ଶ୍ମଶାନରୁ ଜବତ ହେଲା ପୂର୍ବତନ ବିଧାୟକଙ୍କ ସ୍ତ୍ରୀଙ୍କ ମୃତଦେହ, ବୋହୂଙ୍କୁ ନେଇ ବଢ଼ୁଛି ସନ୍ଦେହ
ଭୁବନେଶ୍ୱର,୧୧।୯: ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ହାଇଡ୍ରାମା ଦେଖିବାକୁ ମିଳିଛି। ଅର୍ଦ୍ଧଦଗ୍ଧ ମୃତଦେହକୁ ନେଇ ସନ୍ଦେହ ବଢ଼ୁଛି। ପୋଲିସ ପହଞ୍ଚି ମୃତଦେହ ଜବତ କରିଛି। ତେବେ ସବୁଠୁ ବଡ଼ କଥା ହେଉଛି ଏହା କୌଣସି ସାଧାରଣ ମୃତଦେହ ନୁହେଁ ଏହା ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ କୁମାର ଜେନାଙ୍କ ସ୍ତ୍ରୀ ଅଶ୍ରୁକଣା ପ୍ରଧାନଙ୍କ ମୃତଦେହ। ଯାହାକୁ ନେଇ ବିବାଦ ଦେଖାଦେଇଛି। ମୃତଦେହ ବ୍ୟବଚ୍ଛେଦ ନ କରି, କାହାକୁ ନଜଣାଇ ତାଙ୍କ ବୋହୂ ସତ୍କାର କରୁଥିବା ବେଳେ ଖବରପାଇ ସମ୍ପର୍କୀୟ […] The post ଶ୍ମଶାନରୁ ଜବତ ହେଲା ପୂର୍ବତନ ବିଧାୟକଙ୍କ ସ୍ତ୍ରୀଙ୍କ ମୃତଦେହ, ବୋହୂଙ୍କୁ ନେଇ ବଢ଼ୁଛି ସନ୍ଦେହ appeared first on Dharitri Odia News.
ଭୁବନେଶ୍ୱର,୧୧।୯: ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ହାଇଡ୍ରାମା ଦେଖିବାକୁ ମିଳିଛି। ଅର୍ଦ୍ଧଦଗ୍ଧ ମୃତଦେହକୁ ନେଇ ସନ୍ଦେହ ବଢ଼ୁଛି। ପୋଲିସ ପହଞ୍ଚି ମୃତଦେହ ଜବତ କରିଛି।
ତେବେ ସବୁଠୁ ବଡ଼ କଥା ହେଉଛି ଏହା କୌଣସି ସାଧାରଣ ମୃତଦେହ ନୁହେଁ ଏହା ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ କୁମାର ଜେନାଙ୍କ ସ୍ତ୍ରୀ ଅଶ୍ରୁକଣା ପ୍ରଧାନଙ୍କ ମୃତଦେହ। ଯାହାକୁ ନେଇ ବିବାଦ ଦେଖାଦେଇଛି। ମୃତଦେହ ବ୍ୟବଚ୍ଛେଦ ନ କରି, କାହାକୁ ନଜଣାଇ ତାଙ୍କ ବୋହୂ ସତ୍କାର କରୁଥିବା ବେଳେ ଖବରପାଇ ସମ୍ପର୍କୀୟ ଓ ପୋଲିସ ସତ୍ୟନଗର ମଶାଣିରେ ପହଞ୍ଚିଥିଲେ। ବୋହୂ କାହାକୁ ନଜଣାଇ ଶାଶୁ ତଥା ଅଶ୍ରୁକଣାଙ୍କ ମୃତଦେହ ସତ୍କାର କରୁଥିବା ବେଳେ ଉତ୍ତେଜନା ଦେଖାଦେଇଛି । ପରେ ପୋଲିସ ମୃତଦେହକୁ ଜବତ କରିଛି ।
ତେବେ ସମ୍ପତ୍ତି ପାଇଁ ବୋହୂ ଶାଶୁଙ୍କୁ ମାରି ଦେଇଥିବା ସମ୍ପର୍କୀୟ ଅଭିଯୋଗ ଆଣିଥିବା ବେଳେ ବୋହୂ ମଧ୍ୟ ପାଲଟା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ସମ୍ପର୍କୀୟ ସମ୍ପତ୍ତି ପାଇଁ ମିଛ କହୁଛନ୍ତି। ଘରେ ଶାଶୁଙ୍କ ସମ୍ପର୍କୀୟ ଲୋକ ଅନେକ ବର୍ଷ ଧରି ମତେ ନିର୍ଯାତନା ଦେଇ ଆସୁଥିଲେ। ତେଣୁ ସିଏ କାହାକୁ କିଛି ନକହି ଶେଷକୃତ୍ୟ କରୁଥିବା କହିଛନ୍ତି। ଅନ୍ୟପଟେ ବୋହୂ ଶାଶୁଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ସାନଭଉଣୀ। ଘଟଣାସ୍ଥଳରେ ଖାରବେଳନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
The post ଶ୍ମଶାନରୁ ଜବତ ହେଲା ପୂର୍ବତନ ବିଧାୟକଙ୍କ ସ୍ତ୍ରୀଙ୍କ ମୃତଦେହ, ବୋହୂଙ୍କୁ ନେଇ ବଢ଼ୁଛି ସନ୍ଦେହ appeared first on Dharitri Odia News.