ଶ୍ରୀମନ୍ଦିର ଅବଢ଼ାର ମାନ ଯାଞ୍ଚ ହେବ, ରୋଷ ଘରକୁ ଯାଉଥିବା ସାମଗ୍ରୀ ଓ ଅବଢ଼ା ବାହାରିବା ପରେ ହେବ ପରୀକ୍ଷଣ

ଭୁବନେଶ୍ବର ୨୭।୯: ପୁରୀ ଜଗନ୍ନାଥ ମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ । ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, ମହାପ୍ରସାଦର ହେବ ପରୀକ୍ଷା । ରୋଷଶାଳାକୁ ଜିନିଷ ଯିବା ପୂର୍ବରୁ ଓ ରୋଶଶାଳାରୁ ଅବଢ଼ା ବାହାରିବା ପରେ ମାନ ପରୀକ୍ଷଣ ହେବ । ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରିଛୁ ଶ୍ରୀମନ୍ଦିରରେ ଫୁଡ଼ ଇନ୍ସପେକ୍ଟର ନିୟୋଜିତ ହେବେ । ଅବଢ଼ାର ସୁଧତା ରଖିବା ପାଇଁ ଫୁଡ଼ ଇନ୍ସପେକ୍ଟର ରହିବେ ।ଦେଶର ଅନ୍ୟ ମନ୍ଦିର ଭଳି ପୁରୀ ମନ୍ଦିରରେ ଅଭିଯୋଗ ନ ଆସୁ । ସେଥିପାଇଁ ମାନ ପରୀକ୍ଷଣ ଜରୁରୀ । ଭକ୍ତ ଆଶ୍ୱସ୍ତ ରହିବେ ଅବଢ଼ାରେ ଅଶୁଦ୍ଧତା କେବେ ରହିବ ନାହିଁ ।କେବଳ ଅବଢ଼ା ନୁହଁ ଘିଅର ମଧ୍ଯ ମାନ ଯାଞ୍ଚ ହେବ । କାରଣ ଆମେ ଦେଖିଲୁ ବାଲାଜୀ ମନ୍ଦିର ଭଳି କିଛି ମନ୍ଦିରରେ ଘିଅ ଭେଜାଲ ବୋଲି ଜଣାପଡିଥିଲା । ତେଣୁ ତ ପୂର୍ବରୁ ଆମକୁ ସଜାଗ ହେବାକୁ ପଡ଼ିବ । ଶ୍ରୀ ଜଗନ୍ନାଥ ମନ୍ଦିରରେ ଆମେ ଏହା କରିବାକୁ ଦେବୁନୁ ବୋଲି ମନ୍ତ୍ରୀ କହିଛନ୍ତି । You Can Read:ଅକ୍ଟୋବର ମାସରୁ ରାସନରେ ମିଳିବ ଚାଉଳ ସହ ଗହମ : ଯୋଗାଣ ମନ୍ତ୍ରୀ

ଶ୍ରୀମନ୍ଦିର ଅବଢ଼ାର ମାନ ଯାଞ୍ଚ ହେବ, ରୋଷ ଘରକୁ ଯାଉଥିବା ସାମଗ୍ରୀ ଓ ଅବଢ଼ା ବାହାରିବା ପରେ ହେବ ପରୀକ୍ଷଣ

ଭୁବନେଶ୍ବର ୨୭।୯: ପୁରୀ ଜଗନ୍ନାଥ ମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ । ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, ମହାପ୍ରସାଦର ହେବ ପରୀକ୍ଷା । ରୋଷଶାଳାକୁ ଜିନିଷ ଯିବା ପୂର୍ବରୁ ଓ ରୋଶଶାଳାରୁ ଅବଢ଼ା ବାହାରିବା ପରେ ମାନ ପରୀକ୍ଷଣ ହେବ । ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରିଛୁ ଶ୍ରୀମନ୍ଦିରରେ ଫୁଡ଼ ଇନ୍ସପେକ୍ଟର ନିୟୋଜିତ ହେବେ । ଅବଢ଼ାର ସୁଧତା ରଖିବା ପାଇଁ ଫୁଡ଼ ଇନ୍ସପେକ୍ଟର ରହିବେ ।

ଦେଶର ଅନ୍ୟ ମନ୍ଦିର ଭଳି ପୁରୀ ମନ୍ଦିରରେ ଅଭିଯୋଗ ନ ଆସୁ । ସେଥିପାଇଁ ମାନ ପରୀକ୍ଷଣ ଜରୁରୀ । ଭକ୍ତ ଆଶ୍ୱସ୍ତ ରହିବେ ଅବଢ଼ାରେ ଅଶୁଦ୍ଧତା କେବେ ରହିବ ନାହିଁ ।

କେବଳ ଅବଢ଼ା ନୁହଁ ଘିଅର ମଧ୍ଯ ମାନ ଯାଞ୍ଚ ହେବ । କାରଣ ଆମେ ଦେଖିଲୁ ବାଲାଜୀ ମନ୍ଦିର ଭଳି କିଛି ମନ୍ଦିରରେ ଘିଅ ଭେଜାଲ ବୋଲି ଜଣାପଡିଥିଲା । ତେଣୁ ତ ପୂର୍ବରୁ ଆମକୁ ସଜାଗ ହେବାକୁ ପଡ଼ିବ । ଶ୍ରୀ ଜଗନ୍ନାଥ ମନ୍ଦିରରେ ଆମେ ଏହା କରିବାକୁ ଦେବୁନୁ ବୋଲି ମନ୍ତ୍ରୀ କହିଛନ୍ତି । 


You Can Read:

ଅକ୍ଟୋବର ମାସରୁ ରାସନରେ ମିଳିବ ଚାଉଳ ସହ ଗହମ : ଯୋଗାଣ ମନ୍ତ୍ରୀ