ଶୌଚ ପାଇଁ ଯାଇଥିଲେ, ପୋଖରୀରେ ବୁଡ଼ି ଚାଲିଗଲା ଜୀବନ
ଦିଗପହଣ୍ଡି,୨୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କୁଶପଡା ଗ୍ରାମ ବଡବନ୍ଧ ପୋଖରୀରେ ବୁଡି ଜଣେ ଯୁବକଙ୍କ ଶୁକ୍ରବାର ଅପରାହ୍ନରେ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ହେଲେ କୁଶପଡ଼ା ଗ୍ରାମ ଗୌଡ଼ ସାହିର କେ. ସୁରେନ୍ଦ୍ର ଦୋରା। ସୁରେନ୍ଦ୍ର ଅପରାହ୍ନରେ ପୋଖରୀକୁ ଶୌଚ କରିବା ପାଇଁ ଯାଇଥିଲେ। କିନ୍ତୁ ବହୁ ସମୟ ଧରି ଘରକୁ ଫେରି ନ ଥିଲେ । ପରିବାରଲୋକେ ବ୍ୟସ୍ତ ହୋଇ ନିକଟସ୍ଥ ପୋଖରୀକୁ ଖୋଜିବା ପାଇଁ ଯିବା ସମୟରେ […] The post ଶୌଚ ପାଇଁ ଯାଇଥିଲେ, ପୋଖରୀରେ ବୁଡ଼ି ଚାଲିଗଲା ଜୀବନ appeared first on Dharitri Odia News.
ଦିଗପହଣ୍ଡି,୨୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କୁଶପଡା ଗ୍ରାମ ବଡବନ୍ଧ ପୋଖରୀରେ ବୁଡି ଜଣେ ଯୁବକଙ୍କ ଶୁକ୍ରବାର ଅପରାହ୍ନରେ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ହେଲେ କୁଶପଡ଼ା ଗ୍ରାମ ଗୌଡ଼ ସାହିର କେ. ସୁରେନ୍ଦ୍ର ଦୋରା। ସୁରେନ୍ଦ୍ର ଅପରାହ୍ନରେ ପୋଖରୀକୁ ଶୌଚ କରିବା ପାଇଁ ଯାଇଥିଲେ। କିନ୍ତୁ ବହୁ ସମୟ ଧରି ଘରକୁ ଫେରି ନ ଥିଲେ । ପରିବାରଲୋକେ ବ୍ୟସ୍ତ ହୋଇ ନିକଟସ୍ଥ ପୋଖରୀକୁ ଖୋଜିବା ପାଇଁ ଯିବା ସମୟରେ ସେ ପୋଖରୀ ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ। ଖବରପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ସୁରେନ୍ଦ୍ରଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଉପସ୍ଥିତ ଡାକ୍ତର ସୁରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ପରିବାରଲୋକଙ୍କୁ ଜଣାଇଥିଲେ। ଏନେଇ ଏତଲା ହେବାପରେ ଦିଗପହଣ୍ଡି ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ଅପମୃତ୍ୟୁ ମାମଲା ନଂ. ୧୩/୨୫ ଅନୁଯାୟୀ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି। ରାତି ହୋଇଯିବାରୁ ଶନିବାର ସକାଳେ ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି । ଅପରପକ୍ଷରେ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ରାଜସ୍ବ ନୀରିକ୍ଷକ ଅମିତ କୁମାର ସ୍ବାଇଁ ଗ୍ରାମରେ ପହଞ୍ଚି ଘଟଣାର ଅନୁଧ୍ୟାନ କରି ରିପୋର୍ଟ ସଂଗ୍ରହ କରି ଫେରିଥିବା ଜଣାପଡିଛି ।
The post ଶୌଚ ପାଇଁ ଯାଇଥିଲେ, ପୋଖରୀରେ ବୁଡ଼ି ଚାଲିଗଲା ଜୀବନ appeared first on Dharitri Odia News.