ଶୁକ୍ରବାର ଭଙ୍ଗାଯିବ ବୈକୁଣ୍ଠଧାମ ଆଶ୍ରମ

ଭୁବନେଶ୍ୱର,୨୧।୧୧: ଭରତପୁର ଥାନା ଅଧୀନ ଖଣ୍ଡଗିରିବାରି ଅଞ୍ଚଳରେ ଥିବା ବୈକୁଣ୍ଠଧାମ ଆଶ୍ରମରେ ଜଣେ ନାବାଳକଙ୍କୁ କଳ୍‌କି ଅବତାର କହି ପାଦ ଉପରେ ତୁଳସୀ ଥୋଇ ପୂଜା କରିବା ଘଟଣା ଏବେ ଭିନ୍ନମୋଡ଼ ନେବାରେ ଲାଗିଛି। ଶୁକ୍ରବାର ସକାଳ ୮ଟାରେ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମକୁ ଭାଙ୍ଗିବାକୁ ବିଡିଏ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ବିଡିଏ, ବିଏମ୍‌ସି ଏବଂ କମିଶନରେଟ ପୋଲିସ ଉପସ୍ଥିତିରେ ଆଶ୍ରମ ଭଙ୍ଗାଯିବ। ୧୪୦ ଡେସିମାଲ ସରକାରୀ ଜମିରେ ବୈକୁଣ୍ଠଧାମ ଆଶ୍ରମ ରହିଥିବା ବିଡିଏ ପକ୍ଷରୁ ସୂଚନା […] The post ଶୁକ୍ରବାର ଭଙ୍ଗାଯିବ ବୈକୁଣ୍ଠଧାମ ଆଶ୍ରମ appeared first on Dharitri Odia News.

ଶୁକ୍ରବାର ଭଙ୍ଗାଯିବ ବୈକୁଣ୍ଠଧାମ ଆଶ୍ରମ

ଭୁବନେଶ୍ୱର,୨୧।୧୧: ଭରତପୁର ଥାନା ଅଧୀନ ଖଣ୍ଡଗିରିବାରି ଅଞ୍ଚଳରେ ଥିବା ବୈକୁଣ୍ଠଧାମ ଆଶ୍ରମରେ ଜଣେ ନାବାଳକଙ୍କୁ କଳ୍‌କି ଅବତାର କହି ପାଦ ଉପରେ ତୁଳସୀ ଥୋଇ ପୂଜା କରିବା ଘଟଣା ଏବେ ଭିନ୍ନମୋଡ଼ ନେବାରେ ଲାଗିଛି। ଶୁକ୍ରବାର ସକାଳ ୮ଟାରେ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମକୁ ଭାଙ୍ଗିବାକୁ ବିଡିଏ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ବିଡିଏ, ବିଏମ୍‌ସି ଏବଂ କମିଶନରେଟ ପୋଲିସ ଉପସ୍ଥିତିରେ ଆଶ୍ରମ ଭଙ୍ଗାଯିବ। ୧୪୦ ଡେସିମାଲ ସରକାରୀ ଜମିରେ ବୈକୁଣ୍ଠଧାମ ଆଶ୍ରମ ରହିଥିବା ବିଡିଏ ପକ୍ଷରୁ ସୂଚନା ଦିଆଯାଇଛି।

ଅପରପକ୍ଷେ ଆଶ୍ରମ ଗଢ଼ି ଉଠିଥିବା ସ୍ଥାନ ସରକାରୀ ଜମି ବୋଲି ଅଭିଯୋଗ ଆସିବା ପରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏବଂ ଭୁବନେଶ୍ୱର ତହସିଲ ପକ୍ଷରୁ ମିଳିତ ଭାବେ ଆଶ୍ରମର ଜମି ମାପଚୁପ କରାଯାଇଥିଲା। ୮ଜଣିଆ ଟିମ୍‌ ଏହାର ଦାୟିତ୍ୱ ନେଇଥିଲେ।

The post ଶୁକ୍ରବାର ଭଙ୍ଗାଯିବ ବୈକୁଣ୍ଠଧାମ ଆଶ୍ରମ appeared first on Dharitri Odia News.