ଶୁକ୍ରବାର ରାଶିଫଳ ( ୦୮-୧୧-୨୦୨୪ )

ମେଷ: ମନ ଭାରାକ୍ରାନ୍ତ ରହିପାରେ। ପରୋପକାରରେ ସମୟ ବିତିବ। ବ୍ୟବସାୟରେ ଆଶାତୀତ ଲାଭ ମିଳିପାରେ। ନିଜକୁ ଖୁସି ଦେବା ପରି କାମ କରିବା ଭଲ। ପଡୋଶୀଙ୍କ ସହ ମନୋମାଳିନ୍ୟ ହୋଇପାରେ। ବୃଷ: ମହିଳାମାନେ ସାମାଜିକ କାର୍ଯ୍ୟରେ ସମୟ ଅତିବାହିତ କରିବେ। ରକ୍ତଚାପ ସମସ୍ୟା ରହିବ। ପିଲାମାନଙ୍କ କ୍ୟାରିୟରକୁ ନେଇ ଅଭିଭାବକ ଚିନ୍ତିତ ରହିପାରନ୍ତି। ପରିବାରରେ ସହଯୋଗ ମିଳିବ। ମିଥୁନ: ଆଜି ଦିନଟିରେ ଚଳଚଞ୍ଚଳରେ ରହିବେ। ଆଶା କରିଥିବା ଦିଗରୁ ହତାଶ ହୋଇପାରନ୍ତି। ଘର ପାଇଁ ନୂତନ ସାମଗ୍ରୀ […]

ଶୁକ୍ରବାର ରାଶିଫଳ ( ୦୮-୧୧-୨୦୨୪ )
Friday Horoscope

ମେଷ: ମନ ଭାରାକ୍ରାନ୍ତ ରହିପାରେ। ପରୋପକାରରେ ସମୟ ବିତିବ। ବ୍ୟବସାୟରେ ଆଶାତୀତ ଲାଭ ମିଳିପାରେ। ନିଜକୁ ଖୁସି ଦେବା ପରି କାମ କରିବା ଭଲ। ପଡୋଶୀଙ୍କ ସହ ମନୋମାଳିନ୍ୟ ହୋଇପାରେ।

ବୃଷ: ମହିଳାମାନେ ସାମାଜିକ କାର୍ଯ୍ୟରେ ସମୟ ଅତିବାହିତ କରିବେ। ରକ୍ତଚାପ ସମସ୍ୟା ରହିବ। ପିଲାମାନଙ୍କ କ୍ୟାରିୟରକୁ ନେଇ ଅଭିଭାବକ ଚିନ୍ତିତ ରହିପାରନ୍ତି। ପରିବାରରେ ସହଯୋଗ ମିଳିବ।

ମିଥୁନ: ଆଜି ଦିନଟିରେ ଚଳଚଞ୍ଚଳରେ ରହିବେ। ଆଶା କରିଥିବା ଦିଗରୁ ହତାଶ ହୋଇପାରନ୍ତି। ଘର ପାଇଁ ନୂତନ ସାମଗ୍ରୀ କ୍ରୟ କରିପାରନ୍ତି। ନିବେଶରୁ ଲାଭ ମିଳିପାରେ। ଆୟ ଅନୁସାରେ ବ୍ୟୟ ଅଧିକ ହେବ।

କର୍କଟ: ବ୍ୟସ୍ତତା ମଧ୍ୟରେ ଦିନ କଟିବ। ଦାମ୍ପତ୍ୟ ଜୀବନରେ ତିକ୍ତତା ସୃଷ୍ଟି ହୋଇପାରେ। ଆତ୍ମସନ୍ତୋଷ ମିଳିବ। ଦୀର୍ଘ ଦିନରୁ ଲାଗିରହିଥିବା ସମସ୍ୟାର ସମାଧାନ ହେବ।

