ଶେଖ ହାସିନା ଭାରତରେ ରହିବେ ନା ଆଉ କେଉଁଠି କି ଯିବେ…, ବୈଦେଶିକ ମନ୍ତ୍ରଣାଳୟ ଦେଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୮।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଭାରତରେ ରହିବେ ନା ସେ ଅନ୍ୟତ୍ର ଯିବାକୁ ଯୋଜନା କରୁଛନ୍ତି? ଏ ବାବଦରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବଡ଼ ଅପଡେଟ୍‌ ଦେଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି , ବର୍ତ୍ତମାନ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଭବିଷ୍ୟତ ଯୋଜନା ବିଷୟରେ କୌଣସି ଅପଡେଟ୍‌ ଦିଆଯାଇପାରିବ ନାହିଁ। କାରଣ ଏହା ତାଙ୍କ କାମ। ସେ କେଉଁଠାକୁ ଯିବେ କିମ୍ବା ଯିବେ ନାହିଁ ତାହା ସେ ସ୍ଥିର […] The post ଶେଖ ହାସିନା ଭାରତରେ ରହିବେ ନା ଆଉ କେଉଁଠି କି ଯିବେ…, ବୈଦେଶିକ ମନ୍ତ୍ରଣାଳୟ ଦେଲା ବଡ଼ ଅପଡେଟ୍‌ appeared first on Dharitri Odia News.

ଶେଖ ହାସିନା ଭାରତରେ ରହିବେ ନା ଆଉ କେଉଁଠି କି ଯିବେ…, ବୈଦେଶିକ ମନ୍ତ୍ରଣାଳୟ ଦେଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୮।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଭାରତରେ ରହିବେ ନା ସେ ଅନ୍ୟତ୍ର ଯିବାକୁ ଯୋଜନା କରୁଛନ୍ତି? ଏ ବାବଦରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବଡ଼ ଅପଡେଟ୍‌ ଦେଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି , ବର୍ତ୍ତମାନ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଭବିଷ୍ୟତ ଯୋଜନା ବିଷୟରେ କୌଣସି ଅପଡେଟ୍‌ ଦିଆଯାଇପାରିବ ନାହିଁ। କାରଣ ଏହା ତାଙ୍କ କାମ। ସେ କେଉଁଠାକୁ ଯିବେ କିମ୍ବା ଯିବେ ନାହିଁ ତାହା ସେ ସ୍ଥିର କରିବେ। ଏହା ପରେ ଭାରତ ସରକାର ଏକ ନିଷ୍ପତ୍ତି ନେବେ।

ବୈଦଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧିର ଜୟସ୍ବାଲ କହିଛନ୍ତି, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସଂସଦକୁ କହିଛନ୍ତି ଯେ ଶେଖ ହାସିନାଙ୍କୁ ସ୍ବଳ୍ପ ନୋଟିସରେ ଭାରତ ଆସିବାକୁ ଅନୁମତି ଦିଆଯାଇଛି। ବର୍ତ୍ତମାନ ତାଙ୍କ ଯୋଜନା ବିଷୟରେ କହିବାକୁ ମୋର କିଛି ନାହିଁ । କାରଣ ପରିସ୍ଥିତି ମୁହୂର୍ତ୍ତରେ ବଦଳୁଛି । କିଛି ସ୍ପଷ୍ଟ ହେବା ମାତ୍ରେ ଆମେ ଆପଣଙ୍କୁ ସମ୍ପୂର୍ଣ୍ଣ ସୂଚନା ଦେବୁ।

ରଣଧିର ଜୟସ୍ବାଲ କହିଛନ୍ତି, ବାଂଲାଦେଶର ପରିସ୍ଥିତି ପ୍ରତ୍ୟେକ ମୁହୂର୍ତ୍ତରେ ବଦଳୁଛି। ଆମେ ସେଠାରେ ଶାନ୍ତି ଏବଂ ସ୍ବାଭାବିକତା ପାଇଁ ଆଶା କରୁଛୁ, ଯାହାଫଳରେ ଆମେ ବାଂଲାଦେଶରେ ଆମର ସ୍ବାର୍ଥକୁ ଆଗକୁ ନେଇପାରିବା। ବାଂଲାଦେଶରେ ପ୍ରାୟ ୧୯,୦୦୦ ଭାରତୀୟ ଥିଲେ, ସେମାନଙ୍କ ମଧ୍ୟରେ ୯,୦୦୦ଛାତ୍ର ଥିଲେ। ଅଧିକାଂଶ ଛାତ୍ର ନିଜ ଦେଶକୁ ଫେରିଛନ୍ତି। ଅନେକ ଭାରତୀୟ ଫେରିବା ପାଇଁ ସାହାଯ୍ୟ ମାଗିଛନ୍ତି। ସେମାନଙ୍କୁ ସାହାଯ୍ୟ କରିବାକୁ ଦୂତାବାସ ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରସ୍ତୁତ ।

The post ଶେଖ ହାସିନା ଭାରତରେ ରହିବେ ନା ଆଉ କେଉଁଠି କି ଯିବେ…, ବୈଦେଶିକ ମନ୍ତ୍ରଣାଳୟ ଦେଲା ବଡ଼ ଅପଡେଟ୍‌ appeared first on Dharitri Odia News.