ଶ୍ରୀଲଙ୍କା ସୀତା ଅମ୍ମନ ମନ୍ଦିରରେ ହେବ ମୂର୍ତ୍ତି ପ୍ରତିଷ୍ଠା, ଅଯୋଧ୍ୟାରୁ ଯିବ ସରଜୁ ନଦୀ ଜଳ
ଅଯୋଧ୍ୟା ୨୮।୪: ଶ୍ରୀଲଙ୍କାରେ ସୀତାଙ୍କୁ ସମର୍ପିତ ସୀତା ଅମ୍ମନ ମନ୍ଦିରର ଅଭିଷେକ ସମାରୋହ ନିମନ୍ତେ ଭାରତ ସରଜୁ ନଦୀର ଜଳ ପଠାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ସୀତା ଅମ୍ମନ ମନ୍ଦିରର ପ୍ରତିଷ୍ଠା ମେ ୧୯ ତାରିଖରେ ହେବ। ଏଣୁ ଶ୍ରୀଲଙ୍କା ପ୍ରତିନିଧି ଉତ୍ତରପ୍ରଦେଶ ସରକାରଙ୍କୁ ପତ୍ର ଲେଖି ସୀତାଙ୍କ ମୂର୍ତ୍ତି ପ୍ରତିଷ୍ଠା ସମାରୋହରେ ସରଜୁ ନଦୀର ଜଳ ପଠାଇବାକୁ ନିବେଦନ କରିଛନ୍ତି। ୟୁପି ସରକାର ଏକ ନିର୍ଦ୍ଦେଶର ପର୍ଯ୍ୟଟନ ବିଭାଗଙ୍କୁ ପବିତ୍ର ଜଳ ପଠାଇବାର ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷୀୟ ସମ୍ପର୍କ ମଜଭୁତ କରିବାକୁ ଓ ସାଂସ୍କୃତିକ ସମ୍ପର୍କକୁ ପ୍ରୋତ୍ସାହନ ଦେବା ନିମନ୍ତେ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଅଯୋଧ୍ୟା ତୀର୍ଥ ବିକାଶ ପରିଷଦ ସିଇଓ ସନ୍ତୋଷ କୁମାର ଶର୍ମା କହିଛନ୍ତି ଯେ ଶ୍ରୀଲଙ୍କାରେ ସୀତା ଅମ୍ମନ ମନ୍ଦିରର ନିର୍ମାଣ ହେଉଛି। ମନ୍ଦିରର ପ୍ରତିନିଧି ୟୁପି ସରକାରଙ୍କୁ ସରଜୁ ନଦୀର ପାଣି ମାଗିଛନ୍ତି। ଆମେ କଳଶରେ ପବିତ୍ର ନଦୀଜଳ ଉପଲବ୍ଧ କରାଇବୁ। ଅନୁଷ୍ଠାନ ମେ ୧୯ରେ ହେବ। ସୀତା ଅମ୍ମନ ମନ୍ଦିର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ ବନ୍ଧନର ପ୍ରତୀକ ହେବ। ମହନ୍ତ ଶଶିକାନ୍ତ ଦାସ କହିଛନ୍ତି ଯେ ଶ୍ରୀଲଙ୍କାରେ ସୀତା ଅମ୍ମନ ମନ୍ଦିର ସବୁ ସନାତନୀଙ୍କ ନିମନ୍ତେ ଗର୍ବର ବିଷୟ। ଦେବୀ ସୀତା ଶ୍ରୀଲଙ୍କାରେ ଅନେକ ସମସ୍ୟାର ସମ
ଅଯୋଧ୍ୟା ୨୮।୪: ଶ୍ରୀଲଙ୍କାରେ ସୀତାଙ୍କୁ ସମର୍ପିତ ସୀତା ଅମ୍ମନ ମନ୍ଦିରର ଅଭିଷେକ ସମାରୋହ ନିମନ୍ତେ ଭାରତ ସରଜୁ ନଦୀର ଜଳ ପଠାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ସୀତା ଅମ୍ମନ ମନ୍ଦିରର ପ୍ରତିଷ୍ଠା ମେ ୧୯ ତାରିଖରେ ହେବ। ଏଣୁ ଶ୍ରୀଲଙ୍କା ପ୍ରତିନିଧି ଉତ୍ତରପ୍ରଦେଶ ସରକାରଙ୍କୁ ପତ୍ର ଲେଖି ସୀତାଙ୍କ ମୂର୍ତ୍ତି ପ୍ରତିଷ୍ଠା ସମାରୋହରେ ସରଜୁ ନଦୀର ଜଳ ପଠାଇବାକୁ ନିବେଦନ କରିଛନ୍ତି। ୟୁପି ସରକାର ଏକ ନିର୍ଦ୍ଦେଶର ପର୍ଯ୍ୟଟନ ବିଭାଗଙ୍କୁ ପବିତ୍ର ଜଳ ପଠାଇବାର ଦାୟିତ୍ୱ ନ୍ୟସ୍ତ କରିଛନ୍ତି।
ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷୀୟ ସମ୍ପର୍କ ମଜଭୁତ କରିବାକୁ ଓ ସାଂସ୍କୃତିକ ସମ୍ପର୍କକୁ ପ୍ରୋତ୍ସାହନ ଦେବା ନିମନ୍ତେ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଅଯୋଧ୍ୟା ତୀର୍ଥ ବିକାଶ ପରିଷଦ ସିଇଓ ସନ୍ତୋଷ କୁମାର ଶର୍ମା କହିଛନ୍ତି ଯେ ଶ୍ରୀଲଙ୍କାରେ ସୀତା ଅମ୍ମନ ମନ୍ଦିରର ନିର୍ମାଣ ହେଉଛି। ମନ୍ଦିରର ପ୍ରତିନିଧି ୟୁପି ସରକାରଙ୍କୁ ସରଜୁ ନଦୀର ପାଣି ମାଗିଛନ୍ତି। ଆମେ କଳଶରେ ପବିତ୍ର ନଦୀଜଳ ଉପଲବ୍ଧ କରାଇବୁ। ଅନୁଷ୍ଠାନ ମେ ୧୯ରେ ହେବ। ସୀତା ଅମ୍ମନ ମନ୍ଦିର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ ବନ୍ଧନର ପ୍ରତୀକ ହେବ।
ମହନ୍ତ ଶଶିକାନ୍ତ ଦାସ କହିଛନ୍ତି ଯେ ଶ୍ରୀଲଙ୍କାରେ ସୀତା ଅମ୍ମନ ମନ୍ଦିର ସବୁ ସନାତନୀଙ୍କ ନିମନ୍ତେ ଗର୍ବର ବିଷୟ। ଦେବୀ ସୀତା ଶ୍ରୀଲଙ୍କାରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଆଜି ସେହି ଶ୍ରୀଲଙ୍କାରେ ତାଙ୍କ ନିମନ୍ତେ ଭବ୍ୟ ମନ୍ଦିରର ନିର୍ମାଣ କରାଯାଉଛି ବୋଲି ବାବା ଶଶିକାନ୍ତ କହିଛନ୍ତି।