ସିଂହ: ସରକାରୀ କାମରେ ବିଳମ୍ବ ହୋଇପାରେ। ଆର୍ଥିକାବସ୍ଥାରେ ସୁଧାର ଆସିବ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ନିମନ୍ତେ ଯୋଜନା କରିବେ। ଚକ୍ଷୁ ସମସ୍ୟା ଭୋଗିପାରନ୍ତି। ଉଚ୍ଚବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ।

କନ୍ୟା: ମହିଳାମାନେ ପୂଜାର୍ଚ୍ଚନାରେ ସମୟ ଅତିବାହିତ କରିପାରନ୍ତି। ଗଣ୍ଠିଜନିତ ସମସ୍ୟା ଭୋଗିପାରନ୍ତି। ହାତେ ମାପି ଚାଖଣ୍ଡେ ଚାଲିବା ଭଲ। ପରିସ୍ଥିତି ଜଟିଳ ହେଲେ ବି ଧୈର୍ଯ୍ୟହରା ହୁଅନ୍ତୁନି।

ତୁଳା: ଉପରିସ୍ଥ ଅଧିକାରୀଙ୍କ ସହଯୋଗ ମିଳିପାରେ। ଆଳସ୍ୟ ବଢ଼ିବ। ପୈତୃକ ସମ୍ପତ୍ତିକୁ ନେଇ ଭାଇ-ଭାଇ ମଧ୍ୟରେ କଳହ ସୃଷ୍ଟି ହେବ। କୋର୍ଟ କଚେରୀ ମାମଲାରୁ ବିଜୟ ହେବେ।

ବିଛା: ପରିବାରରେ ହସଖୁସି ଲାଗି ରହିବ। ପ୍ରେମ ବ୍ୟାପାରରେ ବିଫଳ ହୋଇପାରନ୍ତି। ମହିଳାମାନେ ଅଳଙ୍କାର କିଣିବାକୁ ମନ ବଳାଇବେ। ନୂତନ ନିଯୁକ୍ତି ପାଇଁ ପ୍ରୟାସ କରିପାରନ୍ତି। ଆୟ ଓ ବ୍ୟୟ ସମାନ ରହିବ।

ଧନୁ: ପଡ଼ୋଶୀଙ୍କ ସହ ଯୁକ୍ତିତର୍କ କରନ୍ତୁନି। ସକାରାତ୍ମକ ଚିନ୍ତାଧାରା ନେଇ ଆଗକୁ ବଢ଼ନ୍ତୁ। ବ୍ୟକ୍ତିଗତ କଥାକୁ କାହା ସହ ସେୟାର କରନ୍ତୁନି। ମହିଳାମାନେ ଦିନସାରା ବ୍ୟସ୍ତ ରହିପାରନ୍ତି।

ମକର: ଅଫିସ୍‌ କାମ ପାଇଁ ଦୂର ସ୍ଥାନକୁ ଯାତ୍ରାଯୋଗ ରହିଛି। ପତି-ପତ୍ନୀଙ୍କ ମଧ୍ୟରେ କଳହ ଉପୁଜିପାରେ। ଗୁରୁଜନଙ୍କ କଥାମାନି ସବୁକାମ କରିବା ଭଲ। ଗ୍ରହ ଖଣ୍ଡନ ପାଇଁ ଦାନ ଧର୍ମ କରନ୍ତୁ।

କୁମ୍ଭ: ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ପିଲାଙ୍କ କୃତିତ୍ବରେ ବାପା ମା’ ଖୁସି ଅନୁଭବ କରିବେ। କୌଣସି କଥାକୁ ନେଇ ଆଜି ମନ ବିଚଳିତ ରହିପାରେ।

ମୀନ: ସହକର୍ମୀଙ୍କ ସହଯୋଗରେ କାମ ପୂରା କରିବେ। ଅନ୍ୟମାନଙ୍କୁ ସାହାଯ୍ୟର ହାତ ବଢ଼ାନ୍ତୁ। ମହିଳାଙ୍କ ପାଇଁ ଦିନଟି ଏତେ ଭଲ ନୁହେଁ। ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେବେ।