ ଯାଉଛି। କଗ୍ରେଂସ ଏଥିପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ନିଜେ ପିସିସି ସଭ

ଶୁକ୍ରବାର ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ, ଉତ୍ସାହିତ ଓଡ଼ିଶା କଂଗ୍ରେସ

ଭୁବନେଶ୍ଵର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ।ଦିନ ସାଢେ ୧୧ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ସିଧା ବରମୁଣ୍ଡା ସଭାସ୍ଥଳରେ ପହଞ୍ଚିବେ। ସମ୍ବିଧାନ ବଞ୍ଚାଅ ଅଭିଯାନ ଆନ୍ଦୋଳନ ପାଇଁ କର୍ମୀଙ୍କୁ ଦେବେ ଉଦବୋଧନ। ଏଥିପାଇଁ ପ୍ରତି ଜିଲ୍ଲାରୁ ଆସୁଛନ୍ତି ଶହ ଶହ ନେତା ଓ କର୍ମୀ।ସଭାସ୍ଥଳରେ ରାହୁଲଙ୍କ ସାଙ୍ଗରେ ରହିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ଏଆଇସିସି ସେକ୍ରେଟାରୀ ଭେନୁ ଗୋପାଲ। ପିସିସି ସଭାପତି ବରମୁଣ୍ଡା ଯାଇ ସଭାସ୍ଥଳ ପରିଦର୍ଶନ କରିଛନ୍ତି। ସେପଟେ ରାହୁଲଙ୍କ ଗସ୍ତ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଶୁକ୍ରବାର ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ। ଦିନ ୧୧ଟା ୩୦ ମିନିଟରେ ଭୁବନେଶ୍ବର ବିମାନବନ୍ଦରରେ ପହଁଚି ସିଧାସଳଖ ବରମୁଣ୍ଡା ସଭାସ୍ଥଳରେ ପହଞ୍ଚିବେ। ପ୍ରଦେଶ କଂଗ୍ରେସ କମିଟିର ସମ୍ବିଧାନ ବଞ୍ଚାଅ ଅଭିଯାନ ଆନ୍ଦୋଳନ ପାଇଁ କର୍ମୀଙ୍କୁ ଦେବେ ଉଦ୍ବୋଧନ।ପ୍ରତ୍ୟେକ ଜିଲ୍ଲାରେ ଏଥିପାଇଁ କରାଯାଇଛି ସ୍ବତନ୍ତ୍ର ପ୍ରସ୍ତୁତି। ପ୍ରତି ଜିଲ୍ଲାରୁ ଆସୁଛନ୍ତି ଶହ ଶହ ନେତା ଓ କର୍ମୀ।ସଭାସ୍ଥଳରେ ରାହୁଲଙ୍କ ସାଙ୍ଗରେ ରହିବେ  କଂଗ୍ରେସ ଅଧ୍ୟକ୍ଷ ମଲକାର୍ଜୁନ ଖଡଗେ ଓ ଏଆଇସିସି ସେକ୍ରେଟାରୀ ଭେନୁ ଗୋପାଲ।ତେଣୁ ଓଡ଼ିଶାରେ ଗୋଟିଏ ନୂଆ ରାଜନୀତିର ବାତାବରଣ ସୃଷ୍ଟି ହେବାକୁ ଯାଉଛି। 

କଗ୍ରେଂସ ଏଥିପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ନିଜେ ପିସିସି ସଭାପତି ବରମୁଣ୍ଡା ଯାଇ ସଭାସ୍ଥଳ ପରିଦର୍ଶନ କରିଛନ୍ତି, ଯେମିତି କୌଣସି ବି ତ୍ରୁଟି ନ ରହେ। ରାହୁଲ ବିସ୍ଥାପିତ ଓ କୃଷକମାନଙ୍କୁ ଭେଟିବା ସହ ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ। ସେପଟେ ରାହୁଲଙ୍କ ଗସ୍ତ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାହୁଲ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସିଧା ବରମୁଣ୍ଡା ପଡ଼ିଆକୁ କାରକେଡ୍ରେ ଅଣାଯିବ। ସେଥିପାଇଁ ମୁତୟନ ହେବେ ୫୭ ପ୍ଲାଟୁନ୍ ପୋଲିସ ଫୋର୍ସ। ୧୧ ଜଣ ଅତିରିକ୍ତ ଡିସିପି, ୧୫ ଜଣ ଏସିପି ଓ ୪୭ ଜଣ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ବରେ ରହିବେ। ବରମୁଣ୍ଡା ପଡ଼ିଆରେ ମଧ୍ୟ ଏକ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍ କରାଯାଇଛି। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବି ବ୍ୟବସ୍ଥା କରାଯାଇଛି।


ସେପଟେ ରାଜ୍ୟ ସରକାର ଏହି ସମ୍ବିଧାନ ବଚାଂଓ ଓ ଦେଶ ବଚାଂଓ ଆନ୍ଦୋଳନକୁ ଭଣ୍ଡୁର ପାଇଁ ଚେଷ୍ଟା କରୁଥିବା କଂଗ୍ରେସ ଅଭିଯୋଗ କରିଛି।ରାହୁଲଙ୍କ ଗସ୍ତ ନେଇ ପୂର୍ବରୁ ଘୋଷଣା ହୋଇଥିଲେ ମଧ୍ୟ ସରକାର ଡ଼୍ରାଇଭର ସଂଘ ସହ କଥା ହୋଇ ଏହାକୁ ସମାଧାନ କରିବାକୁ ଚାହୁଁନାହାନ୍ତି। ଏଭଳି କରିବା ଦ୍ଵାରା ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ସଙ୍କଟ ଦେଖାଦେଲାଣି। ପରିବହନ ହୋଇପାରୁନାହିଁ।

ଅନ୍ୟପଟେ ବିଜେପି ଏଭଳି ଅଭିଯୋଗକୁ ଖଣ୍ଡନ କରି କହିଛି ପିସିସି ସଭାପତି ଜାଣିଶୁଣି ଆଗରୁ ସରେଣ୍ଡର କରିନେଇଛନ୍ତି। ଜାଣିଛନ୍ତି ବରମୁଣ୍ଡା ସଭାରେ କର୍ମୀ ହେବେ ନାହିଁ।ତେଣୁ ଆଗୁଆ ଏଭଳି ମନ୍ତବ୍ୟ ଦେଉଛନ୍ତି ବୋଲି ବିଜେପି କହିଛି। ରାହୁଲଙ୍କ ଓଡ଼ିଶା ଗସ୍ତ ରାଜ୍ୟ ରାଜନୀତିରେ ପ୍ରଭାବ ପକାଇବା ବୋଲି କଗ୍ରେଂସ ଦାବି କରୁଥିବା ବେଳେ ଆଗକୁ ପଚାଂୟତ ଓ ମୁନିସିପାଲଟି ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବାର ଦୃଢୋକ୍ତି ରଖିଛନ୍ତି କର୍ମୀ ଓ ନେତା।